Image Source: India Today
ମୁମ୍ବାଇ: ଲଞ୍ଚ୍ବକ୍ସ୍ ଧୋଇବାକୁ ପାଇଲଟ୍ ଜଣେ କ୍ରୁ’ମେମ୍ବରଙ୍କୁ କହିବା ଯୋଗୁଁ ଉପୁଜିଥିବା ବିବାଦ ପାଇଁ ସୋମବାର ଦିନ ଏୟାର୍ ଇଣ୍ଡିଆ ଏଆଇ-୭୭୨ ବିମାନ ଉଡ଼ାଣରେ ଘଣ୍ଟାଏରୁ ଉର୍ଦ୍ଧ୍ୱ ବିଳମ୍ବ ଘଟିଛି।
ବେଙ୍ଗାଲୁରୁ-କୋଲ୍କାତା ଅଭିମୁଖେ ବାହାରିଥିବା ବିମାନ ମଧ୍ୟରେ ବସିଥିବା ଯାତ୍ରୀମାନଙ୍କ ସମ୍ନାରେ ଘଟଣାଟି ସୋମବାର ଦିନ ବେଙ୍ଗାଲୁରୁ ଏୟାର୍ପୋର୍ଟରେ ଘଟିଛି।
ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇଥିବା ସମୟରେ ପାଇଲଟ୍ ଲଞ୍ଚ୍ବକ୍ସ୍ ଧୋଇବାକୁ କହିଥିଲେ। କିନ୍ତୁ ତାଙ୍କ କଥାରେ କ୍ରୁ’ ମେମ୍ବରଜଣକ ଅପମାନ ଅନୁଭବ କଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
 Image Source: The Economics Timesଏତିକିବେଳେ ଅନ୍ୟ କ୍ରୁ ମେମ୍ବରମାନେ ହସ୍ତକ୍ଷେପ କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। କିନ୍ତୁ ପାଇଲଟ୍ ଏବଂ ପରିଚାରକମାନଙ୍କ ଆଚରଣ ଯୋଗୁଁ ଯାତ୍ରୀମାନେ ଭୟଭୀତ ହେବା ସହ ମାନସିକ ଆଘାତ ପାଇଥିଲେ। ଏଥିଯୋଗୁଁ ବେଙ୍ଗାଲୁରୁ- କୋଲ୍କାତା ବିମାନ ୭୭ ମିନିଟ୍ ବିଳମ୍ବରେ ଉଡ଼ାଣ ଆରମ୍ଭ କରିଥିଲା।
ଘଟଣାଟି ସତ୍ୟ ବୋଲି ଏୟାର୍ ଇଣ୍ଡିଆର ମୁଖପାତ୍ର କହିଛନ୍ତି ଏବଂ ଘଟଣାର ତଦନ୍ତ ଚାଲିଥିବା କଥା ଜଣାଇଛନ୍ତି। ପ୍ରକୃତରେ ସେ ପାଇଲଟ୍ କ୍ରୁ ମେମ୍ବରଙ୍କୁ ଲଞ୍ଚ୍ବକ୍ସ୍ ଧୋଇବାକୁ କହିଥିଲେ କି, ନାହିଁ ତଦନ୍ତ ପରେ ହିଁ ତାହା ଜଣାପଡ଼ିବ ବୋଲି ମଧ୍ୟ ସେ କହିଛନ୍ତି।
ନାମ ଗୋପନ ରଖିବାକୁ ଅନୁରୋଧ କରି ଏୟାର୍ଇଣ୍ଡିଆର ଜଣେ ବରିଷ୍ଠ କ୍ରୁ ମେମ୍ବର କହିଛନ୍ତି: ଏ ଭଳି କାମ ପାଇଁ କ୍ୟାପ୍ଟେନ୍ମାନେ ସବୁ ବେଳେ କହିଥାଆନ୍ତି। ଲସି, ମିଲ୍କ୍ସେକ୍ ଏବଂ ମିକ୍ସ୍ ଓ ମ୍ୟାଚ୍ମିଲ୍ ପାଇଁ ସେମାନେ କ୍ରୁମାନଙ୍କୁ କହନ୍ତି।
  
 Follow Us