Image Courtesy of DW
ନୂଆଦିଲ୍ଲୀ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସ୍ଥାନରେ ଆଉ କାହାକୁ ଆଣିବା ଅର୍ଥାତ୍ ତାଙ୍କ ବିକଳ୍ପ ବିଷୟରେ ବରିଷ୍ଠ ରୁଷୀୟ ଅଧିକାରୀମାନେ ଆଲୋଚନା କରୁଥିବା କଥା ୟୁକ୍ରେନୀୟ ପ୍ରତିରକ୍ଷା ଗୁଇନ୍ଦାର ମୁଖ୍ୟ କହିଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
‘ଦି ମିରର୍’ ରିପୋର୍ଟ ଅନୁସାରେ, ମେଜର୍ ଜେନେରାଲ୍ କିରିଲୋ ବୁଦାନୋଭ୍ ଦାବି କରିଛନ୍ତି ଯେ, ୟୁକ୍ରେନ୍ ଯୁଦ୍ଧର ଶେଷ ପର୍ଯ୍ୟନ୍ତ ଭ୍ଲାଦିମିର୍ ପୁଟିନ୍ ରାଷ୍ଟ୍ରପତି ପଦରେ ରହିବେ।
ପୁଟିନ୍ଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଆଲୋଚନା ଆରମ୍ଭ ହୋଇ ସାରିଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
ମେଜର୍ ଜେନେରାଲ୍ କିରିଲୋ ବୁଦାନୋଭ୍ କହିଛନ୍ତି, ସେ ରାଷ୍ଟ୍ରପତି ପଦବୀରେ ରହିବେ ବୋଲି ଜଣାପଡୁନାହିଁ। ଏହାଛଡ଼ା, ସମ୍ପ୍ରତି କିଏ ତାଙ୍କର ବିକଳ୍ପ ହେବ ସେ ବିଷୟରେ ବି ରୁଷ୍ରେ ସକ୍ରିୟ ଆଲୋଚନା ଚାଲିଲାଣି।
Image Courtesy of Deccan Heraldସେ ଆହୁରି ମଧ୍ୟ କହିଛନ୍ତି, ୟୁକ୍ରେନ୍ ଯୁଦ୍ଧ କ୍ଷେତ୍ରରେ ରୁଷ୍ କ୍ରମାଗତ ବିଫଳପ୍ରଯତ୍ନ ହେଉଥିବା ବେଳେ ନଭେମ୍ବର ଶେଷ ସୁଦ୍ଧା କିଭ୍ ଖେର୍ସନ୍ ପୁନଃଅଧିକାର ଲକ୍ଷ୍ୟ ରଖିଛି। ଏହାଛଡ଼ା ୨୦୧୪ରେ ରୁଷ୍ ବିଜୟ କରିଥିବା କ୍ରାଇମିଆକୁ ଫେରାଇ ଆଣିବାକୁ ମଧ୍ୟ ୟୁକ୍ରେନ୍ ଉଦ୍ୟମ କରିବ।
ରୁଷୀୟ ସୈନିକମାନେ ଖେର୍ସନ୍ ନଗରୀରୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ୟୁକ୍ରେନ୍ ପୂର୍ବାଞ୍ଚଳରେ ପ୍ରତିଆକ୍ରମଣ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ବ୍ରିଟେନ୍ ଗୁପ୍ତ ଗୁଇନ୍ଦା ସେବାର ପୂର୍ବତନ ମୁଖ୍ୟ ମଧ୍ୟ କହିଥିଲେ ଯେ, ଠିକଣା ସମୟରେ ରୁଷୀୟ ରାଷ୍ଟ୍ରପତି ପୁଟିନଙ୍କ ବିକଳ୍ପ ଆସିବେ। ଏବଂ ସେ ତାଙ୍କଠାରୁ ଅଧିକ ଚରମପନ୍ଥୀ ହେବେ।
Follow Us