୨୦ରୁ ସ୍ବେଚ୍ଛାକୃତ ଆୟକର ପ୍ରଦାନ ସଂକ୍ରାନ୍ତ ଇ-ଅଭିଯାନ

Advertisment
ପ୍ରତ୍ୟକ୍ଷ ଟିକସ ଆଦାୟରେ ୩୮% ବୃଦ୍ଧି

HDFC Life

ନୂଆଦିଲ୍ଲୀ : ସ୍ବେଚ୍ଛାକୃତଭାବେ ଆୟକର ପ୍ରଦାନ ପାଇଁ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆୟକର ବିଭାଗ ପକ୍ଷରୁ ଚଳିତମାସ ୨୦ ତାରିଖ ସୋମବାରଠାରୁ ଇ-ଅଭିଯାନ ଆରମ୍ଭ ହେବ। ଅଭିଯାନ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ। ମୁଖ୍ୟତଃ କରଦାତା/ଆସେସି ଯେଉଁମାନେ ରିଟର୍ଣ୍ଣ ଫାଇଲ୍ କରୁନାହାନ୍ତି କିମ୍ବା ୨୦୧୮-୧୯ ଆର୍ଥିକ ବର୍ଷରେ ସେମାନଙ୍କ ରିଟର୍ଣ୍ଣ ଫାଇଲରେ ତ୍ରୁଟି ଅଥବା ତଥ୍ୟଗତ ଅଭାବ ରହିଛି ସେମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯିବ।

ଏହି କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଥିବା କେତେକ ଟିକସଦାତାଙ୍କ ପାଖକୁ ଆୟକର ବିଭାଗ ପକ୍ଷରୁ ଇ-ମେଲ୍ ଓ ଏସଏମଏସ ପଠାଯିବ। ଏଥିରେ ସେମାନଙ୍କର ବିଭିନ୍ନ ସୂତ୍ରରୁ ହୋଇଥିବା ଆୟ, ଆର୍ଥିକ କାରବାର, ଟିଡିଏସ, ଟିସିଏସ, ଫରେନ ରେମିଟାନ୍ସ ଆଦି ସମ୍ପର୍କରେ ପ୍ରଶ୍ନ କରାଯିବ। ସଂପୃକ୍ତ ବ୍ୟକ୍ତିବିଶେଷ ଅନଲାଇନରେ ହଁ କି ନା ମାଧ୍ୟମରେ ବିଭାଗକୁ ସୂଚନା ଦେବେ। ଆୟକର ବିଭାଗ ମଧ୍ୟ ଜିଏସଟି, ରପ୍ତାନି, ଆମଦାନି, ପ୍ରତିଭୂତି କାରବାର, ମ୍ୟୁଚୁଆଲ ଫଣ୍ଡ ଆଦି ଆର୍ଥିକ କାରବାର ସଂକ୍ରାନ୍ତ ସୂଚନା ସଂଗ୍ରହ କରିଛି। ଏସବୁ ବିଷୟରେ ଆୟକରଦାତାଙ୍କୁ ପଚରାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe