ଡ୍ୟାମ ପାଣିର ସ୍ରୋତରେ ଭାସିଯିବା ପୂର୍ବରୁ ଏଭଳି ଯୁବକଙ୍କ ଜୀବନ ବଞ୍ଚାଇଲା ବାୟୁସେନା ବିମାନ, ଦେଖନ୍ତୁ ଭିଡିଓ

Advertisment
ଡ୍ୟାମ ପାଣିର ସ୍ରୋତରେ ଭାସିଯିବା ପୂର୍ବରୁ ଏଭଳି ଯୁବକଙ୍କ ଜୀବନ ବଞ୍ଚାଇଲା ବାୟୁସେନା ବିମାନ, ଦେଖନ୍ତୁ ଭିଡିଓ

NDTV.com

ବିଳାଶପୁର: ଏବେ ଦେଶବାସୀ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ କେତେକ ସ୍ଥାନରେ ଲୋକେ ବନ୍ୟା ସହ ମଧ୍ୟ ଲଢ଼େଇ କରୁଥିବା ଦେଖାଯାଇଛି। ଆସାମ ଏବଂ ବିହାର ଭଳି ରାଜ୍ୟରେ ବନ୍ୟାର କରାଳ ରୂପର ଅନେକ ଦୃଶ୍ୟ ସାମ୍ନାକୁ ଆସି ସାରିଛି। ତେବେ ଛତିଶଗଡ଼ରେ ପ୍ରବଳ ବର୍ଷା ପାଇଁ ହଠାତ୍ ଡ୍ୟାମର ଗେଟ୍ ଖୋଲିବା ପରେ ଜଣେ ଯୁବକ ଡ୍ୟାମରେ ଫସି ଯାଇଥିଲେ ବୋଲି ଜଣା ପଡ଼ିଛି। ଡ୍ୟାମ ପାଣିର ସ୍ରୋତ ବଢ଼ୁଥିବା ସହ ମୃତ୍ୟୁକୁ ଅତି ପାଖରୁ ଦେଖି ସାରିଥିଲେ ଯୁବକ। ହେଲେ ଠିକ୍ ସଭୟରେ ଦେବଦୂତ ସାଜି ପହଞ୍ଚିଥିଲା ବାୟୁସେନାର ଏମଆଇ-୧୭ବିମାନ। ବାୟୁସେନାର ବିମାନ ପହଞ୍ଚିବା ପର୍ଯ୍ୟନ୍ତ ଯୁବକଣଙ୍କ ଏକ କାଠ ଗଣ୍ଡି ଧରି ନିଜ ଜୀବନ ବଞ୍ଚାଇଥିଲେ, ଯାହାର ଏକ ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଯୁବକଜଣଙ୍କ କାଠ ଗଣ୍ଡି ଧରି ନିଜକୁ ପାଣି ସ୍ରୋତରୁ ରକ୍ଷା କରୁଥିବା ବେଳେ ବାୟୁସେନାର ଏମଆଇ-୧୭ବିମାନ ତାଙ୍କ ସୁରକ୍ଷିତ ବାହାରକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। କିଛି ସମୟ ପରେ ସଫଳତାର ସହ ବାୟୁସେନା କର୍ମଚାରୀ ଯୁବକଙ୍କୁ ସୁରକ୍ଷିତ ଭାବେ ବିମାନକୁ ଆଣୁଛନ୍ତି।  ଘଟଣାଟି ଘଟିଛି ବିଳାଶପୁରର କୁଟାଘାଟ ଡ୍ୟାମରେ। ଯୁବକଜଣଙ୍କ ଫସିଥିବା ନେଇ ସୂଚନା ମିଳିବା ପରେ ତୁରନ୍ତ ବାୟୁସେନା କର୍ମଚାରୀ ଯୁବକଙ୍କ ଜୀବନ ବଞ୍ଚାଇବା ପାଇଁ ପହଞ୍ଚିଥିଲେ। ତେବେ ଏହି ଦୃଶ୍ୟ ଦେଖିବା ପାଇଁ ଶହ ଶହ ଲୋକ ଡ୍ୟାମ ଚାରି ପାଖରେ ଉପସ୍ଥିତ ଥିବା ଭିଡିଓରେ ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe