ଵକଫ୍‌ ସଂଶୋଧନ ଆଇନ: ସୁପ୍ରିମ୍‌କୋର୍ଟରେ କେନ୍ଦ୍ରର ସତ୍ୟପାଠ ଦାଖଲ

Advertisment

ଵକଫ୍ (ସଂଶୋଧନ) ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଗୁଡ଼ିକୁ ଖାରଜ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମ୍‌କୋର୍ଟରେ ପ୍ରାଥମିକ ସତ୍ୟପାଠ ଦାଖଲ କରିଛନ୍ତି।

ଵକଫ୍ (ସଂଶୋଧନ) ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଗୁଡ଼ିକୁ ଖାରଜ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମ୍‌କୋର୍ଟରେ ପ୍ରାଥମିକ ସତ୍ୟପାଠ ଦାଖଲ କରିଛନ୍ତି।

dssdxcxc

ନୂଆଦିଲ୍ଲୀ: ଵକଫ୍ (ସଂଶୋଧନ) ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଗୁଡ଼ିକୁ ଖାରଜ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମ୍‌କୋର୍ଟରେ ପ୍ରାଥମିକ ସତ୍ୟପାଠ ଦାଖଲ କରିଛନ୍ତି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶେର୍ଷା ସି ସେକ୍ ମୋହିଦ୍ଦିନ ଏହି ସତ୍ୟପାଠ ଦାଖଲ କରିଛନ୍ତି। ୧୩୩୨ ପୃଷ୍ଠାର ପ୍ରାଥମିକ ପ୍ରତିସତ୍ୟପାଠରେ କେନ୍ଦ୍ର ସରକାର ଏହି ଆଇନର କୌଣସି ବ୍ୟବସ୍ଥା ଉପରେ ରହିତାଦେଶକୁ ବିରୋଧ କରି କହିଛନ୍ତି ଯେ ସାମ୍ବିଧାନିକ ଅଦାଲତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଏକ ବୈଧାନିକ ବ୍ୟବସ୍ଥା ଉପରେ ରୋକ୍ ଲଗାଇପାରିବେ ନାହିଁ।

ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଖାରଜ କରିବାକୁ ଦାବି

ସରକାର ଏହି  ଆଇନର ସମର୍ଥନ କରି କହିଛନ୍ତି ଯେ ୨୦୧୩ ପରେ ଆଶ୍ଚର୍ଯ୍ୟଜନକ ଭାବେ ଵକଫ୍ ଜମିରେ ୨୦ ଲକ୍ଷ ହେକ୍ଟର ଜମି ଯୋଡ଼ି ହୋଇଛି। ଏଥିରେ ଯୁକ୍ତି ଦର୍ଶାଯାଇଥିଲା ଯେ ୱକଫ୍-ବାଇ-ୟୁଜର୍‌ରୁ ଆଇନଗତ ସୁରକ୍ଷା ଛଡ଼ାଇ ନେବା ମୁସଲମାନ ସମ୍ପ୍ରଦାୟର କୌଣସି ବ୍ୟକ୍ତିଙ୍କୁ ୱକଫ୍ ସୃଷ୍ଟି କରିବାରୁ ବଞ୍ଚିତ କରେ ନାହିଁ। ସତ୍ୟପାଠରେ ଆହୁରି କୁହାଯାଇଛି ଯେ, ଉଦ୍ଦେଶ୍ୟମୂଳକ ଭାବରେ ବିଭ୍ରାନ୍ତିକର କାହାଣୀ ଗଢ଼ା ହୋଇଛି, ଯାହା ଏକ ଧାରଣା ଦେଇଥାଏ ଯେ ସେହି ୱକଫ୍ (‘ଵକଫ୍-ବାଇ-ୟୁଜର୍’ ସମେତ) ପ୍ରଭାବିତ ହେବ, ଯେଉଁମାନଙ୍କର ଦାବିକୁ ସମର୍ଥନ କରିବା ପାଇଁ କୌଣସି ଦସ୍ତାବିଜ ନାହିଁ।

ଏହା କେବଳ ଅସତ୍ୟ ନୁହେଁ ବରଂ ଉଦ୍ଦେଶ୍ୟମୂଳକ ଭାବେ ଅଦାଲତଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ଦିଷ୍ଟ ବୋଲି ସରକାର ସତ୍ୟପାଠରେ ଦର୍ଶାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଧାରା ୩(୧)(ଆର୍)ର ବ୍ୟବସ୍ଥା ଅନୁଯାୟୀ ‘ଵକଫ୍-ବାଇ-ୟୁଜର୍’ ଭାବେ ସୁରକ୍ଷିତ ରହିବା ପାଇଁ ସଂଶୋଧନରେ କିମ୍ବା ତା’ ପୂର୍ବରୁ କୌଣସି ଟ୍ରଷ୍ଟ, ଡିଡ୍ କିମ୍ବା କୌଣସି ଦସ୍ତାବିଜ ପ୍ରମାଣ ଉପରେ ଗୁରୁତ୍ୱ ଦିଆଯାଇନାହିଁ।   ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ମେ ୫ ତାରିଖରେ କରିବେ ଏବଂ ଏହା ଉପରେ ସମଗ୍ର ଦେଶର ନଜର ରହିଛି। ନୂଆ ଆଇନକୁ ବିରୋଧୀ ଦଳମାନେ ଜୋର୍‌ଦାର୍‌ ବିରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe