ଋଷ ରାଷ୍ଟ୍ରପତି ପୁତିନ୍‌ଙ୍କ ପ୍ରେମିକା ଆଲିନା ଜନ୍ମ ଦେଲେ ଜାଆଁଳା ଶିଶୁପୁତ୍ରଙ୍କୁ

Advertisment
ଋଷ ରାଷ୍ଟ୍ରପତି ପୁତିନ୍‌ଙ୍କ ପ୍ରେମିକା ଆଲିନା ଜନ୍ମ ଦେଲେ ଜାଆଁଳା ଶିଶୁପୁତ୍ରଙ୍କୁ

The Sun

ମସ୍କୋ: ଋଷିଆ ରାଷ୍ଟ୍ରପତି ଭ୍ଲାଦିମର୍‌ ପୁତିନ୍‌ଙ୍କ ବିତର୍କିିତ ପ୍ରେମିକା ଆଲିନା କାବେଭା ଏକ ଜାଆଁଳା ଶିଶୁ ପତ୍ରଙ୍କୁ ଜନ୍ମ ଦେବା ଖବର ଆଜି ବିଶ୍ୱବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ରାଷ୍ଟ୍ରପତି ପୁତିନ୍‌ଙ୍କ ସହ ଦୀର୍ଘ ବର୍ଷଧରି ପ୍ରେମ ସଂପର୍କରେ ରହିଥିବା ମଡେଲ ତଥା ଅଲିମ୍ପିକ୍‌ ଜିମ୍ନାଷ୍ଟିକ୍‌ରେ ସ୍ୱର୍ଣ୍ଣ ପଦକ ବିଜୟିନୀ ୩୬ ବର୍ଷ ବୟସ୍କା ଆଲିନା ଏକ ହସ୍ପିଟାଲରେ ଜାଆଁଳା ଶିଶୁ ପତ୍ରଙ୍କୁ ଜନ୍ମ ଦେଇଥିବା ନେଇ ରିପୋର୍ଟ ପ୍ରକାଶ କରିଛି ଆମେରିକୀୟ ସମ୍ବାଦପତ୍ର ‘ନ୍ୟୁ ୟର୍କ ପୋଷ୍ଟ’।

ସେହିପରି ଋଷୀୟ ସମ୍ବାଦପତ୍ର ‘ମସ୍କୋଭିସ୍କି କମ୍‌ସୋମୋଲେଟ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଋଷିଆର କୁଲାକୋଭ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ରହିଥିବା ଭିଆଇପି ଫ୍ଲୋରକୁ ଗତ ପ୍ରାୟ ମାସକ ପୂର୍ବରୁ ସଂପୂର୍ଣ୍ଣ ରୂପେ ଖାଲି କରି ଦିଆ ଯାଇଥିଲା, ଯେଉଁଠାରେ ଗତକାଲି ରାଷ୍ଟ୍ରପତି ପୁତିନ୍‌ଙ୍କ ପ୍ରେମିକା ଆଲିନା ତାଙ୍କର ନବଜାତକ ଜାଆଁଳା ଶିଶୁପୁତ୍ରଙ୍କୁ ପ୍ରସବ କରାଇ ଥିଲେ। ସେହିପରି ‘ଦି ଡେଲି ମେଲ୍‌’ରେ ପ୍ରକାଶିତ ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଆଲିନାଙ୍କର ଅସ୍ତ୍ରୋପଚାର ଜରିଆରେ ପ୍ରସବ କରାଇବା ପାଇଁ ଇଟାଲିରୁ ଜନୈକ ପ୍ରସୂତୀ ବିଶେଷଜ୍ଞଙ୍କୁ ଡକା ଯାଇଥିଲା।

publive-image Daily Mail

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଋଷିଆ ରାଷ୍ଟ୍ରପତି ପୁତିନ୍‌ ତାଙ୍କ ଠାରୁ ବୟସରେ ୩୦ ବର୍ଷ ସାନ ଆଲିନାଙ୍କ ସହ ପ୍ରେମ ସଂପର୍କରେ ରହିବା ପରେ ୨୦୧୩ରେ ତାଙ୍କ ବିବାହିତ ପତ୍ନୀ ଲୁଦ୍‌ମିଲା ସାକ୍ରେବ୍‌ନେଭାଙ୍କୁ ଛାଡ଼ପତ୍ର ଦେବା ସହ ତାଙ୍କ ସହ ବିତାଇଥିବା ୩୦ ବର୍ଷର ବୈବାହିକ ଜୀବନକୁ ଶେଷ କରିଥିଲେ। ତେବେ ପୁତିନ୍‌ ଓ ଆଲିନାଙ୍କ ପ୍ରେମ ସଂପର୍କକୁ ନେଇ ବିଶ୍ୱବ୍ୟାପି ଚର୍ଚ୍ଚା ଅବ୍ୟାହତ ରହିଥିବା ବେଳେ ରାଷ୍ଟ୍ରପତି ପୁତିନ୍‌ କିନ୍ତୁ ସବୁବେଳେ ଏହାକୁ ଅସ୍ୱୀକାର କରି ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe