ପଶ୍ଚିମବଙ୍ଗରେ ଉତ୍ସାହଜନକ ଭୋଟ ଗ୍ରହଣ, ସକାଳ ୯ଟା ସୁଦ୍ଧା ୧୪.୬୨ ପ୍ରତିଶତ ମତଦାନ

Advertisment
ପଶ୍ଚିମବଙ୍ଗରେ ଉତ୍ସାହଜନକ ଭୋଟ ଗ୍ରହଣ, ସକାଳ ୯ଟା ସୁଦ୍ଧା ୧୪.୬୨ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ତାମିଲନାଡୁ, କେରଳ, ପୁଡୁଚେରୀର ୪୦୪ ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି | ତାମିଲନାଡୁର ୨୩୪ଟି ଆସନ, କେରଳରେ ୧୪୦ଟି ଆସନରେ ଏବଂ ପୁଡୁଚେରୀରେ ୩୦ଟି ଆସନରେ ମତଦାନ ଚାଲିଛି। ସନ୍ଧ୍ୟା ୬.୩୦ ଯାଏଁ ମତଦାନ ଚାଲିବାକୁ ଥିବାବେଳେ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ସକାଳ ୧୦ଟା ପର୍ଯ୍ୟନ୍ତ କେରଳରେ ୧୫.୩୩%, ପୁଡୁଚେରୀରେ ୧୫.୬୩%, ତାମିଲନାଡୁରେ ୭.୩୬% ମତଦାନ ହୋଇଛି |

publive-image photo-dainik jagaran

ସେହିପରି ଆଜି ଆସାମ ବିଧାନସଭା ନିର୍ବାଚନର ​​ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି। ୧୨୬ ସିଟ୍ ବିଧାନସଭାରେ ୪୦ଟି ଆସନରେ ଭୋଟରମାନେ ନିଜର ମତଦାନ କରୁଛନ୍ତି |

ଆସାମରେ ଏଥର ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ମଧ୍ୟରେ ଲଢେଇ ଚାଲିଥିବାବେଳେ ସକାଳ ୯.୩୦ ସୁଦ୍ଧା ୧୨.୮୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ସେହିପରି ପଶ୍ଚିମବଙ୍ଗରେ ଉତ୍ସାହଜନକ ଭାବେ ମତଦାନ ବୃଦ୍ଧି ପାଇଛି। ସକାଳ ନଅଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୧୪.୬୨ ପ୍ରତିଶତ ମତଦାନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe