Image Courtesy of ANI
ନୂଆଦିଲ୍ଲୀ: ‘ମକ୍ ପୋଲିଙ୍ଗ୍’ ପରେ ଆଜି ସକାଳ ୮ଟା ବେଳେ ‘ଦିଲ୍ଲୀ ମହାନଗର ନିଗମ’ର ୨୫୦ ୱାର୍ଡରେ ମତଦାନ ଆରମ୍ଭ ହୋଇଛି। ଆଜିର ଏହି ମତଦାନରେ ପ୍ରାୟ ୧.୪୬ ଯୋଗ୍ୟ ବିବେଚିତ ଭୋଟର୍ ଭୋଟ୍ ଦେବେ। ଏଥର ଏହି ନିର୍ବାଚନ ପାଇଁ ୬୮ଟି ଆଦର୍ଶ ବୁଥ୍ ଓ ୬୮ଟି ‘ପିଙ୍କ୍ ବୁଥ୍’ ନିର୍ମାଣ କରାଯାଇଛି।
ସଚ୍ଚୋଟ ଓ କାମ କରିବା ଭଳି ସରକାରଙ୍କୁ ଭୋଟ୍ ଦେବା ପାଇଁ ଭୋଟର୍ମାନଙ୍କୁ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଶେଷ ଥର ପାଇଁ ନିବେଦନ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି: ସଫାସୁତରା ଓ ସୁନ୍ଦର ଦିଲ୍ଲୀ ନିର୍ମାଣ ପାଇଁ ଆଜି ଭୋଟ୍ଦାନ ଚାଲିଛି। ନଗର ନିଗମରେ ଦୁର୍ନୀତିମୁକ୍ତ ସରକାର ଗଢ଼ିବା ପାଇଁ ଭୋଟ୍ ଦିଅନ୍ତୁ।
Image Courtesy of ANIଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଭୋଟର୍ମାନଙ୍କୁ ନିବଦେନ କରି କହିଛନ୍ତି ଯେ, ପରିଚ୍ଛନ୍ନ ଦିଲ୍ଲୀ ପାଇଁ ‘ଆପ୍’କୁ ଭୋଟ୍ ଦିଅନ୍ତୁ।
ସେହିପରି ରାଜୌରି ଗାର୍ଡେନ୍ ବୁଥ୍ରେ ଭୋଟ୍ ଦେଇ କଂଗ୍ରେସ ନେତା ଅଜୟ ମାକେନ୍ କହିଛନ୍ତି, କଂଗ୍ରେସ ପ୍ରାର୍ଥୀମାନେ ଉତ୍ତମ। ସେମାନଙ୍କୁ ଭୋଟ୍ ଦିଅନ୍ତୁ।
ଦିଲ୍ଲୀର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଭୋଟ୍ ଦେବା ଲାଗି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଭୋଟର୍ମାନଙ୍କୁ ନିବେଦନ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି:
ସଂଗୃହୀତ ସୂଚନା ଅନୁସାରେ, ପୌର ନିର୍ବାଚନ ଯୋଗୁଁ, ଜାତୀୟ ରାଜଧାନୀରେ ଥିବା ସମସ୍ତ ପାଇକାରୀ ବଜାର ବନ୍ଦ ରହିଛି। ଭୋଟ୍ ଥିବାରୁ ଆଜି ଦିଲ୍ଲୀ ମେଟ୍ରୋ ସେବା ରାତି ୪ଟାରୁ ଆରମ୍ଭ ହୋଇଛି।
Follow Us