ୱାଶିଂଟନ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହଠାତ୍ ଯୁଦ୍ଧବିରତି ଅନେକ ପ୍ରଶ୍ନ ଉଠାଇଛି। ଯଦିଓ ଏହି ଯୁଦ୍ଧରେ ଭାରତ ପ୍ରାଧାନ୍ୟ ବିସ୍ତାର କରୁଥିଲା। ଏବେ ବିରୋଧୀ ଦଳ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ ପ୍ରଶ୍ନ କରି ଟାର୍ଗେଟ କରୁଛନ୍ତି। ଏପରି ପରିସ୍ଥିତିରେ କ’ଣ ହେଲା ଯେ, ଦୁଇ ଦିନ ପୂର୍ବରୁ ଯେଉଁ ଆମେରିକା କହୁଥିଲା ଭାରତ ଏବଂ ପାକିସ୍ତାନ ପ୍ରସଙ୍ଗ ସହିତ ଆମର କୌଣସି ସମ୍ପର୍କ ନାହିଁ, ହଠାତ୍ କାହିଁକି ଏବଂ କିଭଳି ପଛକୁ ଫେରି ଯୁଦ୍ଧବିରତି ନିର୍ଦ୍ଦେଶ ଦେଇଥିଲା। ତେବେ ଯୁଦ୍ଧବିରତିର ପରଦା ପଛର କାହାଣୀ ନେଇ ଚର୍ଚ୍ଚା ହେଉଛି।
ଭାରତୀୟ ଆକ୍ରମଣ ଦ୍ୱାରା ନୁର ଖାନ ଏୟାରବେସ ଧ୍ୱଂସ ହେବା ପରେ ପାକିସ୍ତାନ ବହୁତ ଭୟଭୀତ ହୋଇଯାଇଥିଲା। ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଭୁଶୁଡ଼ି ପଡ଼ିଥିଲା ଏବଂ ଭାରତୀୟ କ୍ଷେପଣାସ୍ତ୍ରକୁ ପ୍ରତିହତ କରିବାରେ ସମ୍ପୂର୍ଣ୍ଣ ବିଫଳ ହେଉଥିଲା। ଯେତେବେଳେ ସେ ପର୍ଯ୍ୟନ୍ତ ଭାରତ କେବଳ ଏଭଳି ଅସ୍ତ୍ର ବ୍ୟବହାର କରୁଥିଲା ଯାହା ବହୁତ କମ୍ ଧ୍ୱଂସ ଘଟାଊଥିଲା। ଏହା ଦେଖାଯାଉଥିଲା ଯେପରି ଭାରତ ଆଗାମୀ କିଛି ଘଣ୍ଟା ମଧ୍ୟରେ ପାକିସ୍ତାନର ସମସ୍ତ ସାମରିକ ଘାଟି ଏବଂ ଅସ୍ତ୍ରଶସ୍ତ୍ର ଡିପୋକୁ ଧ୍ୱଂସ କରିବାକୁ ଯାଉଛି।
ଏପରି ପରିସ୍ଥିତିରେ, ଭାରତ ପାଖରେ ପାକିସ୍ତାନକୁ ଶିକ୍ଷା ଦେବାର ସୁଯୋଗ ଥିଲା, କିନ୍ତୁ ଏହି ସମୟରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କଲେ ଏବଂ ତା’ପରେ ଯୁଦ୍ଧବିରତି ଘୋଷଣା କରାଗଲା। ତେବେ ଜେଡି ଭାନ୍ସ ଫୋନ୍ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ’ଣ କହିଥିଲେ, କ’ଣ ଥିଲା ‘ବିପଜ୍ଜନକ ଗୁଇନ୍ଦା’ ସୂଚନା, ଯାହା ଜାଣିବା ପରେ ଭାରତ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ହେଲା? ଆମେରିକା କିଛି ଗୁପ୍ତ ସୂଚନା ପାଇଥିଲା ଯାହା ବହୁତ ବିପଦପୂର୍ଣ୍ଣ ଥିଲା।
ଏହି ସୂଚନା ଏତେ ସମ୍ବେଦନଶୀଳ ଥିଲା ଯେ, ଟ୍ରମ୍ପ୍ ପ୍ରଶାସନକୁ ହଠାତ୍ ହସ୍ତକ୍ଷେପ କରି ଯୁଦ୍ଧବିରତି ପାଇଁ ଭାରତ ସହିତ କଥା ହେବାକୁ ପଡିଲା। ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକ ଭୟଭୀତ ହୋଇଥିଲେ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇପାରେ, ଯାହା ଫଳରେ ପରମାଣୁ ଯୁଦ୍ଧ ହୋଇପାରେ।
ଗୁଇନ୍ଦା ରିପୋର୍ଟ ପାଇବା ପରେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତୁରନ୍ତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଥିଲେ ଏବଂ ଗୁଇନ୍ଦା ସୂଚନା ପ୍ରଦାନ କରିବା ପରେ, ପାକିସ୍ତାନ ସହିତ ସିଧାସଳଖ ଆଲୋଚନା ମାଧ୍ୟମରେ ଯୁଦ୍ଧବିରତି ସମାଧାନ ଖୋଜିବା ପାଇଁ ତାଙ୍କୁ ପ୍ରସ୍ତାବ ଦେଇଥିଲେ। ତାଙ୍କ ଟେଲିଫୋନ କଲ୍ର ଉଦ୍ଦେଶ୍ୟ ଥିଲା ଭାରତକୁ ସିଧାସଳଖ ଯୁଦ୍ଧ ଏଡାଇବା ପାଇଁ ପରାମର୍ଶ ଦେବା।
ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ, ଗୁପ୍ତଚର ସୂଚନା ପାଇବା ପରେ, ଜେଡି ଭାନ୍ସ ତୁରନ୍ତ ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ସହ ସୂଚନା ବାଣ୍ଟିଥିଲେ ଏବଂ ଏହା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଥିଲେ। ଏହି ସମୟରେ ଜେଡି ଭାନ୍ସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ ଯେ, ଆମେରିକା ଆକଳନ କରୁଛି ଯେ, ଯଦି ଏହି ସଂଘର୍ଷ ଆଉ ଦୁଇ ଦିନ ଜାରି ରହେ, ତେବେ ଏହି ଯୁଦ୍ଧ ଏକ ନାଟକୀୟ ପରିଣାମ ଆଡ଼କୁ ମୋଡ଼ି ଯାଇପାରେ।
ଯଦିଓ ଆମେରିକୀୟ ଅଧିକାରୀମାନେ ଗୁପ୍ତଚର କ’ଣ ଏବଂ ଯୁଦ୍ଧ ଏତେ ନାଟକୀୟ ଶେଷକୁ ମୋଡ଼ି ହେବାର ଅର୍ଥ କ’ଣ ତାହା କହି ନଥିଲେ, ସିଏନଏନ ରିପୋର୍ଟରେ କହିଛି ଯେ, ତିନି ଜଣ ଆମେରିକୀୟ ଅଧିକାରୀ ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ନିରନ୍ତର ନଜର ରଖୁଥିଲେ।
ଏମାନଙ୍କ ମଧ୍ୟରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ, ବୈଦେଶିକ ସଚିବ ମାର୍କୋ ରୁବିଓ, ଯିଏ ବର୍ତ୍ତମାନ ଜାତୀୟ ସୁରକ୍ଷା ପରାମର୍ଶଦାତା, ଏବଂ ହ୍ୱାଇଟ୍ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ ସୁସି ୱାଇଲ୍ସ ଅନ୍ତର୍ଭୁକ୍ତ। ସେମାନେ ପ୍ରତ୍ୟେକ ପରିସ୍ଥିତି ବିଷୟରେ ନିରନ୍ତର ସୂଚନା ନେଉଥିଲେ, କିନ୍ତୁ 'ବିପଜ୍ଜନକ ସୂଚନା' ପାଇବା ମାତ୍ରେ ସେମାନେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ଭୂମିକା ଗ୍ରହଣ କରିବା ଆରମ୍ଭ କରିଥିଲେ। ଅଧିକାରୀମାନେ ସେହି ଗୁପ୍ତ ସୂଚନା ପ୍ରକାଶ କରିବାକୁ ମନା କରିଦେଇଥିଲେ।
ଅଧିକ ପଢ଼ନ୍ତୁ: ଯୁଦ୍ଧବିରତି ଉଲ୍ଲଂଘନ ହେଲେ ପ୍ରତିଶୋଧ ପାଇଁ ସେନାକୁ ପୂର୍ଣ୍ଣ ସ୍ୱାଧୀନତା, ସାମରିକ କମାଣ୍ଡରଙ୍କ ସହ ବୈଠକରେ ସେନା ମୁଖ୍ୟଙ୍କ ନିର୍ଦ୍ଦେଶ
ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନୁର ଖାନ ଏୟାରବେସ ଧ୍ୱଂସ ପରେ ପାକିସ୍ତାନ ବହୁତ ଭୟଭୀତ ହୋଇଯାଇଥିଲା। ପାକିସ୍ତାନକୁ ଲାଗିଥିଲା ଯେ, ଏବେ ଭାରତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଟାର୍ଗେଟ ଉପରେ ଆକ୍ରମଣ କରିବାକୁ ଯାଉଛି। ନୁର ଖାନ ଏୟାରବେସ୍ ହେଉଛି ପାକିସ୍ତାନୀ ବାୟୁସେନାର ସବୁଠାରୁ ସମ୍ବେଦନଶୀଳ ଏୟାରବେସ୍ ଏବଂ ଭାରତ ଏଠାରେ ବଡ଼ ଧରଣର ଆକ୍ରମଣ କରିଥିଲା।
ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ରାଡାର ପ୍ରଣାଳୀ ଭାରତୀୟ ଅସ୍ତ୍ରଶସ୍ତ୍ରକୁ ଆଦୌ ଅଟକାଇ ପାରି ନଥିଲା। ଯାହା ଯୋଗୁ ପାକିସ୍ତାନ ପାଖରେ ଭାରତୀୟ ଆକ୍ରମଣକୁ ରୋକିବା ପାଇଁ କିଛି ଉପାୟ ନଥିଲା। ଯେତେବେଳେ ପାକିସ୍ତାନର କ୍ଷେପଣାସ୍ତ୍ର ଭାରତକୁ କ୍ଷତି ପହଞ୍ଚାଉ ନଥିଲା, ଯାହା ଯୋଗୁ ପାକିସ୍ତାନ ଆତଙ୍କିତ ଅବସ୍ଥାରେ ଥିଲା ଏବଂ କୌଣସି ପ୍ରକାରେ ଯୁଦ୍ଧରୁ ବାହାରି ଆସିବାକୁ ଚାହୁଁଥିଲା ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ: ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି : ଭାରତୀୟ ସେନା
OperationSindoor | India | pakistan | USA