Image Courtesy of India Today
ଭଟିକାନ୍ ସିଟି: ୟୁକ୍ରେନ୍ରେ ରୁଷ୍ ‘ବିଶେଷ ସାମରିକ ଅଭିଯାନ’ ନୁହେଁ ଯୁଦ୍ଧ କରୁଛି କହିବା ସହ ତୁରନ୍ତ ଯୁଦ୍ଧ ବନ୍ଦ କରିବା ଲାଗି ରବିବାର ଦିନ ଅନୁରୋଧ କରିଛନ୍ତି।
ସେଣ୍ଟ୍ ପିଟର୍ସ ସ୍କୋୟାର୍ରେ ସମବେତ ଜନତାଙ୍କୁ ସାପ୍ତାହିକ ସମ୍ଭାଷଣ ଦେଇ ପୋପ୍ ଫ୍ରାନ୍ସିସ୍ କହିଛନ୍ତି, ୟୁକ୍ରେନ୍ରେ ଲହୁ ଓ ଲୁହର ନଦୀ ପ୍ରବାହିତ ହେଉଛି। ଏଇଟା ସାମାନ୍ୟ ସାମରିକ ଅଭିଯାନ ନୁହେଁ ଗୋଟାଏ ଯୁଦ୍ଧ, ଯାହା ମୃତ୍ୟୁ, ଧ୍ବଂସ ଏବଂ ଦୁର୍ଦ୍ଦଶାରୂପକ ବୀଜ ବୁଣୁଛି।
ରୁଷ୍ର ନାମ ଉଲ୍ଲେଖ କରି ନିନ୍ଦା କରି ନ ଥିଲେ ବି ହିଂସା ବିପକ୍ଷରେ ପୋପ୍ ଦେଇଥିବା ମନ୍ତବ୍ୟ ମଧ୍ୟରେ ଏହା ହେଉଛି ସବୁଠୁ କଟୂ।
ଶାନ୍ତି ପାଇଁ ନିବେଦନ କରି ସେ କହିଛନ୍ତି, ଯୁଦ୍ଧ ପରିବର୍ତ୍ତେ ମାନବୀୟ କରିଡର୍ ସୃଷ୍ଟି କରି ବୁଝାମଣା କରାଯାଉ। ଦୁର୍ଦ୍ଦଶା ପ୍ରପୀଡ଼ିତ ସେ ଦେଶରେ ଏବେ ମାନବୀୟ ସହାୟତା ଆବଶ୍ୟକ ବେଳକୁ ବେଳ ବୃଦ୍ଧି ପାଉଛି। ଯୁଦ୍ଧ ହେଉଛି ପାଗଳାମି, ଦୟାକରି ଯୁଦ୍ଧ ବନ୍ଦ କରନ୍ତୁ।
Image Courtesy of Catholic News Agencyରୁଷ୍ ୟୁକ୍ରେନ୍ ଆକ୍ରମଣ କରିବାର ଦିନକ ପରେ ଆପଣା ଉଦ୍ବେଗ ପ୍ରକାଶ କରିବା ଲାଗି ଫ୍ରାନ୍ସିସ୍ ସ୍ବୟଂ ରୁଷୀୟ ଦୂତାବାସକୁ ଯାଇଥିଲେ।
ଅଭିଯାନ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ରୁଷ୍ କହି ଆସୁଛି ଯେ, ତା’ର ସାମରିକ ଅଭିଯାନ ୟୁକ୍ରେନ୍ ଜୟ କରିବା ନୁହେଁ, ତା’ର ସାମରିକ ସାମର୍ଥ୍ୟ ନଷ୍ଟ କରି ବିପଜ୍ଜନକ ରାଷ୍ଟ୍ରବାଦୀ ଶାସକମାନଙ୍କୁ ଧରିବ।।
ଉଲ୍ଲେଖଯୋଗ୍ୟ, ରବିବାର ଦିନ ସେଣ୍ଟ୍ ପିଟର୍ର ବାସିଲିକାରେ ସ୍ବାଭାବିକ ଠାରୁ ଅଧିକ ଜନସମାଗମ ହୋଇଥିଲା। ସେମାନଙ୍କ ମଧ୍ୟରୁ ଅନେକେ ବହୁରଙ୍ଗୀୟ ଶାନ୍ତି ପତାକା ତଥା ୟୁକ୍ରେନ୍ର ନୀଳ ଓ ହଳଦିଆ ରଙ୍ଗର ପତାକା ଧରିଥିଲେ।
Follow Us