ତାଙ୍କ ଗାଡ଼ିରେ ଅଟୋ ପିଟି ହୋଇଯିବାରୁ ରାଗିଗଲେ ଦ୍ରାବିଡ଼

Advertisment

ପୂର୍ବତନ ଭାରତୀୟ କ୍ରିକେଟର ତଥା ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ଗାଡ଼ିରେ ଏକ ଅଟୋ ଧକ୍କା ହେବା ପରେ ସେ ରାଗି ଯାଇଛନ୍ତି। ତାଙ୍କ କାର୍‌ରେ ଅଟୋ ଧକ୍କା ହେବା ପରେ ସେ ଅଟୋ ଚାଳକଙ୍କ ସହ ଯୁକ୍ତତର୍କ କରୁଥିବାର ଦେଖିବାକୁ ମିଳିଛି। 

ପୂର୍ବତନ ଭାରତୀୟ କ୍ରିକେଟର ତଥା ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ଗାଡ଼ିରେ ଏକ ଅଟୋ ଧକ୍କା ହେବା ପରେ ସେ ରାଗି ଯାଇଛନ୍ତି। ତାଙ୍କ କାର୍‌ରେ ଅଟୋ ଧକ୍କା ହେବା ପରେ ସେ ଅଟୋ ଚାଳକଙ୍କ ସହ ଯୁକ୍ତତର୍କ କରୁଥିବାର ଦେଖିବାକୁ ମିଳିଛି। 

Rahul dravid

ନୂଆଦିଲ୍ଳୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ଗାଡ଼ିରେ ଏକ ଅଟୋ ଧକ୍କା ହେବା ପରେ ସେ ରାଗି ଯାଇଛନ୍ତି। ତାଙ୍କ କାର୍‌ରେ ଅଟୋ ଧକ୍କା ହେବା ପରେ ସେ ଅଟୋ ଚାଳକଙ୍କ ସହ ଯୁକ୍ତତର୍କ କରୁଥିବାର ଦେଖିବାକୁ ମିଳିଛି। 

କ୍ରିକେଟ୍‌ ପଡ଼ିଆରେ ତାଙ୍କୁ ଜଣେ ଶାନ୍ତ ସ୍ବଭାବର ଖେଳାଳି ଭାବେ ସମସ୍ତେ ଜାଣିଥିବା ବେଳେ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟସ୍ଥ କନିଂହାମ ରୋଡ୍‌ରେ ଜଣେ ଅଟୋରିକ୍ସା ଡ୍ରାଇଭରଙ୍କ ସହ ତାଙ୍କୁ ତୁକ୍ତି କରୁଥିବାର ଦେଖି ସମେସ୍ତ ଚକିତ ହୋଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଦ୍ରାବିଡ ଅଟୋ ଡ୍ରାଇଭରଙ୍କ ସହ କଥାବାର୍ତ୍ତା କରିବା ସମୟରେ ବିରକ୍ତ ହେଉଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ, ଧକ୍କା ସମୟରେ କୌଣସି ପକ୍ଷ ଆହତ ହୋଇ ନାହାନ୍ତି ଏବଂ ଗାଡ଼ିରେ କୌଣସି ବଡ଼ କ୍ଷତି ଦେଖାଯାଇ ନାହିଁ। ଦ୍ରାବିଡଙ୍କୁ ତାଙ୍କ କ୍ରୋଧୀ ଅବତାରରେ ଦେଖି, ପ୍ରଶଂସକମାନେ ହାସ୍ୟରସପୂର୍ଣ୍ଣ ଭାବରେ ସୋସିଆଲ୍‌ ମିଡିଆରେ ‘ମିମ୍‌’ କରିବାରେ ଲାଗିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe