ଆମେରିକା ନିର୍ବାଚନରେ ​​ଭୋଟ୍ କିଣାଯାଉଛି !: ଟ୍ରମ୍ପଙ୍କୁ ଜିତାଇବା ପାଇଁ ଏଲନ୍ ମସ୍କ ପ୍ରତିଦିନ ୧ ମିଲିୟନ୍ ଡଲାର ବାଣ୍ଟୁଥିବା ଅଭିଯୋଗ

Advertisment

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟରଙ୍କୁ ଭୋଟ୍ ଦେବାକୁ ସେ ଉତ୍ସାହିତ କରିବାକୁ ଚାହୁଁଛନ୍ତି ବୋଲି ଏଲନ୍ ମସ୍କ କହିଛନ୍ତି । ସେଥିପାଇଁ ସେ ପ୍ରତିଦିନ ଏକ ମିଲିୟନ୍ ଡଲାର୍ ଭୋଟରଙ୍କ ମଧ୍ୟରେ ବାଣ୍ଟିବାକୁ ଘୋଷଣା କରିଛନ୍ତି...

Updated On

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟରଙ୍କୁ ଭୋଟ୍ ଦେବାକୁ ସେ ଉତ୍ସାହିତ କରିବାକୁ ଚାହୁଁଛନ୍ତି ବୋଲି ଏଲନ୍ ମସ୍କ କହିଛନ୍ତି । ସେଥିପାଇଁ ସେ ପ୍ରତିଦିନ ଏକ ମିଲିୟନ୍ ଡଲାର୍ ଭୋଟରଙ୍କ ମଧ୍ୟରେ ବାଣ୍ଟିବାକୁ ଘୋଷଣା କରିଛନ୍ତି...

ଅଦ୍ୟତନ ହୋଇଛି
1ammzx[qw3

ୱାଶିଂଟନ: ଆମେରିକାର ନିର୍ବାଚନରେ ​​ଭୋଟ୍ କିଣାଯାଉଥିବା ଚର୍ଚ୍ଚା ହେଉଛି। ବିଲିୟନଆର ଆମେରିକୀୟ ବ୍ୟବସାୟୀ ଏଲନ୍ ମସ୍କ ପ୍ରତିଦିନ ୧ ମିଲିୟନ ଡଲାର ବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଇନ ଅନୁଯାୟୀ ଏହାର ଅନୁସନ୍ଧାନ କରାଯାଉଛି।

ପେନସିଲଭାନିଆ ଗଭର୍ଣ୍ଣର ଜୋଶ ଶାପିରୋ କହିଛନ୍ତି ଯେ ଆମେରିକାର ସ୍ୱିଙ୍ଗ୍ ରାଜ୍ୟଗୁଡ଼ିକରେ ପଞ୍ଜୀକୃତ ଭୋଟରମାନଙ୍କୁ ଟଙ୍କା ଦେବା ପାଇଁ ଏକ ଯୋଜନା କରାଯାଇଛି। ସେ ଏନେଇ ଅନଲାଇନରେ ଏକ ପିଟିସନ ଦାଖଲ କରିଛନ୍ତି। ଏଭଳି ଅଭିଯୋଗ ଅତ୍ୟନ୍ତ ଚିନ୍ତା ଜନକ ଏବଂ ଏହାର ଅନୁସନ୍ଧାନ  ଆଇନ ଶୃଙ୍ଖଳା ସଂସ୍ଥା ଦ୍ୱାରା କରାଯିବା ଉପରେ ସେ ଜୋର୍ ଦେଇଛନ୍ତି।

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟରଙ୍କୁ ଭୋଟ୍ ଦେବାକୁ ସେ ଉତ୍ସାହିତ କରିବାକୁ ଚାହୁଁଛନ୍ତି ବୋଲି ଏଲନ୍ ମସ୍କ କହିଛନ୍ତି । ସେଥିପାଇଁ ସେ ପ୍ରତିଦିନ ଏକ ମିଲିୟନ୍ ଡଲାର୍ ଭୋଟରଙ୍କ ମଧ୍ୟରେ ବାଣ୍ଟିବାକୁ ଘୋଷଣା କରିଛନ୍ତି, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି। ଭୋଟରଙ୍କୁ ରିପବ୍ଲିକାନ୍ ପାର୍ଟି ସହିତ ଯୋଡିବା ଲକ୍ଷ୍ୟରେ, ଏଲନ୍ ମସ୍କ ସ୍ୱିଙ୍ଗ୍ ରାଜ୍ୟ ପେନ୍ସିଲଭାନିଆରେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ସେଥିପାଇଁ  ଭୋଟରଙ୍କୁ ପଞ୍ଜୀକୃତ କରିବାକୁ ପଡ଼ିବ ।

ବିଲିୟନେୟାର ଏଲନ୍ ମସ୍କ କହିଛନ୍ତି ଯେ ପେନସିଲଭାନିଆ ରାଜ୍ୟରୁ ଜଣେ ଲେଖାଏଁ ପଞ୍ଜୀକୃତ ରିପବ୍ଲିକାନ୍‌ଙ୍କୁ ନଭେମ୍ବର  ୫ରେ ଭୋଟ୍ ହେବା ପର୍ଯ୍ୟନ୍ତ ପ୍ରତିଦିନ ୧ ମିଲିୟନ୍ ଡଲାର୍ ପୁରସ୍କାର ଜିଣିବାର ସୁଯୋଗ ପ୍ରଦାନ କରାଯିବ। ଜଣେ ଭୋଟର୍‌ଙ୍କୁ ଏନେଇ  ମନୋନୀତ କରାଯିବ। ଏହାର ସର୍ତ୍ତ ହେଉଛି ଯେ ସେମାନଙ୍କୁ ମୁକ୍ତ ବକ୍ତବ୍ୟ ତଥା ଅସ୍ତ୍ରଶସ୍ତ୍ର ରଖିବାର  ଅଧିକାରକୁ ସମର୍ଥନ କରିବାକୁ ଏକ ଆବେଦନପତ୍ରରେ ଦସ୍ତଖତ କରିବାକୁ ପଡିବ।

ସେ ପ୍ରତିଷ୍ଠା କରିଥିବା 'ଆମେରିକା' ରାଜନୈତିକ କାର୍ଯ୍ୟ କମିଟି (ପିଏସି) ଜରିଆରେ ଏଲୋନ୍ ମସ୍କ ପ୍ରଥମ ପୁରସ୍କାର ଜନ୍ ଡ୍ରେହରଙ୍କୁ ପ୍ରଦାନ କରିଥିବା ଜଣାଯାଇଛି। ନିର୍ବାଚନ ପ୍ରଚାର ପାଇଁ ପିଏସି ଅର୍ଥ ସଂଗ୍ରହ କରିବାରେ ସାହାଯ୍ୟ କରେ ଏବଂ ଏଲନ୍ ମସ୍କଙ୍କ କମିଟି ପ୍ରାର୍ଥୀଙ୍କୁ ସମର୍ଥନ କରେ।

ମସ୍କଙ୍କର ଏକ୍ସ ବାୟୋରେ ଖୋଲାଖୋଲି ଭାବେ ଲେଖାଯାଇଛି ଯେ ସେ ନିର୍ବାଚନରେ ​​ରିପବ୍ଲିକାନ୍ ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ବାରାକ ଓବାମା ଏବଂ ହିଲାରୀ କ୍ଲିଣ୍ଟନଙ୍କ ପରି ଗଣତାନ୍ତ୍ରିକ ପ୍ରାର୍ଥୀଙ୍କ ସମର୍ଥକ ଥିବା ଏହି ଉଦ୍ୟୋଗୀ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe