ମତଦାନ ସନ୍ଦେହର ଊର୍ଦ୍ଧ୍ବରେ ରହୁ: ପ୍ରଣବ

Advertisment

ଇଭିଏମ୍‌ ସୁରକ୍ଷା ଇସିଙ୍କ ଦାୟିତ୍ବ :୨୦୧୯ ନିର୍ବାଚନରେ ସଂପୂର୍ଣ୍ଣ ପାରଦର୍ଶିତା ରହିଛି

ଇଭିଏମ୍‌ ସୁରକ୍ଷା ଇସିଙ୍କ ଦାୟିତ୍ବ :୨୦୧୯ ନିର୍ବାଚନରେ ସଂପୂର୍ଣ୍ଣ ପାରଦର୍ଶିତା ରହିଛି

ମତଦାନ ସନ୍ଦେହର ଊର୍ଦ୍ଧ୍ବରେ ରହୁ: ପ୍ରଣବ

ନୂଆଦିଲ୍ଲୀ: ଇଭିଏମ୍‌ରେ ଜାଲିଆତି ହୋଇଥିବା ଅଭିଯୋଗ ଆଣି ୨୨ଟି ବିରୋଧୀ ଦଳ ଆଜି ପୁଣି ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆଜି ଏକ ବୟାନ ଜାରି କରି ପ୍ରଣବ କହିଛନ୍ତି ଯେ ଇଭିଏମ୍‌ର ସୁରକ୍ଷା ଦାୟିତ୍ବ ସଂପୂର୍ଣ୍ଣ ଭାବେ ନିର୍ବାଚନ କମିସନଙ୍କ ଉପରେ ନ୍ୟସ୍ତ ଏବଂ ଏହି ଦାୟିତ୍ବ ସଫଳତାର ସହ ନିର୍ବାହ ହେବା ଉଚିତ। ୨୦୧୯ ଲୋକସଭା ନିର୍ବାଚନ ସଂପୂର୍ଣ୍ଣ ସଫଳତାର ସହ ସଂପୂର୍ଣ୍ଣ ହୋଇଥିବାରୁ ଏହାକୁ ନେଇ କୌଣସି ସନ୍ଦେହର ଅବକାଶ ରହିବା ଉଚିତ ହେବନାହିଁ। ମତଦାନ ସର୍ବଦା ସନ୍ଦେହର ଊର୍ଦ୍ଧ୍ବରେ ରହିଲେ ହିଁ ଗଣତନ୍ତ୍ର ସଫଳ ଓ ସୁଦୃଢ଼ ହେବ ବୋଲି ପ୍ରଣବ କହିଛନ୍ତି। ଇଭିଏମ୍‌କୁ ନେଇ ଅଯଥା ବୟାନବାଜିର ଆଦୌ ସ୍ଥାନ ନାହିଁ, ଗଣତନ୍ତ୍ରରେ ଭୋଟ ଦାନ ପ୍ରକ୍ରିୟା ସର୍ବାଧିକ ସ୍ବଚ୍ଛ ରହିବା ଏକ ଜରୁରୀ ବ୍ୟବସ୍ଥା ବୋଲି ସେ କହିଛନ୍ତି। ନିର୍ବାଚନ କମିସନଙ୍କ ଉପରେ ଏହାର ସଂସ୍ଥାଗତ ଅଖଣ୍ଡତାକୁ ସୁନିଶ୍ଚିତ କରିବା ଦାୟିତ୍ବ ରହିଛି ଏବଂ ଏ ବାବଦ ସମସ୍ତ ସନ୍ଦେହ ଦୂର କରିବା ଦିଗରେ କମିସନ କାର୍ଯ୍ୟ କରିବେ ବୋଲି ପ୍ରଣବ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe