ପୋଷ୍ଟାଲ ବାଲାଟରେ ଭୋଟିଂ ଆରମ୍ଭ: ଘରେ ବସି କେଉଁମାନେ ଦେଉଛନ୍ତି ଭୋଟ୍, ଜାଣନ୍ତୁ

ପୋଷ୍ଟାଲ ବାଲାଟରେ ଭୋଟିଂ ଆରମ୍ଭ:  ଘରେ ବସି କେଉଁମାନେ ଦେଉଛନ୍ତି ଭୋଟ୍, ଜାଣନ୍ତୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ୍ ୧୯ରେ ଆରମ୍ଭ ହେବ। କିନ୍ତୁ ପୋଷ୍ଟାଲ ବାଲାଟରେ ଭୋଟିଂ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳରେ ଏପ୍ରିଲ୍ ୭ଠାରୁ ପୋଷ୍ଟାଲ ବାଲାଟ ଅର୍ଥାତ୍ ଡାକ ମତ ପତ୍ର ମାଧ୍ୟମରେ ମତଦାନ ଆରମ୍ଭ ହୋଇଛି। ଭିନ୍ନ ଭିନ୍ନ ରାଜ୍ୟରେ ନିର୍ବାଚନ ଆୟୋଗଙ୍କ କର୍ମଚାରୀ ଏଥିପାଇଁ ମତଦାତାଙ୍କ ଘରେ ପହଞ୍ଚି ସେମାନଙ୍କର ମତଦାନ କରାଉଛନ୍ତି।

ମତଦାନ କେନ୍ଦ୍ରକୁ ଭୋଟ୍ ଦେବାକୁ ଯାଇ ପାରୁ ନ ଥିବା ଭୋଟରମାନେ ପୋଷ୍ଟାଲ ବାଲାଟରେ ଭୋଟିଂ କରିଥାନ୍ତି। ସେଥି ପାଇଁ କେତେକ ସର୍ତ୍ତ ମଧ୍ୟ ରହିଛି।
ନିର୍ବାଚନ ପରିଚାଳନା ନିୟମ ସେକସନ୍ ୨୭-ଏ ଅନ୍ତର୍ଗତ ଦେଶର ବରିଷ୍ଠ ନାଗରିକ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ, ସୈନ୍ୟ ଏବଂ ଦିବ୍ୟାଙ୍ଗମାନେ ପୋଷ୍ଟା‌ଲ ବାଲାଟ ଦ୍ବାରା ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥାନ୍ତି।

ବରିଷ୍ଠ ନାଗରିକଙ୍କ ମଧ୍ୟରେ ୮୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ଏହି ସୁବିଧା ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଏହାକୁ ୮୫ ବର୍ଷ କରାଯାଇଛି। ବୟସ ସୀମା ବୃଦ୍ଧି ନିଷ୍ପତ୍ତି ଗତ ୧୧ ବିଧାନସଭା ନିର୍ବାଚନରେ ବରିଷ୍ଠ ନାଗରିକଙ୍କ ଭୋଟିଂ ପ୍ରକ୍ରିୟା ଆଧାରରେ ଗ୍ରହଣ କରାଯାଇଛି। ଏସବୁ ନିର୍ବାଚନରେ ୯୭ ପ୍ରତିଶତ ୮୦ ବର୍ଷରୁ ଅଧିକ ବୟସ୍କ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଥିବା ରେକର୍ଡ ହୋଇଛି।

ଦେଶରେ ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୧.୮୫ କୋଟି ରହିଛି। ସେହିପରି ୮୫ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୮୫ ଲକ୍ଷ ରହିଛି। ୧୦୦ ବର୍ଷ ଏବଂ ଏହାଠାରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୨.୩୮ କୋଟି ରହିଛି। ସେହିପରି ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୮୮.୩୫ ଲକ୍ଷ ରହିଛି।

ପୋଷ୍ଟାଲ ବାଲାଟରେ ମତଦାନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍‌ରେ ପଞ୍ଜିକରଣ କରିବାକୁ ପଡ଼ିଥାଏ। ପଞ୍ଜିକରଣ ସମୟରେ ନିଜର ଠିକଣା ସହିତ ଅନ୍ୟ ସୂଚନା ପ୍ରଦାନ କରିବାକୁ ହୋଇଥାଏ। ପଞ୍ଜିକରଣ ଅନୁସାରେ ବିଶେଷ ମତଦାନ ପତ୍ର ପଠାଯାଇଥାଏ। ଏହି ପତ୍ରକୁ ଏକ ସିଲ୍ ବାକ୍ସରେ ରଖାଯାଇଥାଏ। ଭୋଟ ଗଣନା ପୋଷ୍ଟାଲ ବାଲାଟରୁ ଆରମ୍ଭ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe