ନୂଆଦିଲ୍ଲୀ: ଦେଶରେ ଏବେ ସାଧାରଣ ନିର୍ବାଚନ ଚାଲିଛି। ଚଳିତ ଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହୋଇଥିଲା ମତଦାନ ମେ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତମାନ ସୁଦ୍ଧା ୬ଟି ପର୍ଯ୍ୟାୟରେ ଭୋଟ ସରିଲାଣି। ଏଥିରୁ ଦେଖାଯାଇଛି ପ୍ରଥମ ପର୍ଯ୍ୟାୟରେ ଯେତିକି ପ୍ରତିଶତ ମତଦାନ ହୋଇଥିଲା ତାହା ପର୍ଯ୍ୟାୟକ୍ରମେ କମି କମି ଯାଉଛି। ଅର୍ଥାତ୍ ମତଦାନ ପ୍ରତି ଲୋକଙ୍କ ଆଗ୍ରହ ସେତେଟା ରହୁନାହିଁ। ପ୍ରାୟ ୧ ମାସ ୮ ଦିନର ଅବଧି ମଧ୍ୟରେ ୭ଟି ଯାକ ପର୍ଯ୍ୟାୟର ନିର୍ବାଚନ ହେଉଛି। ୫୪୨ଟି ଆସନ ପାଇଁ ଏଥର ଭୋଟରମାନେ ସେମାନଙ୍କ ମନୋନୀତ ପ୍ରାର୍ଥୀ ବାଛି ଲୋକସଭାକୁ ପଠାଇବେ। ବର୍ତମାନ ସୁଦ୍ଧା ହୋଇଥିବା ୬ଟି ପର୍ଯ୍ୟାୟ ନିର୍ବାଚନ ମଧ୍ୟରୁ ଏପ୍ରିଲ ୧୧ରେ ୯୧ଟି ଆସନ ପାଇଁ ମତଦାନ ହୋଇଥିଲା। ଏଥିରେ ୬୯.୫୦ ପ୍ରତିଶତ ମତଦାନ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏହାପରେ ଏପ୍ରିଲ ୧୮ରେ ଦ୍ବିତୀୟ ପର୍ଯ୍ୟାୟରେ ୯୫ଟି ଆସନ ପାଇଁ ମତଦାନ ହୋଇଥିବାବେଳେ ଏଥିରେ ପ୍ରଥମ ପର୍ଯ୍ୟାୟଠାରୁ କମ୍ ଅର୍ଥାତ ୬୯.୪୪ ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ସେହିଭଳି ତୃତୀୟ ପର୍ଯ୍ୟାୟ ଭୋଟ ଏପ୍ରିଲ ୨୩ରେ , ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ ୨୯ରେ, ପଞ୍ଚମ ପର୍ଯ୍ୟାୟ ମେ ୬ରେ, ଷଷ୍ଠ ପର୍ଯ୍ୟାୟ ମେ ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ପର୍ଯ୍ୟାୟ ନିର୍ବାଚନ ଗୁଡ଼ିକରେ ମତଦାନ ଯଥାକ୍ରମେ ୬୮.୪୦ ପ୍ରତିଶତ, ୬୫.୫୧ ପ୍ରତିଶତ, ୬୪.୧୪ ପ୍ରତିଶତ ଏବଂ ୬୩.୪୯ ପ୍ରତିଶତ ମତଦାନ ହୋଇଛି।
କେଉଁ ପର୍ଯ୍ୟାୟ କେତେ ପ୍ରତିଶତ ଭୋଟ
ପ୍ରଥମ ପର୍ଯ୍ୟାୟ ୬୯.୫୦ ଦ୍ବିତୀୟ ପର୍ଯ୍ୟାୟ ୬୯.୪୪
ତୃତୀୟ ପର୍ଯ୍ୟାୟ ୬୮.୪୦ ଚତୁର୍ଥ ପର୍ଯ୍ୟାୟ ୬୫.୫୧
ପଞ୍ଚମ ପର୍ଯ୍ୟାୟ ୬୪.୧୬ ଷଷ୍ଠ ପର୍ଯ୍ୟାୟ ୬୩.୪୯
ଭୋଟ ପ୍ରତିଶତ କମୁଛି
Advertisment
Follow Us