ବାହାନଗା ଟ୍ରେନ ଦୁର୍ଘଟଣା ବିଷୟରେ ଜାଣିଥିଲେ କି ବାଗେଶ୍ବର ବାବା? ଉତ୍ତର‌ ଦେଇ ମହାଭାରତର ଦେଲେ ଉଦାହରଣ

Advertisment
ବାହାନଗା ଟ୍ରେନ ଦୁର୍ଘଟଣା ବିଷୟରେ ଜାଣିଥିଲେ କି ବାଗେଶ୍ବର ବାବା? ଉତ୍ତର‌ ଦେଇ ମହାଭାରତର ଦେଲେ ଉଦାହରଣ

ନୂଆଦିଲ୍ଲୀ: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ ତାଙ୍କର ଚମତ୍କାର ପାଇଁ ଗତ କିଛି ମାସ ହେଲାଣି ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି। ସେ ସମସ୍ତଙ୍କ ଅତୀତକୁ ଦେଖି ପାରୁଥିବା ଦାବି କରନ୍ତି। ବେଳେବେଳେ ସେ ଭବିଷ୍ୟବାଣୀ ମଧ୍ୟ କରୁଥିବା ଦେଖାଯାଏ। ଏବେ ବାଲେଶ୍ୱରର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଯଦି ସେ ଭବିଷ୍ୟ ଦେଖିପାରନ୍ତି, ତେବେ ସେ ବାହାନଗା ଟ୍ରେନ ଦୁର୍ଘଟଣା ବିଷୟରେ କାହିଁକି ଜଣାଇ ପାରିଲେ ନାହିଁ ବୋଲି କହି ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି।

ପ୍ରସିଦ୍ଧ ଧାର୍ମିକ ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି, ‌ଯେଉଁଥିରେ ତାଙ୍କୁ ଜ‌ଣେ ସାମ୍ବାଦିକ ପ୍ରଶ୍ନ କରୁଛନ୍ତି ଯେ, ଆପଣଙ୍କ ଶକ୍ତି ଭାରତରେ ହେବାକୁ ଥିବା ବଡ଼ ଘଟଣା ବିଷୟରେ ସଙ୍କେତ ଦେଇପ‌ାରେ କି? ଉତ୍ତରରେ ସେ କହୁଛନ୍ତି ହଁ। ହେଲେ ବଡ଼ ଘଟଣା ବିଷୟରେ ସଙ୍କେତ ମିଳିବା ଏବଂ ଏହାକୁ ରୋକିବା ୨ଟା ଭିନ୍ନ କଥା। ଭଗବାନ କୃଷ୍ଣ ମହାଭାରତ ହେବ ବୋଲି ଜାଣିଥିଲେ, କିନ୍ତୁ ସେ ଏହାକୁ ରୋକି ପାରିନଥିଲେ।

ତାଙ୍କର ଏଭଳି ଭିଡିଓ ଭାଇରାଲ ହେବା ପରେ ଏବେ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି। ଯଦି ବାବା ଭବିଷ୍ୟ ଦେଖିପାରନ୍ତି, ତେବେ ବାଲେଶ୍ବରରେ ହୋଇଥିବା ଟ୍ରେନ ଦୁର୍ଘଟଣା ବିଷୟରେ କାହିଁକି ଜଣାଇଲେ ନାହିଁ। ଜଣାଇଥିଲେ ଦୁର୍ଘଟଣାକୁ ରୋକାଯାଇପାରିଥାନ୍ତା ବୋଲି କହି ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe