Image Source: India Today
ମାନିଲା: ରବିବାର ଦିନ ଫିଲିପିନ୍ସ୍ର ରାଜଧାନୀ ମାନିଲା ନିକଟରେ ‘ତାଲ୍’ ନାମକ ଆଗ୍ନେୟଗିରି ବିପୁଳ ପରିମାଣର ପାଉଁଶ ଉଦ୍ଗାରି ପକାଇବାରୁ ଅନେକ ବିମାନ ବାତିଲ ହେବା ସହ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରଖାଯାଇଥିଲା। ଉଦ୍ଗୀରଣ ହୋଇଥିବା ପାଉଁଶ ସବୁ ସମଗ୍ର ରାଜଧାନୀକୁ ଆଚ୍ଛାଦନ କରି ପକାଇବାରୁ ଆଗ୍ନେୟଗିରିରୁ ବିସ୍ଫୋରଣଜନିତ ଗଳିତଧାତୁ ନିର୍ଗତ ହୋଇପାରେ ବୋଲି ସରକାରୀ କର୍ତ୍ତୃପକ୍ଷମାନେ ସତର୍କ କରାଇ ଦେଇଥିଲେ।
ହଠାତ୍ ‘ତାଲ୍’ ଆଗ୍ନେୟଗିରିରୁ ଆକାଶକୁ ପ୍ରାୟ ୧୫ କିଲୋମିଟର୍ ଉଚ୍ଚ ପାଉଁଶ ଓ ବାମ୍ଫର ଗୋଟାଏ ସ୍ତମ୍ଭ ଉଠିପଡ଼ିବାରୁ ହଜାର ହଜାର ଲୋକଙ୍କୁ ସେ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନେୟଗିରିରୁ ନିର୍ଗତ ଧୂଅାଁ କୁଣ୍ଡଳୀ ମଧ୍ୟରେ ବିଜୁଳି ଝଟକିବା ସହ ଭୂଇଁ ଦୁଲୁକି ଯାଇଥିଲା।
ଆକାଶରେ ପାଉଁଶ ଉଡୁଥିବାରୁ ରବିବାର ଦିନ ୧୭୨ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ରନ୍େଓ୍ଵରେ ପାଉଁଶ ଗଦା ହୋଇଥିବାରୁ ଆଜି ମଧ୍ୟ ସେଠାରେ ବିମାନ ଉଡ଼ାଣ ବାତିଲ କରାଯିବ।
Image Source: DWବିଶ୍ୱରେ ଥିବା କ୍ଷୁଦ୍ର ସକ୍ରିୟ ଆଗ୍ନେୟଗିରିଗୁଡ଼ିକ ମଧ୍ୟରୁ ‘ତାଲ୍’ ଅନ୍ୟତମ, କିନ୍ତୁ ବିପଜ୍ଜନକ ବୋଲି ‘ଦ ଫିଲିପିନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭଲ୍କାନୋଲଜି ଆଣ୍ଡ୍ ସିସ୍ମୋଲଜି’ର ମୁଖ୍ୟ ରିନାଟୋ ସଲିଡିୟମ୍ କହିଛନ୍ତି। ଏହି ଆଗ୍ନେୟଗିରିଟି ଅନ୍ୟ ଗୋଟାଏ ଆଗ୍ନୟଗିରି ମଧ୍ୟରେ ଥିବାରୁ ଏହାର ସ୍ୱତନ୍ତ୍ରତା ରହିଛି।
ଗତ ୫୦୦ ବର୍ଷ ହେବ ‘ତାଲ୍’ ୩୦ ଥର ଉଦ୍ଗୀରଣ ହେଲାଣି। ଶେଷଥର ଏଠାରେ ୧୯୭୭ରେ ଉଦ୍ଗୀରଣ ହୋଇଥିଲା। ୧୯୧୧ରେ ହୋଇଥିବା ଉଦ୍ଗୀରଣ ଯୋଗୁଁ ୧୫୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ୧୭୫୪ ମସିହାରେ ଏଥିରୁ କିଛି ମାସ ଧରି ଉଦ୍ଗୀରଣ ଚାଲିଥିଲା।
Follow Us