Image Courtesy of TOI
ଲକ୍ଷ୍ନୌ: ନିଜ ପତ୍ନୀଙ୍କ ସକାଶ ପ୍ରଚାର ଚଳାଇଥିବା ବାରବାଙ୍କୀର ଜଣେ ପିଜେପି ନେତା ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ଦଳକୁ ଭୋଟ୍ ଦିଅ ନଚେତ ଅଡୁଆରେ ପଡ଼ିବ।
ଗୁରୁବାର ଦିନ ପଡ଼ୋଶୀ ଜିଲ୍ଲା ଅନ୍ତର୍ଗତ ସତ୍ୟପ୍ରେମୀ ନଗର ଅଞ୍ଚଳର ଏକ ପଡ଼ିଆରେ ଏକ ରାଲିରେ ରଞ୍ଜିତ ଶ୍ରୀବାସ୍ତବ କହିଥିଲେ ଯେ ଆସନ୍ତା ପୌର ନିର୍ବାଚନରେ ମୁସଲମାନମାନେ ତାଙ୍କ ପତ୍ନୀ ଶଶିଙ୍କୁ ଏବଂ ଅନ୍ୟ ବିଜେପି ପ୍ରାର୍ଥୀମାନଙ୍କୁ ଭୋଟ୍ ଦେବା ଉଚିତ।
ତୁମେ ସବୁ କୁଆଡ଼େ ଯାଇ ପାରିବ ନାହିଁ, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ଶାସନକାଳ ସରିଯାଇ ଥିବାରୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ସମତେ କୌଣସି ସରକାରୀ ଚାକିରିଆ ତୁମ ଅଭିଯୋଗ ଶୁଣିବେ ନାହିଁ ବୋଲି ନିଜ ପତ୍ନୀଙ୍କ ସପକ୍ଷରେ ପ୍ରଚାର ଅଭିଯାନ ଚଳାଇଥିବା ରଞ୍ଜିତ କହିଥିଲେ।
କ୍ଷମତାସୀନା ବାରବାଙ୍କୀ ନଗର ପାଳିକା ପରିଷଦ୍ର ଅଧ୍ୟକ୍ଷା, ରଞ୍ଜିତଙ୍କ ପତ୍ନୀ ଶଶି ପୌର ନିର୍ବାଚନ ଲଢୁଛନ୍ତି। ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ଏଫ୍ଆଇଆର୍ ଲଜ୍ କରାଯାଇ ନାହିଁ।
Follow Us