ଜେଏନୟୁରେ ବିବେକାନନ୍ଦଙ୍କର ମୂର୍ତ୍ତି କ୍ଷତିଗ୍ରସ୍ତ

Advertisment
ଜେଏନୟୁରେ ବିବେକାନନ୍ଦଙ୍କର ମୂର୍ତ୍ତି କ୍ଷତିଗ୍ରସ୍ତ

NewsX

ନୂଆଦିଲ୍ଲୀ: ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜେଏନୟୁ କର୍ତ୍ତୃପକ୍ଷ ବର୍ଦ୍ଧିତ ହଷ୍ଟେଲ ଫିକୁ ଆଂଶିକ ଭାବେ ପ୍ରତ୍ୟାହାର କରି ନେଇଛନ୍ତି । ଏହା ସତ୍ତ୍ୱେ ବି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ଆଜି କିଛି ଅସାମାଜିକ ଜେଏନୟୁରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗାରୁଜା କରିଛନ୍ତି। ଭାରତୀୟ ଯୁବ ସମାଜର ଆଦର୍ଶ କୁହାଯାଉଥିବା ବିବେକାନନ୍ଦଙ୍କର ମୂର୍ତ୍ତି ଭଙ୍ଗାଯିବାକୁ ନେଇ ବିଭିନ୍ନ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଉଛି। ତେବେ ବିବେକାନନ୍ଦଙ୍କର ମୂର୍ତ୍ତିକୁ ଏପରି କିଏ ଭାଙ୍ଗିଛି ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସେନେଇ କୌଣସି ସ୍ପଷ୍ଟ ରିପୋର୍ଟ ମିଳିପାରି ନଥିଲା।

ଏହି ମୂର୍ତ୍ତି ଉପରକୁ ଇଟା ପଥର ମାଡ଼ କରିବା ସହ ଏହା ଚାରିପଟେ ଆପତ୍ତିଜନକ ଲେଖା ସବୁ ଲେଖାଯାଇଛି। ପ୍ରତିମା କ୍ଷତିଗ୍ରସ୍ତ ହେବା ପରେ ତାହାକୁ ଏକ ଗୋରୁଆ ରଙ୍ଗର କନାରେ ଢ଼ାଙ୍କି ଦିଆଯାଇଛି। ଏବଂ ଏହି ଘଟଣାକୁ ନେଇ ଯାଞ୍ଚ ଆରମ୍ଭ ହୋଇଯାଇଛି।

ଏପଟେ ଏନ୍‌ଏସ୍‌ୟୁଆଇ ଅକ୍ଷ୍ୟକ୍ଷ ସନି ଧିମାନ୍‌ ଏହି ଘଟଣାକୁ ନେଇ ନିନ୍ଦା କରିବା ସହିତ କହିଥିଲେ, ଜେଏନୟୁର କୌଣସି ଛାତ୍ର ଏପରି କରିଥାଏ ପାରେ ତାହା ମୁଁ ବିଶ୍ୱାସ କରୁନାହିଁ। ମୂର୍ତ୍ତି କୌଣସି ପ୍ରକାର କ୍ଷତିଗ୍ରସ୍ତ ହୋଇନାହିଁ। ଏଥିରେ କିଛି ଲେଖା ଯାଇଥିଲା, ଯାହାକୁ ଆମେ ସଫା କରି ଦେଇଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe