୯ ରାଜ୍ୟରେ ୭୧ ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ; ଇଭିଏମରେ ତ୍ରୁଟି ଯୋଗୁ ଶତାଧିକ ବୁଥରେ ଭୋଟ ବିଳମ୍ବିତ

Advertisment
୯ ରାଜ୍ୟରେ ୭୧ ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ; ଇଭିଏମରେ ତ୍ରୁଟି ଯୋଗୁ ଶତାଧିକ ବୁଥରେ ଭୋଟ ବିଳମ୍ବିତ

www.hindustantimes.com

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।୯ଟି ରାଜ୍ୟର ୭୧ଟି ଲୋକସଭା ଆସନ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ମତଦାନ ଚାଲିଛି । ବିହାରର ୫ଟି ଲୋକସଭା ଆସନ, ଝାଡ଼ଖଣ୍ଡର ୩, ମଧ୍ୟପ୍ରଦେଶର ୬, ମହାରାଷ୍ଟ୍ରର ୧୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୩, ରାଜସ୍ଥାନର ୧୩ ଏବଂ ପଶ୍ଚିମ ବଂଗର ୮ଟି ଲୋକସଭା ଆସନରେ ସକାଳ ୭ଟାରୁ ମତଦାନ ଜାରି ରହିଛି। ତେବେ ବହୁସ୍ଥାନ ଇଭିଏମରେ ତ୍ରୁଟି ଦେଖାଯିବା କାରଣରୁ ମତଦାନ ହୋଇପାରିନାହିଁ। ଏଯାବତ୍ ଦେଶର ପ୍ରାୟ ୩୦୦ରୁ ଅଧିକ ସ୍ଥାନରେ ଇଭିଏମରେ ତ୍ରୁଟି ନେଇ ଅଭିଯୋଗ ଆସିଛି। ଅନ୍ୟପକ୍ଷରେ କେତେକ ସ୍ଥାନରେ ଲୋକେ ବିଭିନ୍ନ ଦାବି ନେଇ ଭୋଟ ବର୍ଜନ କରିବା ଖବର ଆସିଛି। ପଶ୍ଚିମବଙ୍ଗରୁ ଜେମୁଆ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି।

ଏହି ପର୍ଯ୍ୟାୟରେ ମୋଟ ୯୪୩ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ନିର୍ଦ୍ଧାରିତ ହେବ । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ,ଏସ୍ଏସ୍ ଆଲୁୱାଲିଆ, ବାବୁଲ ସୁପ୍ରିୟୋ, ଗଜେନ୍ଦ୍ର ସିଂହ ଶେଖାୱତ, ପି.ସି. ଚୌଧାରୀ, ଡ. ସୁଭାଷ ଭାମ୍ରେ, ସୁଦର୍ଶନ ଭଗତ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ, ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ବିଜେପି ବିହାର ୟୁନିଟ୍ ମୁଖ୍ୟ ନିତ୍ୟାନନ୍ଦ ରାୟ ଆର୍ଏଲ୍ଏସ୍ପି ମୁଖ୍ୟ ଉପେନ୍ଦ୍ର କୁଶୱାହଏବଂ ଜେଏନ୍ୟୁର ପୂର୍ବ ଛାତ୍ରନେତା କହ୍ନେୟା କୁମାର୍ ଆଦି ଜଣାଶୁଣା ନେତାଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ ହେବ।

publive-image www.hindustantimes.com

ଚତୁର୍ଥ ପର୍ଯ୍ୟାୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁଅ ନକୁଳନାଥ ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ। ସେ ତାଙ୍କ ମୋଟ ସମ୍ପତ୍ତି ୬୬୦ କୋଟି ଟଙ୍କା ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ନକୁଳନାଥ ଛିନ୍ଦୱାଡ଼ା ଆସନରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ୁଛନ୍ତି। ମଧ୍ୟପ୍ରଦେଶରେ ପ୍ରାୟ ସବୁ ଆସନରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି।

ଚତୁର୍ଥ ପର୍ଯ୍ୟାୟରେ ୧୨ କୋଟି ୭୯ ଲକ୍ଷରୁ ଅଧିକ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଲୋକସଭାର ୫୪୩ ଆସନରୁ ୩୦୩ ଆସନରେ ଭୋଟ୍ ଗ୍ରହଣ ସରିଛି। ପ୍ରଥମ ପର୍ଯ୍ୟାୟରେ ୯୧, ଦ୍ବିତୀୟ ପର୍ଯ୍ୟାୟରେ ୯୫ ଏବଂ ତୃତୀୟ ପର୍ଯ୍ୟାୟରେ ୧୧୭ ଆସନରେ ଭୋଟ୍ ଗ୍ରହଣ ହୋଇଥିଲା। ପଂଚମ ପର୍ଯ୍ୟାୟ ମତଦାନ ମେ’ ୬ ତାରିଖରେ ଅନୁଷ୍ଠିତ ହେବ। ୨.୭ ଲକ୍ଷ ଅର୍ଦ୍ଧସାମରିକ ବାହିନୀ ଯବାନ, ୨୦ ଲକ୍ଷ ରାଜ୍ୟ ପୁଲିସ କର୍ମୀ ଏଥିରେ ନିୟୋଜିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe