ୟେଦୁରପ୍ପାଙ୍କୁ ଗିରଫ ପାଇଁ ପରୱାନା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଶୁଣାଣି ଆଜି

Advertisment

କର୍ଣ୍ଣାଟକ ରାଜନୀତି ସରଗରମ

କର୍ଣ୍ଣାଟକ ରାଜନୀତି ସରଗରମ

ୟେଦୁରପ୍ପାଙ୍କୁ ଗିରଫ ପାଇଁ ପରୱାନା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଶୁଣାଣି ଆଜି

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ‌ ୟେଦୁରପ୍ପାଙ୍କ ବିରୋଧରେ ଆଜି ଏକ ପୋକ୍ସ ମାମଲାରେ ବେଙ୍ଗାଲୁରୁ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ୟେଦୁରପ୍ପାଙ୍କ ବିରୋଧରେ ପୋକ୍ସ ଆଇନ ଅଧୀନରେ ଏବଂ ଆଇପିସି (ଭାରତୀୟ ପିଙ୍ଗଳ କୋଡ୍‌)ର ଧାରା ୩୫୪-ଏ ଅଧୀନରେ ମାମଲା ରୁଜୁ ହୋଇଛି। ଜଣେ ମହିଳା ୟେଦୁରପ୍ପାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ମହିଳାଙ୍କ ଅଭିଯୋଗ ଅନୁଯାୟୀ‌ ଚଳିତ ବର୍ଷ ଫେବ୍ରୁ୍ଆରିରେ ୟେଦୁରପ୍ପା ତାଙ୍କ କର୍ଣ୍ଣାଟକ ସ୍ଥିତ ବାସଭବନରେ ତାଙ୍କ ୧୭ ବର୍ଷୀୟା ନାବାଳିକା ଝିଅକୁ ଯୌନ ନିର୍ଯାତନା ଦେଇଥିଲେ। ୟେଦୁରପ୍ପାଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିବା ଏହି ୫୪ ବର୍ଷୀୟା ମହିଳାଙ୍କର ଗତ ମାସରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ସେ ଫୁସଫୁସ୍‌ କର୍କଟରେ ପୀଡ଼ିତ ଥିଲେ। ଅନ୍ୟପକ୍ଷେ ୮୧ ବର୍ଷୀୟ ୟେଦୁରପ୍ପା ତାଙ୍କ ବିରୋଧରେ ଆସିଥିବା ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ଏବଂ କହିଥିଲେ ଯେ ସେ ଏହି ମାମଲା ବି‌ରୋଧରେ ଆଇନ ଅନୁଯାୟୀ ଲଢ଼ିବେ।

ଆଜି ୟେଦୁରପ୍ପା ଏହି ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ଏବଂ ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ।
ଅନ୍ୟପକ୍ଷେ ଆଜି ଦିନରେ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ବର କହିଥିଲେ ଯେ ସିଆଇଡି ଏହି ମାମଲାର ତଦନ୍ତ କରୁଛି ଏବଂ ୟେଦୁରପ୍ପାଙ୍କୁ ଉକ୍ତ ମାମଲାରେ ଜେରା ପାଇଁ ହାଜର ହେବାକୁ ନୋଟିସ୍‌ କରିଛି। ଯଦି ଆବଶ୍ୟକ ପଡ଼େ ୟେଦୁରପ୍ପା ଗିରଫ ହୋଇପାରନ୍ତି। ଜି ପରମେଶ୍ବର କହିଛନ୍ତି, ଆଇନ ଅନୁଯାୟୀ ୟେଦୁରପ୍ପାଙ୍କୁ ନୋ‌ଟିସ୍‌ କରାଯାଇଛି। ଏହାପରେ ଜୁନ୍‌ ୧୫ ସୁଦ୍ଧା ଏହି ମାମଲାରେ ଚାର୍ଜସିଟ୍‌ ଦାଖଲ ହେବା ଉଚିତ। ତେବେ ସେମାନେ ଏହା ପୂର୍ବରୁ ୟେଦୁରପ୍ପାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିପାରନ୍ତି ଏବଂ ତାଙ୍କୁ କୋର୍ଟରେ ହାଜର କରାଇପାରନ୍ତି। ଇତିମଧ୍ୟରେ ଜାଣିବାକୁ ମିଳିଛି ଯେ ବରିଷ୍ଠ ବିଜେପି ନେତା ୟେଦୁରପ୍ପା ଏବେ ଦିଲ୍ଲୀରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe