ପଞ୍ଜାବରେ ଜଣେ ଭୋଟରଙ୍କ ବୟସ ୨୬୫ ବର୍ଷ ଓ ଆଉ ଜଣଙ୍କର ବୟସ ୧୪୪ ବର୍ଷ !

Advertisment
ପଞ୍ଜାବରେ ଜଣେ ଭୋଟରଙ୍କ ବୟସ ୨୬୫ ବର୍ଷ ଓ ଆଉ ଜଣଙ୍କର ବୟସ ୧୪୪ ବର୍ଷ !

ଲୁଧିଆନା:ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭୋଟର ତାଲିକାରେ କେତେକ ଅଜବ କଥା ଦେଖିବାକୁ ମିଳିଛି। ପଞ୍ଜାବର ଲୁଧିଆନାରେ ଏଭଳି ଦୁଇଜଣ ଭୋଟରଙ୍କ ନାଆଁ ତାଲିକାରେ ରହିଛି, ଯେଉଁମାନଙ୍କ ଭିତରୁ ଜଣକର ବୟସ ୨୬୫ ବର୍ଷ ଓ ଆଉ ଜଣଙ୍କର ବୟସ ୧୪୪ ବର୍ଷ। ଜିଲ୍ଲାର ଭୋଟର ତାଲିକାରେ ଏଭଳି ତଥ୍ୟ ଦେଖି ଅଧିକାରୀମାନେ ମଧ୍ୟ ଚମକି ପଡ଼ିଛନ୍ତି। ଖାଲି ସେତିକି ନୁହେଁ ଲୁଧିଆନା ପୂର୍ବରେ ପ୍ରାୟ ଏ ଭଳି ୨୭୩ ଜଣ ଭୋଟର ଅଛନ୍ତି, ଯେଉଁମାନଙ୍କ ବୟସ ୧୧୮ ବର୍ଷ। କେବଳ ଲୁଧିଆନାରେ ନୁହେଁ ବରଂ ସାରା ପଞ୍ଜାବ ରାଜ୍ୟରେ ବି ଏଭଳି ଅଜବ ସ୍ଥିତି ଦେଖିବାକୁ ମିଳିଛି।

ରାଜ୍ୟରେ ଏଭଳି ଭୋଟର ଥିବା ଜଣାଯାଇଛି ଯେଉଁମାନଙ୍କ ବୟସ ୧୦୦ ରୁ ଅଧିକ। ଏହି ଭୋଟରଙ୍କ ସଂଖ୍ୟା ହେଉଛି ୫୯୧୬। ଏହି ସଂଖ୍ୟା ଦେଖିବାପରେ ଅଧିକାରୀମାନେ କେଉଁଠି ତ୍ରୁଟି ରହିଲା, ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି।

publive-image

ଏ ସଂପର୍କରେ ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍‌.କେ ରାଜୁ କହିଛନ୍ତି ଯେ ପ୍ରଶାସନ ପକ୍ଷରୁ ଅଧିକାରୀମାନେ ଏହି ଭୋଟର ତାଲିକାରେ ଯେଉଁଠି ତ୍ରୁଟି ରହିଛି, ତାର ସତ୍ୟାସତ୍ୟ ଜାଣିବା ପାଇଁ ଭୋଟରଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବେ ତଥ୍ୟ ହାସଲ କରିବେ। ତା’ପରେ ତ୍ରୁଟି ସଂଶୋଧନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe