ୱାସିଂଟନ: ଭାରତୀୟ ସାମ୍ବାଦିକଙ୍କୁ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣକୁ ଭାରତର ନିନ୍ଦା

Advertisment
ୱାସିଂଟନ: ଭାରତୀୟ ସାମ୍ବାଦିକଙ୍କୁ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣକୁ ଭାରତର ନିନ୍ଦା

The Indian Express

ୱାସିଂଟନ : ୱାସିଂଟନ-ଭିତ୍ତିକ ଜନୈକ ଭାରତୀୟ ସାମ୍ବାଦିକଙ୍କୁ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିବା ଘଟଣାକୁ ଆମେରିକାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ବିବୃତି ଦ୍ବାରା ଶନିବାର ତୀବ୍ର ନିନ୍ଦା କରାଯାଇଛି। ଭାରତ ପକ୍ଷରୁ କୁହାଯାଇଛି ଯେ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘୋର ନିନ୍ଦନୀୟ। ଏଥିରୁ ଖଲିସ୍ତାନୀ ସମର୍ଥକଙ୍କର ଉଗ୍ରବାଦୀ ଓ ସମାଜବିରୋଧୀ ମାନସିକତା ପ୍ରକାଶ ପାଉଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୱାସିଂଟନ ଡିସି-ଭିତ୍ତିକ ଭାରତୀୟ ସାମ୍ବାଦିକ ଲଳିତ ଝାଙ୍କୁ ଶନିବାର ଅପରାହ୍ଣରେ ଭାରତୀୟ ଦୂତାବାସ ବାହାରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିବା ସହ ଗାଳିଗୁଲଜ କରିଥିଲେ। ତେବେ ୱାସିଂଟନ ପୁଲିସ ସଙ୍ଗେସଙ୍ଗେ ପହଞ୍ଚି ସାମ୍ବାଦିକଙ୍କୁ ଉଗ୍ରବାଦୀଙ୍କ କବଳରୁ ରକ୍ଷା କରିଥିବାରୁ ଭାରତୀୟ ଦୂତାବାସ ପକ୍ଷରୁ ଏହାର ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe