ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀର ଚେତାବନୀ: ‘ଇସ୍ରାଏଲ-ହମା‌ସ ଯୁଦ୍ଧ‌ରେ ଆମେରିକା ହସ୍ତକ୍ଷେପ କଲେ ପରିଣାମ ଭୋଗିବ’

Advertisment
ଭୁଶୁଡ଼ିବ ଆମେରିକା ଅର୍ଥନୀତି! ଶେଷ ହେବାକୁ ବସିଲାଣି ପାଣ୍ଠି

USA Today

ତେହରାନ : ଇସ୍ରାଏଲ ହମାସ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଏହାର ଆକ୍ରମଣ ତୀବ୍ର କରୁଥିବାବେଳେ ଆମେରିକା ଯୁଦ୍ଧାସ୍ତ୍ର ସହ ଏହାର ପ୍ରଥମ ବିମାନ ଇସ୍ରାଏଲ ପଠାଇଛି। ମଙ୍ଗଳବାର ସନ୍ଧ୍ୟାରେ ଆମେରିକା ଯୁଦ୍ଧା‌ସ୍ତ୍ର ବିମାନ ଇସ୍ରାଏଲରେ ପହଞ୍ଚିଛି। ଆଇଡିଏଫ୍ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଆଇଡିଏଫ୍‌ ଏକ ବିବୃତି ଜାରି କରି କହିଛି ବାଇଡେନ୍‌ ପ୍ରଶାସନ ଚଳିତ ସପ୍ତାହରେ ଇସ୍ରାଏଲକୁ ଯୁଦ୍ଧା‌ସ୍ତ୍ର ପଠାଇବା ଆରମ୍ଭ କରିଛନ୍ତି। ସାମରିକ ଅପରେସନ୍‌ ଦିଗରେ ଏହା ଏକ ବଡ଼ ସହାୟତା।

ଆମେରିକାର ଏହି ସମର୍ଥନ ପାଇଁ ଆମେ କୃତଜ୍ଞ ବୋଲି ଆଇଡିଏଫ୍‌ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ,ମଙ୍ଗଳବାର ସନ୍ଧ୍ୟାରେ ଦକ୍ଷିଣ ଇସ୍ରାଏଲର ନେବତିମ ବା‌ୟୁସେନା ଘାଟିରେ ଆମେରିକା ଯୁଦ୍ଧାସ୍ତ୍ର ପହଞ୍ଚିଥିଲା। ତେବେ ଆମେରିକା କେଉଁ ପ୍ରକାରର ସାମରିକ ଉପକରଣ ପଠାଇଛି ତାହା ଇସ୍ରାଏଲ ସ୍ପଷ୍ଟ କରିନି। ଅନ୍ୟପକ୍ଷେ ଇରାକ୍‌ରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ହେଜବୋଲ୍ଲାର ଜଣେ ପ୍ରମୁଖ ନେତା ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଇସ୍ରାଏଲ-ହମାସ ଯୁଦ୍ଧରେ ଆମେରିକା ହସ୍ତକ୍ଷେପ କରେ ତେବେ ଏହା ପରିଣାମ ଭୋଗିବ। ଆମେରିକା ସେନା ଘାଟି ଉପରେ ଆକ୍ରମଣ ପାଇଁ ଆମେ କ୍ଷେପଣାସ୍ତ୍ର ,ଡ୍ରୋନ୍‌ ଏବଂ ସ୍ବତନ୍ତ୍ର ବାହିନୀ ପ୍ରସ୍ତୁତ ବୋଲି ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe