୧.୨୫ କୋଟିର ମାନହାନି ମାମଲା କଲେ ୱାଙ୍ଖଡେଙ୍କ ବାପା

୧.୨୫ କୋଟିର ମାନହାନି ମାମଲା କଲେ ୱାଙ୍ଖଡେଙ୍କ ବାପା

pipanews.com

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକଙ୍କ ବିରୋଧରେ ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବାପା ଧ୍ୟାନଦେବ କଚ୍ରୁଜି ୱାଙ୍ଖଡେ ବମ୍ବେ ହାଇକୋର୍ଟରେ ଏକ ମାନହାନୀ ମାମଲା ରୁଜୁ କରିଛନ୍ତି। ସେ ୧ କୋଟି ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ଉକ୍ତ ମାମଲାର ଶୁଣାଣି ସୋମବାର ହେବାର ଅଛି। ଏଥିରେ ‌ୱାଙ୍ଖଡେଙ୍କ ବାପାଙ୍କୁ ସାମୟିକ ଆଶ୍ବସ୍ତି ଯଥା ପ୍ରକାଶିତ ଖବର, ଟ୍ବିଟ, ସାକ୍ଷାତକାର ଆଦିକୁ ପ୍ରତ୍ୟାହାର କରିନେବା ସହିତ ଗଣମାଧ୍ୟମରେ ଅଧିକ କିଛି ପ୍ରକାଶ କରିବା ଉପରେ କଟକଣା ଲଗାଇବା ପାଇଁ ଆବେଦନ କରାଯାଇପାରେ। ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଗତ ଶୁକ୍ରବାର ଆଇନଜୀବୀ ଅର୍ସଦ ଶୈଖ, ରଣଜିତ୍ ଅଗସେ, କ୍ରିଷ୍ଣନ୍ ଆୟାର, ବିନିଶା ଆଚାର୍ଯ୍ୟ, ଦିବାକର ରାଏ ଏବଂ ସୌରଭ ତମହନକର ପାଇଁ ବିଚାରପତି ଏସ୍‌ ଜେ କଥାୱାଲାଙ୍କ ଅବସରକାଳୀନ ଖଣ୍ଡପୀଠ ନିକଟରେ ନିବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତମାସରେ ନୱାବ ମଲିକ ଏକ ଟ୍ବିଟ୍ କରିଥିଲେ। ସେଥିରେ ସମୀର ୱାଙ୍ଖଡେଙ୍କ ବାପାଙ୍କ ନାମ ଦାଉଦ ୱାଙ୍ଖଡେ ଲେଖାଯାଇଥିବା ଦର୍ଶାଇଥିଲେ। ଏଠାରୁ ଜାଲିଆତି ଆରମ୍ଭ ବୋଲି ସେ ଟ୍ବିଟରେ ଟିପ୍ପଣୀ ଦେଇଥିଲେ। ଏହାପରେ ସମୀରଙ୍କ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଥିଲା। ସେଥିରେ କୁହାଯାଇଥିଲା ତାଙ୍କ ବାପା ଜଣେ ହିନ୍ଦୁ ଏବଂ ମାଆ ମୁସଲିମ। ତେବେ ଧ୍ୟାନଦେବ ଯେଉଁ ଦାବି କରିଛନ୍ତି ତାହା ହେଲା ମଲିକଙ୍କ ଜ୍ବାଇଁ ସମୀର ଖାନ୍ ଗତ ଜାନୁଆରିରେ ଏନସିବି ଦ୍ବାରା ଗିରଫ ହୋଇଥିଲେ। ବେଆଇନ ମାଲ ପରିବହନ ପାଇଁ ତାଙ୍କୁ ଏନଡିପିଏସ ଆଇନ ଅଧୀନରେ ଗିରଫ କରାଯାଇଥିଲା। ଏହାପରେ ମଲିକଙ୍କ ଟାର୍ଗେଟରେ ସମୀର ଆସିଯାଇଛନ୍ତି ବୋଲି ଧ୍ୟାନଦେବ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe