ଭାରତରେ ଯୁଦ୍ଧ ପ୍ରଭାବ; ଭୟରେ ଆଗୁଆ ତେଲ କିଣି ଘରେ ରଖୁଛନ୍ତି ଲୋକେ

Advertisment
ଭାରତରେ ଯୁଦ୍ଧ ପ୍ରଭାବ; ଭୟରେ ଆଗୁଆ ତେଲ କିଣି ଘରେ ରଖୁଛନ୍ତି ଲୋକେ

पर्दाफाश

ନୂଆଦିଲ୍ଲୀ: ଫେବ୍ରୁଆରି ୨୪ ତାରିଖରୁ ଆରମ୍ଭ ହୋଇ ଯାଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଅନ୍ୟ ଦେଶମାନଙ୍କରେ ପ୍ରଭାବ ଦେଖାଇ ସାରିଛି। ଏହାର ପ୍ରଭାବ ଏବେ ଆମ ଦେଶ ଭାରତରେ ବି ଦିଶିବା ଆରମ୍ଭ ହୋଇସାରିଛି। ଯଦିଓ ଭାରତରୁ ହଜାର କିଲୋମିଟର ଦୂରରେ ବୋମା ବିସ୍ପୋରଣ ହେଉଛି, ମାତ୍ର  ଯୁଦ୍ଧର କୁପ୍ରଭାବ ଏବେ ଅନୁଭୂତ ହେଲାଣି। ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା କାରଣରୁ ଆଗକୁ କାଳେ ଦର ଦାମ ଆକାଶ ଛୁଆଁ ହେବ ଚିନ୍ତା କରି ଭାରତରେ ଲୋକେ ପାନିକ ବାଇଂ(ଭୟଭୀତ ହୋଇ କିଣିବା) ଆରମ୍ଭ କରିଛନ୍ତି।

ବିଶେଷ କରି ଖାଇବା ତେଲ କ୍ଷେତ୍ରରେ ଲୋକେ ଜରୁରୀଠାରୁ ଅଧିକ କିଣି କରି ରଖୁଛନ୍ତି। କିଛି ଭା‌ଇରାଲ୍‌ ମେସେଜ୍‌ କାରଣରୁ ଲୋକଙ୍କ ଭିତରେ ଏହି ଭୟ ସୃଷ୍ଟି ହୋଇଛି। ଜଣେ ମହିଳାଙ୍କ କହିବାନୁସାରେ, ତାଙ୍କୁ ମେସେଜ୍‌ ମିଳିଥିଲା ଯେ ଯୁଦ୍ଧ କାରଣରୁ ବଜାରରେ  ଖାଇବା ତେଲର ଅଭାବ ପଡ଼ିବ। ଏହି ମେସେଜ୍‌ ପାଇବା ପ‌ରେ ମହିଳା ଜଣକ ଆବଶ୍ୟକଠାରୁ ଅଧିକ ତେଲ କିଣି ନିଜ ପାଖରେ ରଖିଛନ୍ତି।

କେବଳ ଖାଇବା ତେଲ୍‌ ନୁହେଁ, ଡିଜେଲ୍‌ ବି ଲୋକେ ବହୁଳ ମାତ୍ରାରେ କିଣିବାରେ ଲାଗିଛନ୍ତି। ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମାପ୍ତ ହେବା ପରେ ପରେ ହିଁ ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧି ପାଇପାରେ ବୋଲି ଲୋକଙ୍କ ଭିତରେ ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe