କରୋନା ଭାଇରସ୍‌: ସ୍କୁଲ୍‌ ପାଇଁ ନିର୍ଦ୍ଦେଶାବଳୀ, କ’ଣ କରିବେ ନାହିଁ

Advertisment
କରୋନା ଭାଇରସ୍‌: ସ୍କୁଲ୍‌ ପାଇଁ ନିର୍ଦ୍ଦେଶାବଳୀ, କ’ଣ କରିବେ ନାହିଁ

ସ୍କୁଲ୍‌ରେ ଛାତ୍ରଛାତ୍ରୀମାନଙ୍କର କୌଣସି ବଡ଼ ଧରଣର ସମାବେଶକୁ ବନ୍ଦ କରିବାପାଇଁ ଏବଂ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଗୋଟିଏ ସ୍ଥାନରେ ରୁଣ୍ଡ ନହେବାପାଇଁ ସ୍କୁଲ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଗତ ୨୮ ଦିନ ମଧ୍ୟରେ କୌଣସି ସ୍କୁଲ୍‌ର ଶିକ୍ଷକ କିମ୍ବା ଛାତ୍ରଛାତ୍ରୀ ଯଦି କୌଣସି କରୋନା ପ୍ରଭାବିତ ଦେଶରୁ ଫେରିଥାନ୍ତି ତେବେ ସେମାନେ ୧୪ ଦିନ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବା ଉଚିତ୍‌ ଏବଂ ଭଲଭାବେ ସ୍ବାସ୍ଥ୍ୟ ପରୀକ୍ଷା କରିନେବା ଉଚିତ୍‌ ଯଦି କୌଣସି ଛାତ୍ରଛାତ୍ରୀଙ୍କୁ ଜ୍ବର କିମ୍ବା କାଶ ହୁଏ ତଥା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଉଥିବା ନେଇ ଶ୍ରେଣୀ ଶିକ୍ଷକ ଅବଗତ ହୁଅନ୍ତି ତେବେ ତୁରନ୍ତ ଉକ୍ତ ପିଲାର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କ ଅଭିଭାବକଙ୍କୁ ଜଣାଇବା ଉଚିତ୍‌ ଚିକିତ୍ସା କରୁଥିବା ଡାକ୍ତରଙ୍କ ବିନା ପରାମର୍ଶରେ ପିଲାକୁ ସ୍କୁଲ୍‌ ନ ପଠାଇବାପାଇଁ ଉକ୍ତ ପିଲାର ଅଭିଭାବକଙ୍କୁ ଅବଗତ କରାନ୍ତୁ । ଶିକ୍ଷକ, ସ୍କୁଲ୍‌ ଷ୍ଟାଫ୍‌ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ହାତ ଧୋଇବା ଏବଂ ଶ୍ବାସ ସମ୍ବନ୍ଧୀୟ ସ୍ବଚ୍ଛତା ସମ୍ପର୍କରେ ସାଧାରଣ ସ୍ବାସ୍ଥ୍ୟ ପଦ‌କ୍ଷେପ ଗ୍ରହଣ କରିବା ଆବଶ୍ୟକ

କ’ଣ କରିବେ
ସର୍ବଦା ପରିଷ୍କାର, ପରିଚ୍ଛନ୍ନ ରହିବାକୁ ଚେଷ୍ଟା କରନ୍ତୁ
ବାରମ୍ବାର ସାବୁନରେ ହାତ ଧୁଅନ୍ତୁ
କାଶିବା ଏବଂ ଛିଙ୍କିବା ସମୟରେ ପାଟି ବନ୍ଦ କରନ୍ତୁ
ହାତ ଅପରିଷ୍କାର ହେଲେ ସାବୁନରେ ହାତ ଧୁ୍ଅନ୍ତୁ
ଆଲକୋହଲ ଥିବା ସାବୁନ ଏବଂ ପାଣିରେ ହାତ ଧୁଅନ୍ତୁ
ଟିସୁ ପେପର୍‌ ବ୍ୟବହାର କରିବାପରେ ସିଧାସଳଖ ବନ୍ଦ ଡଷ୍ଟବିନ୍‌ରେ ପକାଇ ଦିଅନ୍ତୁ
ଯଦି ଅସୁସ୍ଥ ମନେ କରୁଛନ୍ତି ତେବେ ତୁରନ୍ତ ଜଣେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଡାକ୍ତରଙ୍କ ପାଖକୁ ଯିବା ସମୟରେ ପାଟି ଏବଂ ନାକକୁ ଘୋଡ଼ାଇବା ପାଇଁ ମାସ୍କ ବ୍ୟବହାର କରନ୍ତୁ
ଯଦି କୌଣସି ଲକ୍ଷଣ ଦେଖାଦେଉଛି ତେବେ ତୁରନ୍ତ ସ୍ବାସ୍ଥ୍ୟ ମନ୍ତ୍ରାଳୟର ରାଜ୍ୟ ହେଲ୍ପଲାଇନ୍‌ ନମ୍ବର +୯୧-୧୧-୨୩୯୭୮୦୪୬ ଏବଂ ଏନ୍‌ସିଓଭି୨୦୧୯@ଜିମେଲ୍‌ ଡଟ୍‌ କମ୍‌ରେ ଯୋଗାଯୋଗ କରନ୍ତୁ।

ଯଦି ଜ୍ବର କିମ୍ବା କାଶ ହୁଏ କିମ୍ବା ଏଭଳି ଲକ୍ଷଣ ଦେଖାଦେଉଛି ତେବେ ଅନ୍ୟ କାହା ସହ ଅଧିକ ସଂସ୍ପର୍ଶରେ ଆସନ୍ତୁ ନାହିଁ ଏବଂ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ
ସାର୍ବଜନୀନ ସ୍ଥାନରେ ଛେପ ପକାନ୍ତୁ ନାହିଁ
ଆଖି, ନାକ ଏବଂ ପାଟିକୁ ଛୁଅଁନ୍ତୁ ନାହିଁ
ଜୀବନ୍ତ ପଶୁଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ, ରନ୍ଧା ହୋଇନଥିବା ମାଂସ ଖାଆନ୍ତୁ ନାହିଁ
ମାଛ ମାଂସ ବଜାର କିମ୍ବା ଏହା କଟାଯାଉଥିବା ସ୍ଥଳକୁ ଯାଆନ୍ତୁ ନାହିଁ।
ଅନାବଶ୍ୟକ ଯାତ୍ରା କରନ୍ତୁ ନାହିଁ, ସମାବେଶ ଏବଂ ଉତ୍ସବ ଆଦିରେ ସାମିଲ ହୁଅନ୍ତୁ ନାହିଁ, ଡାକ୍ତରଙ୍କ ବିନା ପରମର୍ଶରେ ଔଷଧ ସେବନ କରନ୍ତୁ ନାହିଁ।

ଜରୁରୀ ସତର୍କତା
ପ୍ରତ୍ୟେକ ବ୍ୟକ୍ତି କାଶିବା ଏବଂ ଛିଙ୍କିବା ସମୟରେ ଏକ ଟିସୁ ଦ୍ବାରା ସେମାନଙ୍କ ପାଟି ବନ୍ଦ କରିବା ଉଚିତ୍‌। ଯଦି ଟିସୁ ନାହିଁ ତେବେ କାଶିବା କିମ୍ବା ଛିଙ୍କିବା ପରେ ତୁରନ୍ତ ହାତ ଧୋଇନେବା‌ ଉଚିତ୍‌
ଆଖି, ନାକ ଏବଂ ପାଟିକୁ ଅଯଥା ସ୍ପର୍ଶ କରନ୍ତୁ ନାହିଁ
ଯେଉଁ ଜିନିଷକୁ ଆମେ ବାରମ୍ବାର ସ୍ପର୍ଶ କରୁଛେ ତଥା ଡୋର୍‌ ନବ୍‌, ସ୍ବିଚ୍‌, ଡେସ୍କ ଟପ୍‌, ହ୍ୟାଣ୍ଡ ରେଲିଂ ଆଦିକୁ ସଂକ୍ରମଣମୁକ୍ତ କରାଯାଉ
ସ୍କୁଲ୍‌ର ବିଭିନ୍ନ ସ୍ଥାନରେ ଆଲକୋହଲ ମିଶ୍ରିତ ସାବୁନ ତଥା ହ୍ୟାଣ୍ଡ୍‌ୱାସ୍‌ ରଖନ୍ତୁ।
ବିଶ୍ରାମ କକ୍ଷରେ ସବୁ ସମୟରେ ସାବୁନ ଏବଂ ପାଣିର ବ୍ୟବସ୍ଥା କରନ୍ତୁ
ହଷ୍ଟେଲ୍‌ଗୁଡ଼ିକରେ ଛାତ୍ରଛାତ୍ରୀ ଏବଂ ଅନ୍ୟ କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ନିୟମିତ ଭାବେ ଯାଞ୍ଚ କରାଯାଉ। ଯଦି କାହାର ଶରୀରରେ ଭାଇରସ୍‌ ପରି ଲକ୍ଷଣ ଦେଖାଦେଉଛି ତେବେ ପରୀକ୍ଷା ପାଇଁ ତୁରନ୍ତ ସ୍ଥାନୀୟ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ‌ଯୋଗାଯୋଗ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe