ଅଜିତଙ୍କ ସହ ମେଣ୍ଟକୁ ଭୋଟର ପସନ୍ଦ କରନ୍ତି ନାହିଁ: ଗୁମର ଖୋଲି‌ଲେ ଫଡ଼ନବୀସ୍

Advertisment

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ୍ ସ୍ୱୀକାର କରିଛନ୍ତି ଯେ ଅଜିତ ପାୱାରଙ୍କ ସହ ହୋଇଥିବା ମେଣ୍ଟକୁ ବିଜେପି ଭୋଟର ପସନ୍ଦ କରନ୍ତି ନାହିଁ। ଆଶା ଅନୁଯାୟୀ ଅଜିତଙ୍କ ଦଳର ଭୋଟ୍ ଲୋକସଭା ନିର୍ବାଚନରେ ​​ବିଜେପିକୁ ମିଳିପାରି ନ ଥିଲା। ନିର୍ବାଚନରେ ​​କମ୍ ଆସନ ପାଇବାର ଏହା ଅନ୍ୟତମ କାରଣ...

Updated On

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ୍ ସ୍ୱୀକାର କରିଛନ୍ତି ଯେ ଅଜିତ ପାୱାରଙ୍କ ସହ ହୋଇଥିବା ମେଣ୍ଟକୁ ବିଜେପି ଭୋଟର ପସନ୍ଦ କରନ୍ତି ନାହିଁ। ଆଶା ଅନୁଯାୟୀ ଅଜିତଙ୍କ ଦଳର ଭୋଟ୍ ଲୋକସଭା ନିର୍ବାଚନରେ ​​ବିଜେପିକୁ ମିଳିପାରି ନ ଥିଲା। ନିର୍ବାଚନରେ ​​କମ୍ ଆସନ ପାଇବାର ଏହା ଅନ୍ୟତମ କାରଣ...

ଅଦ୍ୟତନ ହୋଇଛି
WhatsApp Image 2024-09-30 at 4.24.22 PM

ମୁମ୍ବାଇ:  ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ୍ ସ୍ୱୀକାର କରିଛନ୍ତି ଯେ ଅଜିତ ପାୱାରଙ୍କ ସହ ହୋଇଥିବା ମେଣ୍ଟକୁ ବିଜେପି ଭୋଟର ପସନ୍ଦ କରନ୍ତି ନାହିଁ।  ଅଜିତ ପାୱାରଙ୍କ ଯୋଗୁ ଆଶା ଅନୁଯାୟୀ ଲୋକସଭା ନିର୍ବାଚନରେ ​​ବିଜେପିକୁ ଭୋଟ ମିଳି ନ ଥିଲା।  ଲୋକସଭା ନିର୍ବାଚନରେ ​​ବିଜେପି କମ୍ ଆସନ ପାଇବାର ଏହା ଅନ୍ୟତମ କାରଣ ଥିଲା। ଏବେ ଫଡ଼ନବୀସ୍‌ଙ୍କ ଏଭଳି ମନ୍ତବ୍ୟ ନେଇ ରାଜ୍ୟ ରାଜନୀତିରେ ଝଡ଼  ସୃଷ୍ଟି ହୋଇଛି।

ଫଡ଼ନବୀସ୍  କହିଛନ୍ତି ଯେ ବର୍ତ୍ତମାନ ଭୋଟରମାନେ ବୁଝିଛନ୍ତି ଯେ ସମୟ ଅନୁଯାୟୀ ରାଜନୈତିକ ଆପୋଷ ବୁଝାମଣା କରିବାକୁ ପଡିବ, ତେଣୁ ବିଧାନସଭା ନିର୍ବାଚନରେ ​​ଭୋଟରଙ୍କ ମଧ୍ୟରେ କୌଣସି ଅସନ୍ତୋଷ ରହିବ ନାହିଁ ଏବଂ ଅଜିତ ପାୱାରଙ୍କ ଭୋଟରମାନେ ମଧ୍ୟ ବିଜେପିକୁ ଗ୍ରହଣ କରିବେ ବୋଲି ଆଶା ରହିଛି।

ତେବେ ରାଜ୍ୟର ରାଜନୈତିକସ୍ତରରେ ଯେଉଁଭଳି ଭାବରେ ବିଜେପି ଭୋଟରମାନେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଗ୍ରହଣ କରିଥିଲେ, ଅଜିତ ପାୱାରଙ୍କ ସହ ସମାନ ଘଟଣା ଦେଖିବାକୁ ମିଳୁନାହିଁ ବୋଲି ଚର୍ଚ୍ଚା ହେଉଛି।

ଏତେ ବର୍ଷ ଧରି ବିଜେପି ଅଜିତଙ୍କୁ ଦୁର୍ନୀତିର ପ୍ରତୀକ ବୋଲି କହି ସମାଲୋଚନା କରୁଥିଲା ​​ଏବଂ ପରେ ତାଙ୍କୁ ମହାମେଣ୍ଟରେ ନେଇଥିଲା। ବର୍ତ୍ତମାନ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରଙ୍କ ମତ ବଦଳାଇବା ଏକ ଚ୍ୟାଲେଞ୍ଜ ହେବ। ଏଥିପାଇଁ ବିଜେପିକୁ ଉଦ୍ୟମ କରିବାକୁ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ସୂଚନାଯୋଗ୍ୟ, ଅଜିତ ପାୱାରଙ୍କ ଦଳ ସହ ମେଣ୍ଟ କରିବା ବିଜେପି ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇ ନ ଥିଲା। ଲୋକସଭା ନିର୍ବାଚନରେ ​​ଅଜିତଙ୍କର ଜଣେ  ସାଂସଦ ନିର୍ବାଚିତ ହୋଇଥିଲେ। ବିଧାନସଭା ଭୋଟରମାନେ ମହାମେଣ୍ଟୀ  ସମ୍ମାନ ବଜାୟ ରଖିବା ପାଇଁ ବିଧାନସଭା ନିର୍ବାଚନରେ ​​ଅଜିତଙ୍କ ଦଳକୁ ଭୋଟ୍ ଦେବାକୁ ପସନ୍ଦ କରିବେ କି ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି।

ଅଜିତ  ଚାଚା ଶରଦ ପାୱାରଙ୍କ ପ୍ରତି ନିଜର ସମର୍ଥନ ଜାରି ରଖିଛନ୍ତି।  ଶରଦ ପାୱାର ଏହା ମଧ୍ୟ କହିଛନ୍ତି ଯେ ଆମେ ପରିବାରରେ ଏକଜୁଟ କିନ୍ତୁ ରାଜନୀତିରେ ନୁହେଁ।

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର ଗସ୍ତ ସମୟରେ ଶରଦ ପାୱାରଙ୍କୁ  କଡ଼ା ସମାଲୋଚନା କରିଥିଲେ। ଏହାଦ୍ୱାରା ଅଜିତ ପାୱାର ଅସହଜ ଅନୁଭବ କରିଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଏହ‌ାଦ୍ବାରା ଶରଦ ପାୱାରଙ୍କଠାରୁ ସହାନୁଭୂତି ପାଇବେ।

ଏକନାଥ ସିନ୍ଦେ ହେଉ କିମ୍ବା ଅଜିତ ପାୱାର, ସେମାନଙ୍କୁ ମିଳିତ ମେଣ୍ଟରେ ନେବାକୁ ନିଷ୍ପତ୍ତି ଦିଲ୍ଲୀରେ ନିଆଯାଇଥିଲା। ଏହା ପଛରେ ଦେବେନ୍ଦ୍ର ଫଡନବୀସଙ୍କ ଉଦ୍ୟମ ଥିଲା ବୋଲି ସମୀକ୍ଷକ ମତପୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe