Deccan Herald
ନୂଆଦିଲ୍ଲୀ: ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଗୁରୁବାର କହିଛନ୍ତି କି ସେ ଏବେ ନୂଆ ରାଜନୈତିକ ଦଳ କିମ୍ବା ପ୍ଲାଟ୍ଫର୍ମ ଚାହାନ୍ତିନି, ସେ କେବଳ ବିହାର ପରିବର୍ତ୍ତନ ଚାହାନ୍ତି। ଗଣମାଧ୍ୟମରେ ନିଜ ମତ ରଖିବା ବେଳେ ସେ କହିଛନ୍ତି କି ‘ମୁଁ କେବଳ ବିହାରର ସମସ୍ୟା ସଂପର୍କରେ ଅବଗତ ଥିବା ସେ ସମସ୍ତ ଲୋକଙ୍କୁ ଗୋଟାଏ ପ୍ଲାଟ୍ଫର୍ମକୁ ଆଣିବାକୁ ଚାହୁଁଛି। ଅଗଷ୍ଟରୁ ସେପ୍ଟମ୍ବର ମାସ ସୁଦ୍ଧା ଆମେ ଆମର ଏହି ପ୍ରକ୍ରିୟା ପୂରା କରି ସାରିଥିବୁ। ମୁଁ ଦଳ ଚାହେଁନି, ବିହାର ପାଇଁ କାମ କରିବାକୁ ଚାହେଁ।’
ଯଦି ସେ ସମସ୍ତ ଲୋକ ଚାହିଁବେ ଯେ ଆମର ଲକ୍ଷ୍ୟ ପୂରା କରିବାରୁ ଏକ ରାଜନୈତିକ ଦଳର ଆବଶ୍ୟକତା ରହିଛି ତେବେ ଆମେ ସେତେବେଳେ ଚିନ୍ତା କରିବୁ। ମାତ୍ର ତାହା ପ୍ରଶାନ୍ତ କିଶୋରର ଦଳ ହେବ ନାହିଁ, ତାହା ହେବ ସେ ସମସ୍ତ ଲୋକଙ୍କ ଦଳ।’
ସେ ଆହୁରି ବି କହିଛନ୍ତି ଯେ ‘ନୀତିଶ କୁମାର ଓ ଲାଲୁ ପ୍ରସାଦ ଯାଦବଙ୍କ ଗତ ୩୦ ବର୍ଷର ଶାସନ କାଳ ମଧ୍ୟରେ ପରିସ୍ଥିତି ପୂରା ବିଗିଡ଼ି ଯାଇଛି। ବିହାର ଏବେ ଦେଶର ଏକ ପଛୁଆ ରାଜ୍ୟ। ଯଦି ବିହାରକୁ ଆଗକୁ ନେବାର ଅଛି ତେବେ ସେହି ପୁରୁଣା ପଥରେ ଗଲେ ହେବ ନାହିଁ। ଆମକୁ ନୂଆ ଦିଗ ଖୋଜିବାକୁ ପଡ଼ିବ।’
ସମସ୍ତଙ୍କ ମିଳିତ ପ୍ରୟାସରେ ହିଁ ରାଜ୍ୟ ଆଗେଇବ। କେହି ଜଣଙ୍କର ଚେଷ୍ଟାରେ ପରିବର୍ତ୍ତନ ହୋଇଯିବନି। ବିହାରର ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସମସ୍ତେ ଏକତ୍ରିତ ହେଲେ ହିଁ ପରିସ୍ଥିତି ସୁଧୁରିବ ବୋଲି ସେ ମତ ରଖିଛନ୍ତି।
ଏହା ସହ ସେ ୩୦୦୦ କିଲୋମିଟରର ପଦଯାତ୍ରା ବି ଘୋଷଣା କରିଛନ୍ତି। ମେ ୨ ତାରିଖ ସକାଳେ ଏକ ଟ୍ବିଟ୍ କରି ଲେଖିଥିଲେ ଯେ ରାଜ୍ୟର ପ୍ରକୃତ ସମସ୍ୟା ସବୁକୁ ଜାଣିବା ପାଇଁ ସେ ପ୍ରକୃତ ମାଷ୍ଟର୍ ବା ଲୋକମାନଙ୍କ ପାଖକୁ ଯିବେ।
Follow Us