ଯୁଦ୍ଧ ଆଶଙ୍କା ଘନେଇଲା: ବୁଧବାର ମକ୍‌ ଡ୍ରିଲ୍‌ ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ, ୧୯୭୧ ମସିହା ପରେ ପ୍ରଥମ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୧୪ ଦିନ ବିତିଯାଇଥିଲେ ମଧ୍ୟ ଦୁଇ ଆଣବିକ ଅସ୍ତ୍ର ସମ୍ପନ୍ନ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଥମିନାହିଁ। ଏଭଳି ସ୍ଥିତିରେ ଆଜି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

sscsc

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୧୪ ଦିନ ବିତିଯାଇଥିଲେ ମଧ୍ୟ ଦୁଇ ଆଣବିକ ଅସ୍ତ୍ର ସମ୍ପନ୍ନ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଥମିନାହିଁ। ଏଭଳି ସ୍ଥିତିରେ ଆଜି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୭ ତାରିଖ (ବୁଧବାର)ରେ ସୁରକ୍ଷା ମକ୍‌ ଡ୍ରିଲ୍‌ ପାଇଁ ଏକାଧିକ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। ଶତ୍ରୁ ପକ୍ଷରୁ ଯଦି କୌଣସି ଆକ୍ରମଣ ହୁଏ ନିଜର ଆତ୍ମରକ୍ଷା କିଭଳି କରାଯିବ ତାହାର ଅଭ୍ୟାସ ଏହି ମକ୍‌ ଡ୍ରିଲ୍‌ରେ କରାଯିବ। ଶେଷ ଥର ପାଇଁ ଏଭଳି ମକ୍‌ ଡ୍ରିଲ ୧୯୭୧ ମସିହାରେ ହୋଇଥିଲା। ସେହିବର୍ଷ ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। କେନ୍ଦ୍ର ସରକାରଙ୍କ ଏଭଳି ପଦ‌କ୍ଷେପ ପରେ ଭାରତରେ ଯୁଦ୍ଧ ଆଶଙ୍କା ଘନେଇଛି।ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଯେଉଁସବୁ ନିର୍ଦ୍ଦେଶ ଦିଆଯାଇଛି ସେଥିରେ ‘ଏୟାର ରେଡ୍‌’ ସତର୍କତା ସାଇରନ୍‌ଗୁଡ଼ିକୁ ପରିଚାଳନା ସ୍ଥିତିରେ ରଖିବା; ଛାତ୍ର, ବେସାମରିକ ଲୋକ ଆଦିଙ୍କୁ ସୁରକ୍ଷା ସଂପର୍କରେ ସଚେତନ କରିବା, ବଡ଼ଧରଣର ବିଜୁଳି କାଟ୍‌ ଏବଂ ଏହାର ମୁକାବିଲା, ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଏବଂ କଳ କାରଖାନାଗୁଡ଼ିକୁ ଆଗୁଆ ଲୁଚାଇ ରଖିବା ବ୍ୟବସ୍ଥା କରିବା, ଉଦ୍ଧାର ଯୋଜନା ଏବଂ ଏହାର ଉନ୍ନତି ଆଣିବା ଦିଗରେ ବ୍ୟାପକ ପ୍ରସ୍ତୁତି ଅନ୍ତର୍ଭୁକ୍ତ। 

ପୂର୍ବାହ୍ଣରେ ପ୍ରତିରକ୍ଷା ସଚିବଙ୍କୁ ଭେଟିଲେ ମୋଦୀ
ଅପରାହ୍ଣରେ ଏନ୍‌ଏସ୍‌ଏ ଓ ଗୃହ ସଚିବଙ୍କ ସହ ବୈଠକ

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ଭାରତ ଓ ପାକିସ୍ତାନର ସୀମା ଅଶାନ୍ତ ରହିଛି। ପାକିସ୍ତାନ ଲଗାତାର ଭାବେ ୧୧ ଦିନ ହେଲା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତର ସୀମାନ୍ତ ଜନବସତିଗୁଡ଼ିକୁ ଗୁଳିଗୋଳା ମାଡ଼ କରୁଛି। ଭାରତୀୟ ସେନା ପକ୍ଷରୁ ଏହାର ମୁହଁତୋଡ଼ ଜବାବ ଦିଆଯାଉଛି। ଏଭଳି ସ୍ଥିତିରେ ଗତକାଲି ପଞ୍ଜାବ ଫିରୋଜପୁରର କ୍ୟାଣ୍ଟନମେଣ୍ଟ୍‌ ଅଞ୍ଚଳରେ ରାତି ୯ଟାରୁ ୯ଟା ୩୦ ପର୍ଯ୍ୟନ୍ତ ଅଧଘଣ୍ଟା ପାଇଁ ବିଜୁଳି କାଟ୍‌ କରାଯାଇଥିଲା। ସେପଟେ ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ଗୁଳିଗୋଳା ଉତ୍ପାଦନ ପାଇଁ ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟିକୁ ସରକାର ବାତିଲ କରି ଦେଇଛନ୍ତି। 

ପହଲଗାମ ଆକ୍ରମଣର ପ୍ରତିଶୋଧ ଭାରତ କିଭଳି ନେବ ତାହାକୁ ଦେଶବାସୀ ଅପେକ୍ଷା କରିଥିବାବେଳେ ପ୍ରଧାନମନ୍ତ୍ରୀ ଆଜି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ସହ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ସଚିବ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ହୋଇଛି। ଗତକାଲି ପ୍ରଧାନମନ୍ତ୍ରୀ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ସଲ ଅମରପ୍ରୀତ ସିଂହଙ୍କୁ ଡାକି ଆଲୋଚନା କରିବା ପରେ ଆଜି ଏହି ବୈଠକ ହୋଇଛି। ପୂର୍ବାହ୍ଣରେ ପ୍ରତିରକ୍ଷା ସଚିବ ଏବଂ ଅପରାହ୍ଣରେ ଏନଏସଏ ଅଜିତ ଡୋଭଲ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଶର ସୁରକ୍ଷା ସଂପର୍କରେ ଆଲୋଚନା କରିଛନ୍ତି। ଏନ୍‌ଏସ୍‌ଏ ଡୋଭଲଙ୍କୁ ଭେଟିବାର ଠିକ୍‌ ପରେ ପରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କୁ ମଧ୍ୟ ଡାକି ଆଲୋଚନା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ସେନାର ସବୁ ଶାଖାମୁଖ୍ୟ, ଜାତୀୟ ସୁରକ୍ଷା ପରମର୍ଶଦାତା (ଏନଏସଏ) ଅଜିତ ଡୋଭଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଏକାଧିକ ଥର ଆଲୋଚନା ଓ ବୈଠକ କରିସାରିଲେଣି। ପାକିସ୍ତାନ ବିରୋଧରେ ଭାରତ ଏକାଧିକ ବାଣିଜ୍ୟିକ, ଅର୍ଥନୈତିକ ଏବଂ କୂଟନୈତିକ ପଦକ୍ଷେପ ନେଇସାରିଲାଣି। ଏପରିକି ଅତୀତରେ ୧୯୬୫, ୧୯୭୧ ଏବଂ ୧୯୯୯ କାରଗିଲ ଯୁଦ୍ଧ ସମୟରେ ବାତିଲ ହୋଇ ନଥିବା ସିନ୍ଧୁ ଜଳ ରାଜିନାମାକୁ ମଧ୍ୟ ଭାରତ ସ୍ଥଗିତ ରଖି ପାକିସ୍ତାନକୁ ପାଣି ଅଟକାଇବା ଆରମ୍ଭ କରିଦେଇଛି।

ପ୍ରତିରକ୍ଷା ୱେବ୍‌ସାଇଟ୍‌କୁ ହ୍ୟାକ୍‌ କଲା ପାକ୍‌: ଏଭିଏନ୍‌ଏଲ୍‌ ସାଇଟ୍‌କୁ ବିକୃତ କଲା

ନୂଆଦିଲ୍ଲୀ: ପାକିସ୍ତାନୀ ହ୍ୟାକରମାନେ ଭାରତୀୟ ପ୍ରତିରକ୍ଷା ୱେବ୍‌ସାଇଟ୍‌କୁ ହ୍ୟାକ୍ କରିବାକୁ ଉଦ୍ୟମ କରିଛନ୍ତି। ସେମାନେ ପ୍ରତିରକ୍ଷା କର୍ମଚାରୀଙ୍କ ସମ୍ବେଦନଶୀଳ ତଥ୍ୟକୁ ହ୍ୟାକ୍ କରି ଥାଇପାରନ୍ତି। ଏପରିକି ଲଗ୍‌ ଇନ୍‌ ପାଇଁ ଆବଶ୍ୟକ ତଥ୍ୟ ହାତେଇ ଥାଇପାରନ୍ତି ବୋଲି ଭାରତୀୟ ସେନା କହିଛି। ସେନା କହିଛି ଯେ ମିଲିଟାରି ଇଞ୍ଜିନିୟର ସର୍ଭିସେସ୍ ଓ ମନୋହର ପାରିକର ଇନଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍ସ ଷ୍ଟଡିଜ୍ ଆଣ୍ଡ୍ ଆନାଲିସିସ୍‌ର ସମ୍ବେଦନଶୀଳ ତଥ୍ୟ ‘ପାକିସ୍ତାନ ସାଇବର ଫୋର୍ସ’ ହାସଲ କରିଛି। ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆର୍ମୋର୍ଡ ଭେଇକିଲ୍ ନିଗମ ଲିମିଟେଡ୍‌ର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ମଧ୍ୟ ଏହି ଗ୍ରୁପ୍ ବିକୃତ କରିବାକୁ ଚେଷ୍ଟା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe