ବର୍ଷେ ପର୍ଯ୍ୟନ୍ତ ମୁଁ ସୁଶାନ୍ତଙ୍କ ସହ ଲିଭ୍-ଇନରେ ଥିଲି, ସେ ଅବସାଦଗ୍ରସ୍ତ ଥିବା ଖବର ସତ; ସୁପ୍ରିମକୋର୍ଟକୁ ଜଣାଇଲେ ରିୟା

Advertisment
ବର୍ଷେ ପର୍ଯ୍ୟନ୍ତ ମୁଁ ସୁଶାନ୍ତଙ୍କ ସହ ଲିଭ୍-ଇନରେ ଥିଲି, ସେ ଅବସାଦଗ୍ରସ୍ତ ଥିବା ଖବର ସତ; ସୁପ୍ରିମକୋର୍ଟକୁ ଜଣାଇଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ତାଙ୍କ ବାପା ବିହାରର ଏଫଆଇର ରୁଜୁ କରିବା ପରେ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ବିହାର ପୁଲିସ ତଦନ୍ତକୁ ଜୋରଦାର କରିଥିବାବେଳେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ କହିଛନ୍ତି ଯେ, ସୁଶାନ୍ତ ସିଂ ଅବସାଦଗ୍ରସ୍ତ ଥିଲେ । ତେବେ ଘଟଣାର ତଦନ୍ତ କାହିଁକି ଦୁଇଟି ସ୍ଥାନରେ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ସିବିଆଇ ତଦନ୍ତ ଦାବି କରୁଥିବା ରିୟା ଘଟଣାର ତଦନ୍ତ ବିହାର ବାହାରେ ମୁମ୍ବାଇରେ କରିବାକୁ ଦାବି କରିଛନ୍ତି ।‌

ସେ କହିଛନ୍ତି, ବିହାରରେ ଘଟଣାର ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ । ସୁପ୍ରିମକୋର୍ଟରେ ଦାୟର ଆବେଦନରେ ରିଆ କହିଛନ୍ତି, ସେ ସୁଶାନ୍ତଙ୍କ ସହ ଲିଭ ଇନରେ ଥିଲେ । ବର୍ଷେ ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହ ରହିବା ପରେ ସୁଶାନ୍ତଙ୍କ ମୃତ୍ୟୁର ୬ଦିନ ପୂର୍ବରୁ ଅର୍ଥାତ ଜୁନ ୮ରେ ସେ ସୁଶାନ୍ତ ଘର ଛାଡ଼ି ଚାଲି ଆସିଥିଲେ ବୋଲି ସୁପ୍ରିମକୋର୍ଟକୁ ଜଣାଇଛନ୍ତି ରିୟା। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ଦୁଷ୍କର୍ମ ଓ ଜୀବନରୁ ମାରିଦେବାକୁ ଧମକ ମିଳୁଛି ବୋଲି ରିଆ ଚକ୍ରବର୍ତୀ ଅଭିଯୋଗ ଆଣିଛନ୍ତି । ତେବେ ସୁଶାନ୍ତ ଅବସାଦଗ୍ରସ୍ତ ଥିଲେ ବୋଲି ରିୟା କହୁଥିବା ବେଳେ ସୁଶାନ୍ତଙ୍କ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ ଏହାକୁ ଖଣ୍ଡନ କରିଛନ୍ତି। ସାକ୍ଷାତକାରରେ ସୁଶାନ୍ତ କେବେ ବି ଅବସାଦଗ୍ରସ୍ତ ହୋଇ ପାରିବେ ନାହିଁ ଏବଂ ସେ ଜଣେ ସକାରତ୍ମକ ବ୍ୟକ୍ତି ଥିଲେ ବୋଲି କହିଛନ୍ତି ଅଙ୍କିତା।

Rhea Chakraborty: A day after Sushant Singh Rajput's dad files FIR ... The Economic Times

ସୂଚନା ମୁତାବକ, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ପାଟନାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ଏଫ୍ଆଇଆରରେ ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଏବଂ ଠକେଇ ଭଳି ଅନେକ ଗୁରୁତର ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe