ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ ସ୍ମାର୍ଟଫୋନ୍‌ ଓ ଇଣ୍ଟରନେଟ୍‌ ବ୍ୟବହାର କରନ୍ତି ନାହିଁ

Advertisment
ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ ସ୍ମାର୍ଟଫୋନ୍‌  ଓ ଇଣ୍ଟରନେଟ୍‌ ବ୍ୟବହାର କରନ୍ତି ନାହିଁ

ଆଜିକାଲି ପ୍ରାୟ ସମସ୍ତେ ଇଣ୍ଟର୍‌ନେଟ୍‌କୁ ଛାଡ଼ି ରହିବାକୁ ଚିନ୍ତା କରୁନଥିବା ବେଳେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ ଇଣ୍ଟର୍‌ନେଟ୍‌ ଓ ସ୍ମାର୍ଟଫୋନ୍‌ରୁ ଦୂରେଇ ରହିବା ନେଇ ଏବେ ଚର୍ଚ୍ଚାରେ। ରାଷ୍ଟ୍ରପତି ପୁତିନ୍‌ ସ୍ପଷ୍ଟ କରିଛନ୍ତି ଯେ ସେ ଏଯାବତ୍‌ ଇଣ୍ଟର୍‌ନେଟ୍‌ କିମ୍ବା କୌଣସି ସ୍ମାର୍ଟଫୋନ୍‌ ବ୍ୟବହାର କରିନାହାନ୍ତି।

ଆଗାମୀ ନିର୍ବାଚନ ନେଇ ରାଷ୍ଟ୍ରପତି ପୁତିନ୍‌ ସାଇବେରିଆ ଗସ୍ତ କରିଥିଲେ। ସେଠାରେ କୁରଚୋତୋଭ ନ୍ୟୁକ୍ଲିୟର୍‌ ରିସର୍ଚ ଇନ୍‌ଷ୍ଟିଟ୍ୟୁଟ୍‌ରେ ଆୟୋଜିତ ହୋଇଥିବା ଏକ ସମାରୋହରେ ବୈଜ୍ଞାନିକ ଏବଂ ଶିକ୍ଷାବିତ୍‌ମାନେ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିଙ୍କ ମଧ୍ୟରୁ କେହି ଜଣେ ସ୍ମାର୍ଟଫୋନ୍‌ ଏବଂ ଇଣ୍ଟର୍‌ନେଟ୍‌ ଉପରେ ଏକ ଭାଷଣ ଦେଇଥିଲେ। ସେହି ଭାଷଣର ପ୍ରତ୍ୟୁତ୍ତର ଦେଇ ପୁତିନ୍‌ କରିଛନ୍ତି ଯେ ‘ସ୍ମାର୍ଟଫୋନ୍‌, ଇଣ୍ଟର୍‌ନେଟ୍‌ ମୁଁ ଏଯାବତ୍‌ ବ୍ୟବହାର କରିନାହିଁ କିମ୍ବା ମୋର ସେଥିପ୍ରତି କୌଣସି ଦୁର୍ବଳତା ନାହିଁ।’ ଉଲ୍ଲେଖଯୋଗ୍ୟ, ବତ୍କତା ଦେବା ସମୟରେ ବତ୍କତାକାରୀ ଜଣକ କହିଥିଲେ ଯେ ଏବେ ଯୁଗରେ ସମସ୍ତଙ୍କ ପକେଟ୍‌ରେ ସ୍ମାର୍ଟଫୋନ୍‌ ରହିଛି। ସେହି କଥାକୁ କାଉଣ୍ଟର୍‌ କରି ପୁତିନ୍‌ କହିଛନ୍ତିୁ କି ‘ମୋ ନିକଟରେ ସ୍ମାର୍ଟଫୋନ୍‌ ନାହିଁ।’

publive-image

ଗତବର୍ଷ ସ୍କୁଲ୍‌ ପିଲାମାନଙ୍କର ଏକ ଉତ୍ସବରେ ଯୋଗ ଦେଇଥିଲେ ଭ୍ଲାଦିମିର୍‌। ତାଙ୍କୁ ପଚରା ଯାଇଥିବା ଏକ ପ୍ରଶ୍ନରେ ପୁତିନ୍‌ ସମାନ ମନ୍ତବ୍ୟ ଦେଇଥିଲେ। ଯଦି ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ଏବଂ ଅନ୍ୟ ସୋସିଆଲ୍‌ ସାଇଟ୍‌ ଲକ୍‌ ହୋଇଯାଏ ତ ସେ କ’ଣ କରିବେ ବୋଲି ପ୍ରଶ୍ନ ପଚରାଯାଇଥିଲା। ସେ କହିଥିଲେ କି ‘ମୁଁ ସ୍ମାର୍ଟଫୋନ୍‌ ବ୍ୟବହାର କରେ ନାହିଁ। କେବେ କେବେ ଆମ କର୍ମଚାରୀ ଅନ୍‌ଲାଇନ୍‌ ରହି ସୋସିଆଲ୍‌ ସାଇଟ୍‌ ଚଳାଇଥାଆନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe