ଶିବଲିଙ୍ଗ ନିର୍ମାଣ ଦେଖିବାକୁ ଯାଇଥିବା ବେଳେ ମନ୍ଦିରକାନ୍ଥ ଭୁଶୁଡ଼ି ୯ଜଣ ପିଲାଙ୍କ ମୃତ୍ୟୁ

Advertisment
ଶିବଲିଙ୍ଗ ନିର୍ମାଣ ଦେଖିବାକୁ ଯାଇଥିବା ବେଳେ ମନ୍ଦିରକାନ୍ଥ ଭୁଶୁଡ଼ି ୯ଜଣ ପିଲାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହପୁରର ହରଦୌଲ ବାବା ମନ୍ଦିର ପରିସରରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମନ୍ଦିର କାନ୍ଥ ଭୁଶୁଡ଼ି ପଡ଼ିବା ହେତୁ ଘଟଣାସ୍ଥଳରେ ୯ଜଣ ପିଲା ଚାପି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ୯ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଅନ୍ୟ ୪ଜଣ ପିଲା ଆହତ ହୋଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଶାହପୁରର ହରଦୌଲ ମନ୍ଦିରରେ ଶିବଲିଙ୍ଗ ନିର୍ମାଣ ଓ ଭଗବାନ କଥାର ଆୟୋଜନ କରାଯାଇଥିଲା। ରବିବାର ଛୁଟି ଥିବା ‌ହେତୁ ଶିବଲିଙ୍ଗ ନିର୍ମାଣ ଦେଖିବା ପାଇଁ ମନ୍ଦିର ପରିସରରେ ପିଲାଙ୍କ ଭିଡ଼ ଲାଗି ରହିଥିଲା। ଠିକ ଏତିକି ବେଳେ ମନ୍ଦିରର ଗୋଟିଏ ପାର୍ଶ୍ବକାନ୍ଥ ଭାଙ୍ଗି ପଡ଼ିଥିଲା। ଏହାତଳେ ଅନେକ ପିଲା ଚାପି ହୋଇଯାଇଥିଲେ। ସଙ୍ଗେସଙ୍ଗେ ଜେସିବି ସାହାଯ୍ୟରେ ଧ୍ବଂସ୍ବସ୍ତୂପ ତଳୁ ପିଲାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଥିମଧ୍ୟରୁ ଡାକ୍ତର ୯ଜଣ ପିଲାଙ୍କୁ ମୃତ ଘୋଷଣା କରିଥିବା ବେଳେ ବାକି ଆହତ ୪ଜଣଙ୍କ ଚିକିତ୍ସା ଜାରି ରଖିଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଘଟଣାକୁ ନେଇ ଶୋକବ୍ୟକ୍ତ କରିବା ସହିତ ମୃତ ପିଲାମାନଙ୍କ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ପାଇଁ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe