ଭବାନୀପୁର ଉପନିର୍ବାଚନ: ମନ୍ତ୍ରୀ ଶୋଭନଦେବଙ୍କ ପୁଅର ମତଦାନ ଭିଡିଓ ଭାଇରାଲ

Advertisment

ରିପୋର୍ଟ ତଲବ କଲେ ନିର୍ବାଚନ କମିସନ୍‌

ରିପୋର୍ଟ ତଲବ କଲେ ନିର୍ବାଚନ କମିସନ୍‌

ଭବାନୀପୁର ଉପନିର୍ବାଚନ: ମନ୍ତ୍ରୀ ଶୋଭନଦେବଙ୍କ ପୁଅର ମତଦାନ ଭିଡିଓ ଭାଇରାଲ

The Asian Age

କୋଲକାତା : ମନ୍ତ୍ରୀ ଶୋଭନଦେବ ଚାଟାର୍ଜୀଙ୍କ ପୁଅ ସୟାନଦେବ ଭବାନୀପୁର ଉପନିର୍ବାଚନରେ ଭୋଟ୍‌ ଦେବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ବିବାଦରେ ଫସି ଯାଇଛନ୍ତି। ଆଜି ‌ସୟାନଦେବ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେଇଥିଲେ। ଭୋଟ୍‌ ଦେଉଥିବା ସମୟର ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ପୋଷ୍ଟ ହୋଇଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ନିର୍ବାଚନ କମିସନ୍‌ ତାଙ୍କୁ ରିପୋର୍ଟ ତଲବ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସେ କାହାକୁ ଭୋଟ୍‌ ଦେଉଛନ୍ତି ତାହା ଦୃଶ୍ୟମାନ ହୋଇଛି। ନିୟମ ଅନୁସାରେ ଭୋଟ୍‌ ଦେବାକୁ ଯିବାବେଳେ ସାଙ୍ଗରେ କ୍ୟାମେରା କିମ୍ବା ମୋବାଇଲ ନେବା ମନା। ଏ ‌ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ବିଜେପିର ଅଭିଯୋଗକୁ ଭିତ୍ତି କରି ନିର୍ବାଚନ କମିସନ୍‌ ରିପୋର୍ଟ ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe