ଯୁଦ୍ଧବିରତି ନୁହେଁ, ସ୍ଥାୟୀ ଶାନ୍ତି ଚାହୁଁ : ଜେଲେନସ୍କି

Advertisment

ଆଲାସ୍କା ଶିଖର ସମ୍ମିଳନୀ ସମାପ୍ତ ହେବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଏହି ଅବସରରେ ଜେଲେନସ୍କି ସ୍ଥାୟୀ ଶାନ୍ତି ଦାବି କରିଥିଲେ ।

ଆଲାସ୍କା ଶିଖର ସମ୍ମିଳନୀ ସମାପ୍ତ ହେବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଏହି ଅବସରରେ ଜେଲେନସ୍କି ସ୍ଥାୟୀ ଶାନ୍ତି ଦାବି କରିଥିଲେ ।

zelensky

କିବ୍ : ଆଲାସ୍କା ଶିଖର ସମ୍ମିଳନୀ ସମାପ୍ତ ହେବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଟ୍ରମ୍ପଙ୍କ ସହ କଥା ହେବା ପରେ ଜେଲେନସ୍କି ୟୁରୋପୀୟ ନେତାମାନଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ଜେଲେନସ୍କି ସ୍ଥାୟୀ ଶାନ୍ତି ଦାବି କରିଥିଲେ । ସେ କହିଥିଲେ ଯେ ତାଙ୍କ ଦେଶର ସ୍ଥିତି ସ୍ପଷ୍ଟ- କେବଳ ରୁଷ ପକ୍ଷରୁ ଆକ୍ରମଣରେ ବିରତି ନୁହେଁ ବରଂ ସ୍ଥାୟୀ ଶାନ୍ତି ଆବଶ୍ଯକ । 

ଜେଲେନସ୍କି ଲେଖିଛନ୍ତି ଯେ ରୁଷ ଦ୍ବାରା ଚାଲିଥିବା ହତ୍ୟାକାଣ୍ଡ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେବା ଉଚିତ। ୟୁକ୍ରେନର ବିଭିନ୍ନ ଯୁଦ୍ଧକ୍ଷେତ୍ର, ଆକାଶ ଏବଂ ୟୁକ୍ରେନ ବନ୍ଦର ଉପରେ ଆକ୍ରମଣ ତୁରନ୍ତ ବନ୍ଦ ହେବା ଉଚିତ। ରୁଷ ଦ୍ୱାରା ଅପହୃତ ସମସ୍ତ ଯୁଦ୍ଧବନ୍ଦୀ ଏବଂ ପିଲାମାନଙ୍କୁ ଫେରାଇ ଦିଆଯିବା ଉଚିତ ।

ଜେଲେନସ୍କି ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ପୋଷ୍ଟ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ, ଜେଲେନସ୍କି ଲେଖିଛନ୍ତି ଯେ ରୁଷ ଦ୍ବାରା ଚାଲିଥିବା ହତ୍ୟାକାଣ୍ଡ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେବା ଉଚିତ। ୟୁକ୍ରେନର ବିଭିନ୍ନ ଯୁଦ୍ଧକ୍ଷେତ୍ର, ଆକାଶ ଏବଂ ୟୁକ୍ରେନ ବନ୍ଦର ଉପରେ ଆକ୍ରମଣ ତୁରନ୍ତ ବନ୍ଦ ହେବା ଉଚିତ। ରୁଷ ଦ୍ୱାରା ଅପହୃତ ସମସ୍ତ ଯୁଦ୍ଧବନ୍ଦୀ ଏବଂ ପିଲାମାନଙ୍କୁ ଫେରାଇ ଦିଆଯିବା ଉଚିତ। ୟୁକ୍ରେନର ହଜାର ହଜାର ଲୋକ ଏବେ ବି ବନ୍ଦୀ ଅବସ୍ଥାରେ ଅଛନ୍ତି, ଯେଉଁମାନଙ୍କୁ ଯଥାଶୀଘ୍ର ଘରକୁ ଫେରାଇ ଆଣିବାକୁ ପଡିବ। ଯେପର୍ଯ୍ୟନ୍ତ ରୁଷ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ ଏବଂ ଦଖଲ ଜାରି ରହିଛି, ସେପର୍ଯ୍ୟନ୍ତ ରୁଷ ଉପରେ ଚାପ ବଜାୟ ରହିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe