ଇନ୍‌ଭର୍ଟର ଚୋରି ପ୍ରୟାସକୁ ପଣ୍ଡ କଲେ ସୁରକ୍ଷାକର୍ମୀ; ବାଇକ୍‌ ଛାଡ଼ି ‌‌‌ଦୌଡ଼ିଲା ‌ଚୋର

Advertisment

ଦିଲ୍ଲୀର ପ୍ରେସ୍ ଏନକ୍ଲେଭ୍ ସୋସାଇଟିର ନିୟମିତ ସୁରକ୍ଷା ଯାଞ୍ଚର ଏକ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯେତେବେଳେ ସୁରକ୍ଷା କର୍ମୀମାନେ ଆବାସିକ କଲୋନୀରୁ ଜଣେ ଇନଭର୍ଟର ଚୋରକୁ ଧରିବାରେ ସମର୍ଥ ହୋଇଛନ୍ତି। 

ଦିଲ୍ଲୀର ପ୍ରେସ୍ ଏନକ୍ଲେଭ୍ ସୋସାଇଟିର ନିୟମିତ ସୁରକ୍ଷା ଯାଞ୍ଚର ଏକ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯେତେବେଳେ ସୁରକ୍ଷା କର୍ମୀମାନେ ଆବାସିକ କଲୋନୀରୁ ଜଣେ ଇନଭର୍ଟର ଚୋରକୁ ଧରିବାରେ ସମର୍ଥ ହୋଇଛନ୍ତି। 

New Project (1)

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରେସ୍ ଏନକ୍ଲେଭ୍ ସୋସାଇଟିର ନିୟମିତ ସୁରକ୍ଷା ଯାଞ୍ଚର ଏକ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯେତେବେଳେ ସୁରକ୍ଷା କର୍ମୀମାନେ ଆବାସିକ କଲୋନୀରୁ ଜଣେ ଇନଭର୍ଟର ଚୋରକୁ ଧରିବାରେ ସମର୍ଥ ହୋଇଛନ୍ତି। 

ଘଟଣାଟି ହେଉଛି ଘଟଣାଟି ଅପରାହ୍ନ ପ୍ରାୟ ୩.୨୭ର। ସୋସାଇଟିର ସୁରକ୍ଷାକର୍ମୀମାନେ ବାଇକ୍‌ ଚଢ଼ି ସୋସାଇଟିରୁ ବାହାରୁଥିବା ଜ‌ଣେ ଚୋରକୁ ଅଟକାଇଥିଲେ। ବ୍ୟକ୍ତିଙ୍କ ମୁହଁ ଦେଖିବା ପରେ, ସୁରକ୍ଷାକର୍ମୀ ପ୍ରଭାକର ତମାଙ୍ଗ ସନ୍ଦେହ କରିଥିଲେ। କ‌ାରଣ ତାଙ୍କୁ ସେ ପୂର୍ବରୁ ବି ଦୁଇ ଥର ସୋସାଇଟି ଭିତରୁ ଇନଭର୍ଟର ଚୋରି କରିବାର ସିସିଟିଭିରେ ଦେଖିଥିଲେ। 

ଏ ସଂପର୍କରେ ସୁରକ୍ଷାକର୍ମୀ ତାଙ୍କର ବୟାନ ଦେଇ କହିଛନ୍ତି, ‘‘ମୁଁ ନିଶ୍ଚିତ ଯେ ମୁଁ ତାଙ୍କୁ ପୂର୍ବରୁ କଲୋନୀରେ ହୋଇଥିବା ଏକ ଇନଭର୍ଟର ଚୋରିର ସିସି ଟିଭି ଫୁଟେଜରେ ଦେଖିଥିଲି। ତେଣୁ ମୁଁ ତାଙ୍କୁ ପଚାରିଲି ଯେ ସେ କେଉଁଠାକୁ ଯାଉଛନ୍ତି ବୋଲି। ହେଲେ ସେ ‌ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ। ସେତେବେଳେ ମୁଁ ନିଶ୍ଚିତ ହୋଇଗଲି ଯେ ସେ ସେହି ଇନ୍‌ଭର୍ଟର ଚୋର।’’

ପ୍ରଭାକର ସେହି ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ, ଏକ ସୋସାଇଟି ଗାଡ଼ି ପଛରୁ ଆସି ପହଞ୍ଚିଥିଲା। ଯାହା ଫଳରେ ସୁରକ୍ଷାକର୍ମୀମାନେ ଗେଟ୍‌ ଖୋଲି ତାହାକୁ ଭିତରକୁ ଛାଡିଥିଲେ ସେହି ସୁଯୋଗ ପାଇ ବ୍ୟକ୍ତି ଜଣକ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ସୁରକ୍ଷାକର୍ମୀମାନେ ତାକୁ ଆକ୍ରମଣ କରିବାକୁ ସେ ଗାଡ଼ି ଓ ଇନ୍‌ଭର୍ଟର ଛାଡ଼ି ଦେଇ ସେହି ସ୍ଥାନରୁ ‌‌ପାଦରେ ଦୌଡ଼ି ପଳାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe