ମୁମ୍ବାଇରେ ୬% ବଢ଼ିଲା କରୋନା ସଂକ୍ରମଣ ହାର, ସତର୍କ ରହିବା ସହ ପରୀକ୍ଷା ହାର ବଢ଼ାଇବାକୁ କହିଲା ବିଏମସି

ମୁମ୍ବାଇରେ ୬% ବଢ଼ିଲା କରୋନା ସଂକ୍ରମଣ ହାର, ସତର୍କ ରହିବା ସହ ପରୀକ୍ଷା ହାର ବଢ଼ାଇବାକୁ କହିଲା ବିଏମସି

ndtv

ମୁମ୍ବାଇ: କିଛି ଦିନ ହେଲାଣି କରୋନା ମିଟର ତଳମୁହାଁ ରହିଥିବା ବେଳେ ସଂକ୍ରମଣ ବଢ଼ୁଥିବା ଦେଖାଯାଇଛି। ମୁମ୍ବାଇରେ କରୋନା ସଂକ୍ରମଣ ହାର ୬% ପ୍ରତିଶତ ବଢ଼ିବା ପରେ ଏବେ ହାଇଆଲର୍ଟରେ ରହିଛି ବ୍ରିହନମୁମ୍ବାଇ ମୁନିସପାଲ କର୍ପୋରେସନ(ବିଏମସି)। ସଂକ୍ରମଣ ବଢ଼ୁଥିବାରୁ ନମୁନା ପରୀକ୍ଷଣ ସଂଖ୍ୟା ବଢ଼ାଇବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି। ଏନେଇ ଟେଷ୍ଟ୍ ଲ୍ୟାବକୁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାକୁ ଏବଂ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଛି।

ଆଗକୁ ମୌସୁୁମି ଆସିବାକୁ ଥିବ‌ାରୁ ସଂକ୍ରମଣ ବଢ଼ିବାର ଆଶଙ୍କା କରି ବିଏମସି ପରୀକ୍ଷଣ ବୃଦ୍ଧି କରିବାକୁ କହିଛି। ଏହା ସହ ୧୨-୧୮ବର୍ଷ ବୟସ୍କଙ୍କ କରାଯାଉଥିବା ଟିକାକରଣଙ୍କୁ ଆହୁରି ତ୍ବରାନ୍ବିତ କରିବାକୁ କୁହାଯାଇଛି। ମଙ୍ଗଳବାର ଦିନ ମୁମ୍ବାଇରେ ୫୦୬ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ଫେବ୍ରୁଆରି ୬ରେ ୫୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପରେ ଆକ୍ରାନ୍ତଙ୍କ ସଂଖ୍ୟା କମ ହୋଇଥିଲା। ହେଲେ ଏବେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି।

ତକାଲିଠାରୁ ଆଜି ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇ ପୁଣି ୨୭୦୦ ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୭୪୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୬ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨,୭୪୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୧,୬୦,୮୩୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୬ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୪,୬୩୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨୨୩୬ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୬,୧୭,୮୧୦। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୮୩୮୬।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe