ଶ୍ରଦ୍ଧାଙ୍କ ହତ୍ୟା କରିଥିବା ଅଫତାବକୁ କିଭଳି ଦଣ୍ଡ ମିଳିବା ଉଚିତ ବୋଲି ପ୍ରତିକ୍ରିୟା ଦେଇଛନ୍ତି ରାମଗୋପାଳ ବର୍ମା

Advertisment
ଶ୍ରଦ୍ଧାଙ୍କ ହତ୍ୟା କରିଥିବା ଅଫତାବକୁ କିଭଳି ଦଣ୍ଡ ମିଳିବା ଉଚିତ ବୋଲି ପ୍ରତିକ୍ରିୟା ଦେଇଛନ୍ତି ରାମଗୋପାଳ ବର୍ମା

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରି ଅଫତାବ ୩୫ ଖଣ୍ଡ କରିଥିଲା। ପ୍ରାୟ ୧୮ ଦିନ ପର୍ଯ୍ୟନ୍ତ ଅଫତାବ ଅମିନ ପୁନାୱାଲା ଶ୍ରଦ୍ଧାଙ୍କ ମର ଶରୀରର କଟାଖଣ୍ଡକୁ ଫ୍ରିଜରେ ରଖି ଧୀରେ ଧୀରେ ଜଙ୍ଗଲକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ିଥିଲା। ତେବେ ଏହି ଘଟଣାକୁ ନେଇ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ନିଜ ପ୍ରତିକ୍ରିୟା ଦେଇଛନ୍ତି।

ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର କ୍ରୋଧ ପ୍ରକାଶ କରି ରାମ ଗୋପାଳ ବର୍ମା ପ୍ରତିକ୍ରିୟା ଦେଇ ଲେଖିଛନ୍ତି,‘ଯେ ଶ୍ରଦ୍ଧାଙ୍କୁ ଆତ୍ମା ଭାବରେ ଫେରି ଆସିବା ଦରକାର, ଆଉ ହତ୍ୟାକାରୀ ଶରୀରକୁ ୭୦ ଖଣ୍ଡରେ କାଟିବା ଉଚିତ୍।’

କେବଳ ଏତିକି ନୁହେଁ, ନିର୍ଦ୍ଦେଶକ ଟୁଇଟରେ ଆହୁରି କହିଛନ୍ତି, ‘ନୃଶଂସ ହତ୍ୟାକାଣ୍ଡକୁ କେବଳ ଆଇନ ଦ୍ବାରା ବନ୍ଦ କରିହେବ ନାହିଁ। ଯଦି ପୀଡିତାଙ୍କ ଆତ୍ମା ଆସି ହତ୍ୟାକାରୀଙ୍କୁ ମାରି ଦେବ, ତେବେ ହତ୍ୟାକାଣ୍ଡକୁ ନିଶ୍ଚିତ ଭାବେ ରୋକା ଯାଇ ପାରିବ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି କି ଏହି ଘଟଣାର ବିଚାର କରି ଉଚିତ ନିଷ୍ପତ୍ତି ନେବେ।’

ଗତକାଲି ଛତ୍ରପୁର ଜଙ୍ଗଲର ବିଭିନ୍ନ ସ୍ଥାନରୁ ପୁଲିସ ଶ୍ରଦ୍ଧାଙ୍କ ଶରୀରର ୧୩ଟି କଟାଖଣ୍ଡ ପାଇଥିଲା। କିନ୍ତୁ ପୁଲିସକୁ ଶ୍ରଦ୍ଧାଙ୍କ ମୁଣ୍ଡ ମିଳୁନାହିଁ। ଏପଟେ ଅଫତାବ ସ୍ବୀକାର କରିଛି ଯେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଅଫତାବ ଆମିନକୁ ଚିକିତ୍ସା କରିଥିବା ଜଣେ ଡାକ୍ତରଙ୍କୁ ପୁଲିସ ଏବେ ଏହି ମାମଲାର ମୁଖ୍ୟ ସାକ୍ଷୀ କରିଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe