ସ୍ବାଗତରେ ଆର୍‌ ଅଶ୍ବିନଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଲେ ବାପା, ଭିଡିଓ ଭାଇରାଲ୍‌

Advertisment

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ରବିଚନ୍ଦ୍ରନ ଅଶ୍ୱିନ ଏବେ ନିଜ ଦେଶକୁ ଫେରିଛନ୍ତି। ସେ ଫେରିବା ବେଳେ ଚେନ୍ନାଇ ତାଙ୍କ ବାସଭବନ ସମ୍ମୁଖରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପୂର୍ବତନ ଭାରତୀୟ ସ୍ପିନରଙ୍କୁ ସ୍ବାଗତ କରିବାକୁ ପ୍ରଶଂସକ, ପରିବାର ଏବଂ ଶୁଭେଚ୍ଛୁମାନେ ଏକତ୍ରିତ ହୋଇଥିଲେ।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ରବିଚନ୍ଦ୍ରନ ଅଶ୍ୱିନ ଏବେ ନିଜ ଦେଶକୁ ଫେରିଛନ୍ତି। ସେ ଫେରିବା ବେଳେ ଚେନ୍ନାଇ ତାଙ୍କ ବାସଭବନ ସମ୍ମୁଖରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପୂର୍ବତନ ଭାରତୀୟ ସ୍ପିନରଙ୍କୁ ସ୍ବାଗତ କରିବାକୁ ପ୍ରଶଂସକ, ପରିବାର ଏବଂ ଶୁଭେଚ୍ଛୁମାନେ ଏକତ୍ରିତ ହୋଇଥିଲେ।

aswin

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ରବିଚନ୍ଦ୍ରନ ଅଶ୍ୱିନ ଏବେ ନିଜ ଦେଶକୁ ଫେରିଛନ୍ତି। ସେ ଫେରିବା ବେଳେ ଚେନ୍ନାଇରେ ତାଙ୍କ ବାସଭବନ ସମ୍ମୁଖରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପୂର୍ବତନ ଭାରତୀୟ ସ୍ପିନରଙ୍କୁ ସ୍ବାଗତ କରିବାକୁ ପ୍ରଶଂସକ, ପରିବାର ଏବଂ ଶୁଭେଚ୍ଛୁମାନେ ଏକତ୍ରିତ ହୋଇଥିଲେ। ଏହାରି ମଧ୍ୟରେ ଅଶ୍ବିନଙ୍କ ପିତା ତାଙ୍କୁ ଉଷ୍ମ ଆଲିଙ୍ଗନ ଏବଂ ଚୁମ୍ବନ ଦେଇ ଅଭିବାଦନ ଜଣାଇଥିଲେ। ସେହି ସମୟର ଭିଡିଓ ଏବେ ଖୁବ୍ ଜୋର୍‌ରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପ୍ରଶଂସକମାନଙ୍କ ଡ୍ରମ୍‌ ବାଦ୍ୟ ଓ ଫୁଲ ବର୍ଷଣ ମଧ୍ୟରେ ଅଶ୍ବିନଙ୍କ ବାପାଙ୍କ ସୁନ୍ଦର ଅଭିବାଦନ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି।

ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର କଡ଼ା ମୁକାବିଲା ପରେ ଅଶ୍ୱିନ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ନିଜର ଅବସର ଘୋଷଣା କରିଛନ୍ତି। ଡିସେମ୍ବର ୧୯ ତାରିଖରେ ଘରକୁ ଫେରିବା ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ସେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ନିଜର ଆଇପିଏଲ୍ କ୍ୟାରିୟର ଜାରି ରଖିବାକୁ ଯୋଜନା କରିଛନ୍ତି।

‘‘ଏହା ଅନେକ ଲୋକଙ୍କ ପାଇଁ ଭାବପ୍ରବଣ  ମୁହୂର୍ତ୍ତ ଅଟେ। କିନ୍ତୁ ମୋ ପାଇଁ ଏହା ଏକ ଆରାମ ଏବଂ ସନ୍ତୋଷର ଏକ ବଡ଼ ଅନୁଭବ’’ ବୋଲି ଅଶ୍ୱିନ କହିଛନ୍ତି। ସେ ସିଏସ୍‌କେ ପାଇଁ ଯେତେ ଦିନ ପର୍ଯ୍ୟନ୍ତ ପାରିବେ ଖେଳିବେ ବୋଲି କହିବା ସହ ତାଙ୍କ ସମୟ ସରିନାହିଁ, ବରଂ ଆରମ୍ଭ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe