ମହିଳାମାନଙ୍କ ସୁରକ୍ଷା କରିବ ‘ଭୋଡାଫୋନ ସଖୀ’ ଏହା କ’ଣ ଜାଣନ୍ତୁ

Advertisment
ମହିଳାମାନଙ୍କ ସୁରକ୍ଷା କରିବ ‘ଭୋଡାଫୋନ ସଖୀ’ ଏହା କ’ଣ ଜାଣନ୍ତୁ

ଭୁବନେଶ୍ୱର : ଭୋଡାଫୋନ୍‌ ଆଇଡିଆ ଲିମିଟେଡ୍‌ ପକ୍ଷରୁ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏକ ମୋବାଇଲ୍‌ ଭିତ୍ତିକ ସୁରକ୍ଷା ସେବା ‘ଭୋଡାଫୋନ ସଖୀ’କୁ ଉନ୍ମୋଚନ କରାଯାଇଛି। ଏହି ପ୍ରଥମ ଧରଣର ସେବାରେ ଜରୁରୀକାଳୀନ ଆଲର୍ଟ, ଜୁରୁରୀକାଳୀନ ବାଲାନ୍ସ ଓ ପ୍ରାଇଭେଟ୍‌ ନମ୍ବର ରିଚାର୍ଜ କରିବା ଭଳି ସୁବିଧା ରହିଛି । ଭୋଡାଫୋନ୍‌ ପ୍ରି-ପେଡ୍‌ ସଂଯୋଗ ବ୍ୟବହାର କରୁଥିବା ମହିଳା ମୋବାଇଲ୍‌ ଗ୍ରାହକମାନେ ଏହି ସୁବିଧା ପାଇପାରିବେ। ଏହା ଉଭୟ ସ୍ମାର୍ଟଫୋନ୍‌ ଓ ଫିଚର୍‌ ଫୋନ୍‌ରେ କାମ କରିବ। ବିନା ବାଲାନ୍ସ କିମ୍ବା ଇଣ୍ଟରନେଟ୍‌ରେ ମଧ୍ୟ ଏହା କାମ କରିବ। ଭୋଡାଫୋନ୍‌ ସଖୀକୁ ବ୍ୟାଡମିଣ୍ଟନ୍‌ ଚାମ୍ପିଆନ୍‌ ପି ଭି ସିନ୍ଧୁ ଉନ୍ମୋଚନ କରି କହିଛନ୍ତି ଯେ, ‘ଲୋକମାନେ କିଭଳି ସମ୍ପର୍କରେ ରୁହ ଓ କଥାବାର୍ତ୍ତା ହୁଅନ୍ତି ସେହି ଧାରାକୁ ମୋବାଇଲ୍‌ ବାସ୍ତବରେ ବଦଳାଇ ଦେଇଛି। ମୋବାଇଲ୍‌ ସଂଯୋଗର ଲାଭ ମହିଳାମାନଙ୍କୁ ପ୍ରଦାନ କରିବା ଉପରେ ମୁଁ ବିଶ୍ୱାସ କରେ। ଏହା ଦ୍ୱାରା ସେମାନେ ଯେତେବେଳେ ଘରୁ ପଦାକୁ ବାହାରୁଛନ୍ତି ସେମାନଙ୍କ ନିରାପତା ସମ୍ପର୍କିତ ଅନେକ ସମସ୍ୟାର ସମାଧାନ ହୋଇପାରିବ।’’ ଏହି ଅବସରରେ ସେ ‘ଅବ୍‌ ରୁକେ କ୍ୟୁଁ’ ନାମକ ଏକ ମହିଳା ସଶକ୍ତୀକରଣ ଅଭିଯାନକୁ ମଧ୍ୟ ଉନ୍ମୋଚନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe