ୟୁପିରେ ଆଜି ସରିବ ଭୋଟ୍‌, ୫୪ଟି ଆସନରେ ୬୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ

ୟୁପିରେ ଆଜି ସରିବ ଭୋଟ୍‌, ୫୪ଟି ଆସନରେ ୬୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ

news.abplive.com

ଲକ୍ଷ୍ନୌ : ଆଜି (ସୋମବାର) ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ତଥା ସପ୍ତମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ କରାଯିବ। ଶେଷ ପର୍ଯ୍ୟାୟରେ ୫୪ଟି ଆସନରେ ୬୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଶେଷ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି, ଆଜମଗଡ଼, ମାଉ, ଜାଉଁପୁର, ଗାଜିପୁର, ଚନ୍ଦୁଲି, ବାରଣାସୀ, ମିର୍ଜାପୁର, ଭଦୋହି ଏବଂ ସୋନଭଦ୍ର। ଏହି ପର୍ଯ୍ୟାୟରେ ରାଜ୍ୟର ଅନେକ ହେଭିୱେଟ୍‌ ନେତାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି।

ଅନ୍ତିମ ପର୍ଯ୍ୟାୟରେ ସ୍ବଚ୍ଛ ଏବଂ ଭୟମୁକ୍ତ ମତଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଅଜୟ କୁମାର ଶୁକ୍ଳା ସୂଚନା ଦେଇଛନ୍ତି। ଉତ୍ତରପ୍ରଦେଶରେ ଫେବ୍ରୁଆରି ୧୦ ତାରିଖରୁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହୋଇଥିଲା ଏବଂ ଆସନ୍ତାକାଲି ସପ୍ତମ ପର୍ଯ୍ୟାୟ ସହ ଏହି ପ୍ରକ୍ରିୟା ଶେଷ ହେବ। ମାର୍ଚ୍ଚ ୧୦ ତାରିଖରେ ୟୁପି ସମେତ ପଂଜାବ, ଗୋଆ, ଉତ୍ତରାଖଣ୍ଡ ଏବଂ ମଣିପୁର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe