ଇଣ୍ଡୋନେସିଆରେ ‘ଭଲ୍‌କାନୋ ସୁନାମି’: ୬୨ ମୃତ, ୬୦୦ ଆହତ

Advertisment
ଇଣ୍ଡୋନେସିଆରେ ‘ଭଲ୍‌କାନୋ ସୁନାମି’: ୬୨ ମୃତ, ୬୦୦ ଆହତ

ଜାକାର୍ତା: ଶନିବାର ଦିନ ଇଣ୍ଡୋନେସିଆରେ ସୁନାମି ଆସିବାରୁ ଅନ୍ୟୂନ ୬୨ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ପ୍ରାୟ ଛଅ ଶହ ଲୋକ ଆହତ ହୋଇଛନ୍ତି। କିଂବଦନ୍ତୀ କ୍ରାକତୋଆର ‘ପିଲା’ ଭାବେ ଜଣା ଆଗ୍ନେୟଗିରି ଯୋଗୁଁ ଏହି ସୁନାମି ଆସିଥିବା ଅନୁମାନ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

ଜାତୀୟ ବିପର୍ଯ୍ୟୟ ଏଜେନ୍‌ସିର ମୁଖପାତ୍ର ସୁତୋପୋ ପୁର୍‌ଓ୍ଵ ନୁଗ୍ରୋହୋ ଏକ ବିବୃତିରେ କହିଛନ୍ତି: ୬୨ ଜଣ ଲୋକ ମରିଛନ୍ତି, ୬୦୦ ଜଣ ଲୋକ ଆହତ ହୋଇଛନ୍ତି ଏବଂ ତିନୋଟି ଅଞ୍ଚଳରେ ଦୁଇ ଜଣ ଲୋକ ନିରୁଦ୍ଦେଶ ହୋଇଛନ୍ତି।

publive-image

ଶନିବାର ଦିନ ସ୍ଥାନୀୟ ସମୟ ରାତି ୯: ୩୦ରେ ଢେଉ ସବୁ ଦକ୍ଷିଣ ସୁମିତ୍ରା ଓ ଜାଭାର ପଶ୍ଚିମ ଅଗ୍ର ବେଳାଭୂମିକୁ ମାଡ଼ି ଆସିବାରୁ ଡଜନାଧିକ କୋଠା ଭାଙ୍ଗିରୁଜି ଯାଇଛି।

ଅଧିକାରୀମାନଙ୍କ କହିବା ଅନୁସାରେ, ଜାଭା ଓ ସୁମାତ୍ରା ମଧ୍ୟରେ ଥିବା ସୁଣ୍ଡା ଷ୍ଟ୍ରେଟ୍‌ରେ (ଦୁଇ ସମୁଦ୍ରକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଜଳ ସ୍ରୋତ) କ୍ଷୁଦ୍ର ଦ୍ୱୀପମାଳା ସୃଷ୍ଟି କରିଥିବା ଅନକ କ୍ରାକତୋଆରେ ଉଦ୍‌ଗୀରଣ ପରେ ଜଳମଧ୍ୟସ୍ଥ ଭୂତଳ ସ୍ଖଳନ ଏବଂ ପୂର୍ଣ୍ଣିମା ଯୋଗୁଁ ଅସ୍ୱାଭାବିକ ଢେଉ ଉଠିବାରୁ ସୁନାମି ହୋଇଥାଇ ପାରେ।

ଅନକ କ୍ରାକତୋଆ ହେଉଛି ଏକ କ୍ଷୁଦ୍ର ଆଗ୍ନେୟଗିରୀୟ ଦ୍ୱୀପ ଯାହା ୧୮୮୩ରେ କ୍ରାକତୋଆର ସାଙ୍ଘାତିକ ଉଦ୍‌ଗୀରଣ ପରେ ଅର୍ଦ୍ଧ ଶତାବ୍ଦୀ ତଳେ ସମୁଦ୍ରରୁ ଉଭା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe