ସୁପ୍ରିମକୋର୍ଟରେ ପହଞ୍ଚିଲା ୱକଫ୍‌ ଲଢ଼େଇ

ୱକଫ୍‌ ସଂଶୋଧନ ବିଲ୍‌-୨୦୨୫କୁ ନେଇ ଚାଲିଥିବା ରାଜନୈତିକ ଲଢ଼େଇ ଏବେ  ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି।  କଂଗ୍ରେସ ଓ ଏଆଇଏମ୍‌ଆଇଏମ୍‌ ଏହି ବିଲ୍‌ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟ ଯାଇଛନ୍ତି।

supreme court1

ନୂଆଦିଲ୍ଲୀ: ୱକଫ୍‌ ସଂଶୋଧନ ବିଲ୍‌-୨୦୨୫କୁ ନେଇ ଚାଲିଥିବା ରାଜନୈତିକ ଲଢ଼େଇ ଏବେ  ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି।  କଂଗ୍ରେସ ଓ ଏଆଇଏମ୍‌ଆଇଏମ୍‌ ଏହି ବିଲ୍‌ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟ ଯାଇଛନ୍ତି।  ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ୍‌ ଅୱେସୀ ଏବଂ କଂଗ୍ରେସ ସାଂସଦ ମହମ୍ମଦ ଜାୱେଦ ଏହି ବିଲ୍‌ ବିରୋଧରେ ସର୍ବୋଚ୍ଚ ଅଦାଲତରେ ମାମଲା ଦାଏର କରିଛନ୍ତି। ଉଭୟ ନେତା ଅଭିଯୋଗ କରିଛନ୍ତି ଯେ ପ୍ରସ୍ତାବିତ ସଂଶୋଧନ ମୁସଲମାନଙ୍କ ମୌଳିକ ଅଧିକାର ଉଲ୍ଲଂଘନ କରୁଛି ଏବଂ ଏହା ଇସଲାମ ଧର୍ମ ପାଣ୍ଠି ଉପରେ ପକ୍ଷପାତପୂର୍ଣ୍ଣ ରାଷ୍ଟ୍ର ନିୟନ୍ତ୍ରଣ ଆରମ୍ଭ କରୁଛି।  ବିଲ୍‌ଟିକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ମିଳିନଥିଲେ ସୁଦ୍ଧା ଉଭୟ କଂଗ୍ରେସ ଏବଂ ଏଆଇଏମ୍‌ଆଇଏମ୍‌ ନେତାମାନେ ଏହାକୁ ବିରୋଧ କରି ସୁପ୍ରିମ୍‌କୋର୍ଟ ଯାଇଛନ୍ତି।  ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ସଂସଦର ଉଭୟ ଗୃହରେ ଏହି ବିଲ୍‌ ଗୃହୀତ ହୋଇଛି। 

ବିଲ୍‌ ସମୀକ୍ଷା କରୁଥିବା ଯୁଗ୍ମ ସଂସଦୀୟ କମିଟିର ଜଣେ ସଦସ୍ୟ ଜାୱେଦ କହିଛନ୍ତି, ବିଲ୍‌ରେ ଅଣାଯାଇଥିବା ସଂଶୋଧନ  ସମ୍ବିଧାନର ଧାରା ୧୪, ୨୫, ୨୬, ୨୯ ଏବଂ ୩୦୦ ‘ଏ’କୁ ଉଲ୍ଲଂଘନ କରୁଛି।  ସାଂସଦ ଅୱେସୀ କହିଛନ୍ତି, ଏହି ବିଲ୍‌ ମୁସଲମାନ ସମ୍ପ୍ରଦାୟର ଅଧିକାରକୁ ଉଲ୍ଲଂଘନ କରିଛି।  ଡିଏମ୍‌କେ  ୱକଫ୍‌ ବିଲ୍‌କୁ ବିରୋଧ କରି ସୁପ୍ରିମକୋର୍ଟ ଯିବ ବୋଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ କହିଛନ୍ତି। ଅନ୍ୟପକ୍ଷରେ ୱକଫ୍‌ ସମ୍ପତ୍ତି ପରିଚାଳନାରେ ସ୍ବଚ୍ଛତା, ସରକାରୀ ଜମି ହଡ଼ପକୁ ରୋକିବା ଓ ମୁସଲମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ  ଏହି ବିଲ୍‌ ଜରୁରି ଥିଲା ବୋଲି ସରକାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe