ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ଵାସ ପ୍ରସ୍ତାବ ଆଣିବା ମୂର୍ଖତା: ପାକିସ୍ତାନ ଗୃହମନ୍ତ୍ରୀ

Advertisment
ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ଵାସ ପ୍ରସ୍ତାବ ଆଣିବା ମୂର୍ଖତା: ପାକିସ୍ତାନ ଗୃହମନ୍ତ୍ରୀ

Image Courtesy: The Economic Times

ଇସ୍‌ଲାମାବାଦ: ପାକିସ୍ତାନରେ ଏବେ ଚର୍ଚ୍ଚା ଜୋରଧରିଛି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର କୌଣସି ବି ସମୟରେ ଭାଙ୍ଗିପାରେ। ପାକିସ୍ତାନ ତେହରିକ୍-ଏ-ଇନ୍‌ସାଫ (ପିଟିଆଇ) ଦଳ ପାଖରେ ପୂର୍ଣ୍ଣ ବହୁମତ ନାହିଁ। ଏପରି ସ୍ଥିତିରେ ଦଳ ମେଣ୍ଟ କରି ସରକାର ଚଳାଉଛି। ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍ ରସିଦଙ୍କ ଅନୁସାରେ, ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ଵାସ ପ୍ରସ୍ତାବ ଉପରେ ମତଦାନ ୩ କିମ୍ବା ୪ ଏପ୍ରିଲରେ ହେବ।

ଏହା ସହ ଶେଖ୍ ରସିଦ୍ କହିଛନ୍ତି, ଅବିଶ୍ଵାସ ପ୍ରସ୍ତାବ ଆଣି ବିରୋଧୀ ଦଳ ପ୍ରକୃତରେ ଇମ୍ରାନ ସରକାରଙ୍କ ସାହାଯ୍ୟ କରିଛନ୍ତି। ଅବିଶ୍ଵାସ ପ୍ରସ୍ତାବ ଯୋଗୁଁ ଇମ୍ରାନ ଖାନଙ୍କ ଲୋକପ୍ରିୟତା ଆହୁରି ବଢିଯାଇଛି। ମୁଁ ଇମ୍ରାନ ଖାନଙ୍କୁ ଶୀଘ୍ର ନିର୍ବାଚନ କରିବାକୁ ଆବେଦନ କରିଛି।

ବିରୋଧୀ ଦଳଙ୍କ ନିଷ୍ପତ୍ତିକୁ ମୂର୍ଖତାପୂର୍ଣ୍ଣ କହି ରଶିଦ୍ କହିଛନ୍ତି, ସେମାନେ ଅବିଶ୍ଵାସ ପ୍ରସ୍ତାବ ଆଣି ଇମ୍ରାନ ଖାନଙ୍କ ଲୋକପ୍ରିୟତାକୁ ସେହି ସ୍ତରରେ ପହଞ୍ଚେଇ ଦେଇଛନ୍ତି ଯେଉଁଠାରେ ଶୀଘ୍ର ନିର୍ବାଚନ କରିବା ପାଇଁ ଏହା ହିଁ ସଠିକ୍ ସମୟ। ମୁଁ ଏକ ବହୁତ ବଢିଆ ବଜେଟ ପାରିତ କଲା ପରେ ଶୀଘ୍ର ନିର୍ବାଚନ କରିବାକୁ ଦାବି କରୁଛି କାରଣ ଏହି ଅକ୍ଷମ ବିରୋଧୀ ପୁଣି ଥରେ ଜିତିବା ପାଇଁ ଆମର ରାସ୍ତାକୁ ସରଳ କରି ଦେଇଛି।

ପାକିସ୍ତାନର ସଂସଦରେ ୩୪୨ ସଦସ୍ୟ ଅଛନ୍ତି। ସରକାରରେ ରହିବାକୁ ଇମ୍ରାନ୍ ଖାନଙ୍କୁ ୧୭୨ଟି ସିଟ୍ ଦରକାର। ଏବେ ଇମ୍ରାନ ଖାନଙ୍କୁ ୧୭୬ ଜଣ ସାଂସଦ ସମର୍ଥନ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଇମ୍ରାନ ଖାନଙ୍କ ଦଳର ୧୫୫ ଜଣ ସଦସ୍ୟ ଅଛନ୍ତି। ତେବେ ଖବର ଅନୁସାରେ ଇମ୍ରାନ ଖାନଙ୍କ ଦଳର ୧୫-୨୦ ଜଣ ସାଂସଦ ଇମ୍ରାନ ଖାନଙ୍କ ବିରୋଧରେ ବିଦ୍ରୋହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe