ୱକଫ୍‌ ପ୍ରସଙ୍ଗ: ଭାରତୀୟ ମୁସ୍‌ଲିମଙ୍କୁ ଉତ୍ତେଜିତ କରିବାକୁ ପାକ୍‌ ସେନାମୁଖ୍ୟଙ୍କ ଉଦ୍ୟମ

Advertisment

ଭାରତ ଓ ହିନ୍ଦୁ ଧର୍ମ ବିରୋଧରେ ପାକିସ୍ତାନ ସେନାମୁଖ୍ୟ  ଜେନେରାଲ ଅସୀମ ମୁନିରଙ୍କ ଉତ୍ତେଜନାମୂଳକ  ଭାଷଣ ଏବେ ଚର୍ଚ୍ଚାରେ ରହିଛି। ସେନାମୁଖ୍ୟ   ଧର୍ମ ଆଧାରରେ ଭାରତର ବିଭାଜନ  କଥା କହି ଲୋକଙ୍କୁ ଉସୁକାଇବା...

ଭାରତ ଓ ହିନ୍ଦୁ ଧର୍ମ ବିରୋଧରେ ପାକିସ୍ତାନ ସେନାମୁଖ୍ୟ  ଜେନେରାଲ ଅସୀମ ମୁନିରଙ୍କ ଉତ୍ତେଜନାମୂଳକ  ଭାଷଣ ଏବେ ଚର୍ଚ୍ଚାରେ ରହିଛି। ସେନାମୁଖ୍ୟ   ଧର୍ମ ଆଧାରରେ ଭାରତର ବିଭାଜନ  କଥା କହି ଲୋକଙ୍କୁ ଉସୁକାଇବା...

dgddgcg

ନୂଆଦିଲ୍ଲୀ/ଇସଲାମାବାଦ: ଭାରତ ଓ ହିନ୍ଦୁ ଧର୍ମ ବିରୋଧରେ ପାକିସ୍ତାନ ସେନାମୁଖ୍ୟ  ଜେନେରାଲ ଅସୀମ ମୁନିରଙ୍କ ଉତ୍ତେଜନାମୂଳକ  ଭାଷଣ ଏବେ ଚର୍ଚ୍ଚାରେ ରହିଛି। ସେନାମୁଖ୍ୟ   ଧର୍ମ ଆଧାରରେ ଭାରତର ବିଭାଜନ  କଥା କହି ଲୋକଙ୍କୁ ଉସୁକାଇବା ପ୍ରୟାସ କରିବା  ଏବଂ  ହିନ୍ଦୁ ଓ ମୁସ୍‌ଲିମ କିଭଳି ସବୁଦିଗରୁ ଭିନ୍ନ ତାହା ଉପରେ ଫୋକସ୍‌ କରିବା ସବୁ ମହଲକୁ ବିସ୍ମିତ କରିଛି।  ମୁନିରଙ୍କ ଅସଲ ଉଦ୍ଦେଶ୍ୟ ଭାରତୀୟ ମୁସଲମାନଙ୍କୁ ୱକଫ୍‌ ପ୍ରସଙ୍ଗରେ ଉସୁକାଇବା ପାଇଁ ଥିଲା ବୋଲି କୁହାଯାଉଛି। ପଶ୍ଚିମବଙ୍ଗରେ ୱକଫ୍‌ ବିରୋଧୀ ହିଂସାକୁ ଅଧିକ ବଳଦେବା ଏବଂ ଚରମପନ୍ଥୀମାନଙ୍କୁ  ହିନ୍ଦୁଙ୍କ ବିରୋଧରେ ମତାଇବା ଉଦ୍ଦେଶ୍ୟରେ ହିଁ  ପାକ୍‌ ସେନାମୁଖ୍ୟ ଏଭଳି ବିଷାକ୍ତ ବୟାନବାଜି କରିଥିବା କୁହାଯାଉଛି।

ଏହା ଭାରତ ବିରୋଧରେ ଏକ ଯୋଜନାବଦ୍ଧ ଷଡ୍‌ଯନ୍ତ୍ର ବୋଲି ଭାରତୀୟ ଏଜେନ୍ସିମାନେ ବିଚାର କରୁଛନ୍ତି ସୂଚନାଯୋଗ୍ୟ, ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଏବଂ ଇସ୍‌ଲାମିକ ଷ୍ଟେଟ୍ ସହିତ ସଂଘର୍ଷ ବଢିବା ପାକିସ୍ତାନର ସ୍ଥିତିକୁ ଆହୁରି ଖରାପ କରିଛି।   ଆଫଗାନିସ୍ତାନକୁ ଏକ ଉପନିବେଶ ଭାବରେ ବ୍ୟବହାର କରିବା ପାଇଁ ପାକିସ୍ତାନ ସେନାର ଦୀର୍ଘ ଦିନର ପ୍ରୟାସକୁ ଟିଟିପି ପଣ୍ଡ କରିଦେଇଛି।    ଅନ୍ୟପକ୍ଷରେ ଵକଫ୍ ଆଇନକୁ ନେଇ ଭାରତୀୟ ମୁସଲମାନମାନଙ୍କୁ ଉତ୍ତେଜିତ କରିବା ପ୍ରୟାସ   ସହ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ପୁନର୍ଗଠନ କରିବା ଦିଗରେ ମୁନିର ଏକ ନୂଆ ଚାଲ ଖେଳିଛନ୍ତି ବୋଲି ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀ କହିଛନ୍ତି।  ମୁନିରଙ୍କ ଭାଷଣରେ ବିଭାଜନକାରୀ ସ୍ୱର ଏବଂ ଭାରତ ସହ ଉତ୍ତେଜନା ବଢ଼ାଇବା ପାଇଁ ହିନ୍ଦୁ ବିରୋଧୀ ଘୃଣା ରହିଥିବାରୁ  ଭାରତ ଏହା ଉପରେ ସତର୍କ ନଜର ରଖିଛି।  ଗତକାଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ମୁନିରଙ୍କ ଭାଷଣକୁ ନିନ୍ଦା କରାଯିବା ସହ ପାକିସ୍ତାନ ତୁରନ୍ତ ପିଓକେ ଖାଲି କରିବାକୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe