ଷଷ୍ଠ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭାର ୪୩ ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

Advertisment
ଷଷ୍ଠ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭାର ୪୩ ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

କୋଲ୍‌କାତା: ଆଜି ଷଷ୍ଠ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭାର ୪୩ଟି ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଏଥିରେ ପ୍ରାୟ ୧କୋଟି ଲୋକ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ।

ଏହି ଅବସରରେ ଭୋଟ୍‌ ଦେବା ପାଇଁ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଭୋଟର୍‌ମାନଙ୍କୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ନୂଆ ବିଧାନସଭା ପାଇଁ ପଶ୍ଚିମବଙ୍ଗବାସୀ ଭୋଟ୍‌ ଦେଉଛନ୍ତି। ଆଜି ଷଷ୍ଠ ପର୍ଯ୍ୟାୟରେ, ଯେଉଁମାନଙ୍କ ଆସନରେ ଭୋଟ୍‌ ଗ୍ରହଣ ଚାଲିଛି, ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ସେମାନଙ୍କୁ ଅନୁରୋଧ କରୁଛି।

ଆଜି ଏଥିରେ ମତଦାନ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗ ‘ବିଜେପି’ର ଉପସଭାପତି ଅର୍ଜୁନ ସିଂହ ଏବଂ ‘ବିଜେପି’ର ଜାତୀୟ ସହ-ସମ୍ପାଦକ ମୁକୁଲ୍‌ ରାୟ। ଅର୍ଜୁନ ସିଂହ ଉତ୍ତର ୨୪ ପ୍ରଗଣାର ଅନ୍ତର୍ଗତ ଜଗତ୍‌ଦଳର ୧୪୪ ନମ୍ବର ବୁଥ୍‌ରେ ଭୋଟ୍‌ ଦେଇଥିବା ବେଳେ ତାଙ୍କ ପୁତ୍ର ତଥା ଭାଟପଡ଼ାର ଦଳୀୟ ପ୍ରାର୍ଥୀ ପବନ ସିଂହ ମଧ୍ୟ ଭୋଟ୍‌ ଦେଇଛନ୍ତି।

publive-image Image Courtesy of NDTV

ଉତ୍ତର ୨୪ ପ୍ରଗଣା ଜିଲ୍ଲାର ‘କାଞ୍ଚରପଡ଼ା ମୁନିସ୍‌ପାଲ୍‌ ପଲିଟେକ୍‌ନିକ୍‌ ହାଇସ୍କୁଲ୍‌’ରେ ହୋଇଥିବା ୧୪୧ ନମ୍ବର ବୁଥ୍‌ରେ ମୁକୁଲ୍‌ ରାୟ ଭୋଟ୍‌ ଦେଇଛନ୍ତି।

୪ଟି ଜିଲ୍ଲା ଅନ୍ତର୍ଗତ ଏହି ୪୩ଟି ଆସନରୁ ୨୦୧୬ ବିଧାନସଭା ନିର୍ବାଚନରେ ‘ତୃଣମୂଳ କଂଗ୍ରେସ’ ୩୨ଟି ଆସନରେ ବିଜୟ ହାସଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe