ହିନ୍ଦୁ ଧର୍ମ ଗ୍ରହଣ କଲେ ଉତ୍ତର ପ୍ରଦେଶ ‘ଶିହା ୱାକଫ୍‌ ବୋର୍ଡ’ର ପୂର୍ବତନ ଅଧ୍ୟକ୍ଷ ୱାସିମ୍‌ ରିଜ୍‌ୱି

Advertisment
ହିନ୍ଦୁ ଧର୍ମ ଗ୍ରହଣ କଲେ ଉତ୍ତର ପ୍ରଦେଶ ‘ଶିହା ୱାକଫ୍‌ ବୋର୍ଡ’ର ପୂର୍ବତନ ଅଧ୍ୟକ୍ଷ ୱାସିମ୍‌ ରିଜ୍‌ୱି

ଗାଜିଆବାଦ: ଉତ୍ତର ପ୍ରଦେଶ ‘ଶିହା ୱାକଫ୍‌ ବୋର୍ଡ’ର ପୂର୍ବତନ ଅଧ୍ୟକ୍ଷ ୱାସିମ୍‌ ରିଜ୍‌ୱି ଗାଜିଆବାଦସ୍ଥିତ ଡାସନା ଦେବୀ ମନ୍ଦିରର ମୁଖ୍ୟ ପୂଜକ ସ୍ବାମୀ ଯଦି ନୃସିଂହନନ୍ଦଙ୍କ ଉପସ୍ଥିତି ଆଜି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି।  ଏଥିପାଇଁ ଅନୁଷ୍ଠିତ କ୍ରିୟାରେ ୱାସିମ୍‌ ଡାସନା ଦେବୀ ମନ୍ଦିରରେ ସ୍ଥାପିତ ଶିବଲିଙ୍ଗରେ ଦୁଗ୍ଧ ଢାଳିଥିଲେ।

ଧର୍ମ ପରିବର୍ତ୍ତନ କରିବା ପରେ ତାଙ୍କର ନୂଆ ନାଁ ଜିତେନ୍ଦ୍ର ନରାୟଣ ସିଂହ ତ୍ୟାଗୀ ହେବ ବୋଲି ନୃସିଂହନନ୍ଦ କହିଛନ୍ତି। ଗଣମାଧ୍ୟମକୁ ୱାସିମ୍‌ କହିଛନ୍ତି, ମତେ ଇସ୍‌ଲାମରୁ ବହିଷ୍କାର କରାଯାଇଛି। ପ୍ରତି ଶୁକ୍ରବାର ଦିନ ମୋ ମୁଣ୍ଡ ପାଇଁ ପୁରସ୍କାର ଅର୍ଥରାଶି ବୃଦ୍ଧି ପାଉଛି। ଆଜି ମୁଁ ସନାତନ ଧର୍ମ ଗ୍ରହଣ କଲି।

publive-image Image Courtesy of India Today

‘ଅଖିଳ ଭାରତ ହିନ୍ଦୁ ମହାସଭା’ର ଜାତୀୟ ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ମହାରାଜ କହିଛନ୍ତି, ପୂର୍ବତନ ମୌଲବୀ ୱାସିମ୍‌ ରିଜ୍‌ୱି ସାହେବଙ୍କ ହିନ୍ଦୁ ସନାତନ ଧର୍ମ ଗ୍ରହଣ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ‘ଅଖିଳ ଭାରତ ହିନ୍ଦୁ ମହାସଭା’ ଓ ‘ସନ୍ଥ ମହାସଭା’ ତାଙ୍କୁ ସ୍ବାଗତ କରୁଛନ୍ତି। ୱାସିମ୍‌ ରିଜ୍‌ୱି ସାହେବ ଏବେ ଆମ ହିନ୍ଦୁ ସନାତନ ଧର୍ମର ଅଂଶବିଶେଷ। ତାଙ୍କ ବିରୋଧରେ କ‌ୌଣସି ଧର୍ମାନ୍ଧ ଫତ୍‌ୱା ଜାରି କରିବାକୁ ସାହସ କରିବା ଅନୁଚିତ। କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe