ପୋଷାକ ଧୋଇବା ସମୟରେ ହଠାତ ଫାଟିଲା ୱାସିଂମେସିନ, ଘରର ହେଲା ଏଭଳି ଅବସ୍ଥା

Advertisment
ପୋଷାକ ଧୋଇବା ସମୟରେ ହଠାତ ଫାଟିଲା ୱାସିଂମେସିନ, ଘରର ହେଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ: ଆପଣମାନେ ମୋବାଇଲ ଫୋନ ଫାଟିବାର ଘଟଣା ଶୁଣିଥିବେ ବା ଦେଖିଥିବେ। ତେବେ ସ୍କଟଲ୍ୟାଣ୍ଡରେ ରହୁଥିବା ଜଣେ ମହିଳା ଫେସବୁକରେ କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ମୁଁ ସର୍ବଦା ଶୁଣିଥିଲି ବାହାରକୁ ଯିବା ସମୟରେ ୱାସିଂମେସିନକୁ ଚାଲୁ ଥିବା ଅବସ୍ଥା ଛାଡ଼ିକି ଯିବା କଥା ନୁହେଁ। ମୋର ୱାସିଂମେସିନ ଚାଲୁଥିବା ବେଳେ ବିସ୍ଫୋରଣ ହୋଇଛି। ସୌଭାଗ୍ୟବଶତଃ ୱାସିଂମେସିନରୁ ଧୁଆଁ ବାହାରିବା ଦେଖି ମୁଁ ତୁରନ୍ତ ବନ୍ଦ କରି ଦୂରକୁ ଚାଲି ଯାଇଥିଲି, ଯାହାଫଳରେ ଆଜି ମୁଁ ସୁରକ୍ଷିତ ଅଛି। ଘରେ ଥିବାରୁ ପରିସ୍ଥିତିକୁ ଆୟତ୍ତ କରି ନେଇଥିଲି।’

ୱାସିଂମେସିନ ବିସ୍ଫୋରଣରେ ରୋଷେଇ ଘର ସିଙ୍କର ଡ୍ରେନିଂ ୟୁନିଟ କେଉଁଆଡେ ଉଭେଇ ଯାଇଛି। ମୁଁ ଭାବୁଛି ଯଦି ସେହି ସମୟରେ ରୋଷେଇ ଘରେ କିଏ ଥାଆନ୍ତା ତେବେ କ’ଣ ଅବସ୍ଥା ହୋଇଥାଆନ୍ତା। ଭଗବାନଙ୍କୁ ଧନ୍ୟବାଦ ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି।

ସୋସିଆଲ ମିଡିଆରେ ଏହି ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଲୋକମାନେ ବି ୱାସିଂମେସିନ ବିସ୍ଫୋରଣ ଦୃଶ୍ୟ ଦେଖି ଭୟଭୀତ ହୋଇଯାଇଛନ୍ତି। ‌ତେବେ ଏହି ୱାସିଂମେସିନଟି କେଉଁ କାରଣରୁ ବିସ୍ଫୋରଣ ହୋଇଛି ସେ ନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe