ବାଇକରେ ଯାଉଥିବା ସମୟରେ ଦେଖନ୍ତୁ ବ୍ୟକ୍ତିଙ୍କ ଉପରେ କିପରି ଆକ୍ରମଣ କରୁଛି ଭାଲୁ

Advertisment
ବାଇକରେ ଯାଉଥିବା ସମୟରେ ଦେଖନ୍ତୁ ବ୍ୟକ୍ତିଙ୍କ ଉପରେ କିପରି ଆକ୍ରମଣ କରୁଛି ଭାଲୁ

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ଭାଲୁ ବାଇକ୍ ଆରୋହୀଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଭାଲୁ ବ୍ୟକ୍ତିଙ୍କ ଶରୀରକୁ କ୍ଷତାକ୍ତ କରି ଦେଉଥିବା ଦେଖିବାକୁ ମିଳୁଛି। ଆଉ ଯନ୍ତ୍ରଣାରେ ବ୍ୟକ୍ତି ଜଣକ ଚିତ୍କାର କରୁଥିବା ବି ଶୁଣିବାକୁ ମିଳୁଛି। ବ୍ୟକ୍ତିଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ଲୋକେ ଏକାଠି ହୋଇ ଯାଇଥିଲେ, ଆଉ ବ୍ୟକ୍ତିଙ୍କୁ ଭାଲୁ କବଳରୁ ଉଦ୍ଧାର କରିବାକୁ ବହୁ ଚେଷ୍ଟା କରିଥିଲେ।

ଆଶ୍ଚର୍ଯ୍ୟର କଥା ହେଉଛି ଘଟଣାସ୍ଥଳରେ ଜମିଥିବା ଭିଡ଼ ଉପରେ  ବି ଭାଲୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା। ଯଦ୍ବାରା ଅନ୍ୟ ଦୁଇଜଣ ମଧ୍ୟ ଗୁରୁତର ହୋଇଥିଲେ। ଏହି ଘଟଣାର ଭିଡିଓକୁ କେହି ଜଣେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ତାଙ୍କ ଲୋମମୂଳ ଟାଙ୍କୁରି ଉଠୁଛି।

ତାମିଲନାଡୁର ଟେନକାସି ଜିଲ୍ଲାରୁ ଏହି ଆଶ୍ଚର୍ଯ୍ୟଜନକ/ ଲୋମ ଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଭାଲୁ ଗୋଟିଏ ପରେ ଗୋଟିଏ ଏପରି ତିନି ଜଣଙ୍କୁ ଆକ୍ରମଣ କରିଥିଲା। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଭାଲୁ ପ୍ରଥମେ ଜଣେ ବାଇକ୍ ଆରୋହୀଙ୍କ ଉପରେ ଆକ୍ରମଣ କରୁଛି। ଏହାପରେ ତାଙ୍କ ଶରୀରର ଅନେକ ସ୍ଥାନକୁ କ୍ଷତାକ୍ତ କରୁଛି। ଭାଲୁକୁ ଅଟକାଇବାକୁ ଲୋକମାନେ ପଥରମାଡ଼ କରିଥିଲେ, କିନ୍ତୁ ସେ ଘଟଣାସ୍ଥଳରୁ ଚାଲିଯିବା ବଦଳରେ ବ୍ୟକ୍ତିଙ୍କୁ ଅଧିକରୁ ଅଧିକ କ୍ଷତାକ୍ତ କରିଥିଲା।

ଏହି ଘଟଣା ସମ୍ପର୍କରେ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭାଲୁକୁ ସେଠାରୁ ତଡ଼ିବା ସହିତ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ବି ତାଙ୍କ ଅବସ୍ଥା ଶୋଚନୀୟ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe