ବାଲଟ୍‌ ହ୍ୟାକିଙ୍ଗ୍‌ ଆଶଙ୍କା ଥିବାରୁ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ପାଇଁ ଭୋଟ୍‌ ଗ୍ରହଣରେ ବିଳମ୍ବ: ରିପୋର୍ଟ

ବାଲଟ୍‌ ହ୍ୟାକିଙ୍ଗ୍‌ ଆଶଙ୍କା ଥିବାରୁ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ପାଇଁ ଭୋଟ୍‌ ଗ୍ରହଣରେ ବିଳମ୍ବ: ରିପୋର୍ଟ

Image Courtesy of WION

ଲଣ୍ଡନ୍‌: ‘ସାଇବର୍‌ ହ୍ୟାକ୍‌ର୍‌’ମାନେ ଜନସାଧାରଣଙ୍କ ବାଲଟ୍‌ ବଦଳାଇ ଦେଇପାରନ୍ତି ବୋଲି ‘ଜିସିଏଚ୍‌କ୍ୟୁ’ ଗୁପ୍ତଚର ଏଜେନ୍‌ସି ସତର୍କ କରାଇଦେବାରୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ ନିମନ୍ତେ ବ୍ରିଟେନ୍‌ର ‘କଞ୍ଜର୍‌ଭେଟିଭ୍‌ ପାର୍ଟି’ର ସଦସ୍ୟମାନଙ୍କ ଭୋଟ୍‌ ଦାନରେ ବିଳମ୍ବ ହୋଇଥିବା କଥା ମଙ୍ଗଳବାର ଦିନ ‘ଦି ଟେଲିଗ୍ରାଫ୍‌’ ରିପୋର୍ଟ କରିଛି।

କୌଣସି ଶତ୍ରୁ ରାଷ୍ଟ୍ର ପକ୍ଷରୁ ନିର୍ଦ୍ଦିଷ୍ଟ ଧମକ ନ ମିଳିଥିଲେ ବି ଭୋଟ୍‌ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଏ ଭଳି ସତର୍କତା ଜାରି କରାଯାଇଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଫଳରେ ପରବର୍ତ୍ତୀ ନେତା ଚୟନ କରିବାକୁ ସଦସ୍ୟମାନଙ୍କ ଭୋଟ୍‌ ଗ୍ରହଣ କରିବା ଲାଗି ‘କଞ୍ଜର୍‌ଭେଟିଭ୍‌ ପାର୍ଟି’ ‌ଯେଉଁ ଯୋଜନା କରିଛି, ତାହା ବନ୍ଦ ରଖିବାକୁ ବାଧ୍ୟ ହୋଇଛି ବୋଲି ‘ଟେଲିଗ୍ରାଫ୍‌’ ରିପୋର୍ଟ କରିଛି।

publive-image Image courtesy of Mint

ସେହିପରି ଦଳର ଦଳର ୧୬୦,୦୦୦ ସଦସ୍ୟଙ୍କୁ ଏପର୍ଯ୍ୟନ୍ତ ପୋଷ୍ଟାଲ୍‌ ବାଲଟ୍‌ ମଧ୍ୟ ଦିଆଯାଇନାହିଁ। ଏଭଳି ହେଲେ ସେମାନଙ୍କ ଭୋଟ୍‌ ପହଞ୍ଚିବାକୁ ଅଗଷ୍ଟ୍‌ ୧୧ ତାରିଖ ହୋଇଯାଇ ପାରେ। ସୋମବାର ଦିନ ସେମାନଙ୍କ ପାଖକୁ ବାଲଟ୍‌ ପଠାଯିବ ବୋଲି ପୂର୍ବରୁ ବ୍ୟବସ୍ଥା କରାଯାଇଥିଲା ବୋଲି ‘ଟେଲିଗ୍ରାଫ୍‌’ ରିପୋର୍ଟ କରିଛି।

ଉଲ୍ଲେଖଯୋଗ୍ୟ, ବୋରିସ୍‌ ଜନ୍‌ସନ୍‌ ଇସ୍ତଫା ଦେବା ପରେ ପରବର୍ତ୍ତୀ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ହେବା ଲାଗି ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ବୈଦେଶିକ ସଚିବ ଲିଜ୍‌ ଟ୍ରସ୍‌ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe